ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ, ଏହି ୫ ଲକ୍ଷଣ ଦେଖାଯାଉଥିଲେ ହୁଅନ୍ତୁ ସାବଧାନ

ଏକ୍ସପର୍ଟଙ୍କ ଅନୁସାରେ କୋଭିଡ-୧୯ର ଅନ୍ୟ ଭାରିଆଣ୍ଟ ତୁଳନାରେ ପିରୋଲା ଭାରିଆଣ୍ଟ ଅଧିକ ବିପଜ୍ଜନକ, ଯାହା ଇମ୍ୟୁନ ସିଷ୍ଟମକୁ ମଧ୍ୟ ଖରାପ କରିପାରେ । ଏହି ଭାରିଆଣ୍ଟରେ ୩୦ରୁ ଅଧିକ ମ୍ୟୁଟେସନ ହୋଇଛି, ଯେଉଁଥି ପାଇଁ ବିଶେଷଜ୍ଞମାନଙ୍କୁ ଏହି ଭାରିଆଣ୍ଟକୁ ବୁଝିବାରେ ସମସ୍ୟା ହେଉଛି ।

କରୋନା ଭାଇରସ୍‌ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ । ଏହା ଲଗାତାର ଭାବେ ଲୋକଙ୍କୁ ପ୍ରଭାବିତ କରୁଛି । ଗତ କିଛି ମାସ ମଧ୍ୟରେ କୋଭିଡ-୧୯ର ନୂଆ ମାମଲା କମ ଆସୁଥିଲା । କିନ୍ତୁ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି, ଯାହା ଏକ୍ସପର୍ଟଙ୍କ ଚିନ୍ତା ବଢ଼ାଇ ଦେଇଛି । ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ପରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଛି । ଏହା ବ୍ରିଟେନର ଅଧିକାଂଶ ଅଞ୍ଚଳର ଲୋକଙ୍କୁ ପ୍ରଭାବିତ କରୁଛି । ତେବେ ଏହି ନୂଆ ଭାରିଆଣ୍ଟ ହେଉଛି ପିରୋଲା । ପୂର୍ବରୁ ସାମ୍ନାକୁ ଆସିଥିବା ସମସ୍ତ ଭାରିଆଣ୍ଟ ତୁଳନାରେ ଏହି ନୂଆ ଭାରିଆଣ୍ଟ ସବୁଠାରୁ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି । ଏବଂ ଏହା ଲୋକଙ୍କୁ ଶୀଘ୍ର ସଂକ୍ରମିତ କରୁଛି । ବ୍ରିଟେନ ବ୍ୟତୀତ ଡେନମାର୍କ, ସାଉଥ ଆଫ୍ରିକା, ଇସ୍ରାଏଲ୍‌ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶରେ ଏହି ପିରୋଲା ଭାରିଆଣ୍ଟ ମାମଲା ଦେଖିବାକୁ ମିଳିଛି ।

ଏକ୍ସପର୍ଟଙ୍କ ଅନୁସାରେ କୋଭିଡ-୧୯ର ଅନ୍ୟ ଭାରିଆଣ୍ଟ ତୁଳନାରେ ପିରୋଲା ଭାରିଆଣ୍ଟ ଅଧିକ ବିପଜ୍ଜନକ, ଯାହା ଇମ୍ୟୁନ ସିଷ୍ଟମକୁ ମଧ୍ୟ ଖରାପ କରିପାରେ । ଏହି ଭାରିଆଣ୍ଟରେ ୩୦ରୁ ଅଧିକ ମ୍ୟୁଟେସନ ହୋଇଛି, ଯେଉଁଥି ପାଇଁ ବିଶେଷଜ୍ଞମାନଙ୍କୁ ଏହି ଭାରିଆଣ୍ଟକୁ ବୁଝିବାରେ ସମସ୍ୟା ହେଉଛି । BA.2.86 ଅର୍ଥାତ ପିରୋଲା ଭାରିଆଣ୍ଟର କମ ମାମଲା ସାମ୍ନାକୁ ଆସିଛି, କିନ୍ତୁ ଏହା ବ୍ରିଟେନର ଅଧିକାଂଶ ଅଞ୍ଚଳରେ ଲୋକଙ୍କୁ ସଂକ୍ରମିତ କରୁଛି । ତେବେ କରୋନାର ଏହି ନୂଆ ଭାରିଆଣ୍ଟ କେଉଁ ବ୍ୟକ୍ତିଙ୍କ ପାଇଁ ଅଧିକ କ୍ଷତିକାରକ ଆସନ୍ତୁ ଜାଣିବା ।

ପିରୋଲା ଭାରିଆଣ୍ଟ ବା BA.2.86 ଭାରିଆଣ୍ଟ ହେଉଛି Covid-୧୯ର ଓମିକ୍ରନ ଭାରିଆଣ୍ଟର ସବ୍‌-ଭାରିଆଣ୍ଟ, ଯାହା XBB ଭାରିଆଣ୍ଟରୁ ପରିବର୍ତ୍ତନ ହୋଇ ସୃଷ୍ଟି ହୋଇଛି । ଯେଉଁ ଲୋକମାନେ ପୂର୍ବରୁ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ ସେମାନଙ୍କୁ ଏହି ନୂଆ ଭାରିଆଣ୍ଟର ବିପଦ ରହିଛି । ଏହାର ଲକ୍ଷଣ କଣ ରହିଛି ଆସନ୍ତୁ ଜାଣିବା ।

କୋଭିଡ-୧୯ର ନୂଆ ଭାରିଆଣ୍ଟ ପିରୋଲା ଏକ୍ସପର୍ଟଙ୍କ ଚିନ୍ତାକୁ ବଢ଼ାଇଛି । ପିରୋଲା ଭାରିଆଣ୍ଟ ସଂସ୍ପର୍ଷରେ ଆସିଲେ ରୋଗୀ ଛିଙ୍କିଥାନ୍ତି, ଗଳାରେ ଯନ୍ତ୍ରଣା ହୋଇଥାଏ, ମୁଣ୍ଡବିନ୍ଧା, ନାକରୁ ପାଣି ବାହାରିବା ଏବଂ ସାମାନ୍ୟ ଥକ୍କା ଲାଗିବା ଭଳି ଲକ୍ଷଣ ଦେଖାଯାଇଥାଏ । ଏହା ବ୍ୟତୀତ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା, ତ୍ୱଚା ସହିତ ଜଡ଼ିତ ଅନେକ ସମସ୍ୟା ଏବଂ ଜ୍ୱର ହୋଇଥାଏ ।

ବୋଲ୍ଡମିଟର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ପାଖାପାଖି ୬୯.୬ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୬୬.୮ କୋଟି ଲୋକ ମହାମାରୀକୁ ପରାସ୍ତ କରିବା ପରେ ସୁସ୍ଥ ହୋଇଛନ୍ତି । ଏଥି ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କୋଭିଡ –୧୯ ଯୋଗୁଁ ୬୯.୨ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୧.୮ ଲକ୍ଷ ଲୋକ ବର୍ତ୍ତମାନ ମଧ୍ୟ କରୋନା ବିରୋଧରେ ଲଢ଼ୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.