ପରିଣୀତିଙ୍କୁ ଏମିତି କିଛି ବିବାହ ଉପହାର ଦେଲେ ସାନିଆ, ଫ୍ୟାନ୍ସ କରୁଛନ୍ତି ଚର୍ଚ୍ଚା

ସାନିଆ ନିଜ ଘନିଷ୍ଠ ବନ୍ଧୁ ପରିଣୀତିଙ୍କ ବିବାହରେ ତାଙ୍କୁ କଣ ଉପହାର ଦେଇଥଲେ ଏନେଇ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ମିଡିଆ ସହ କଥାବାର୍ତ୍ତା ହେବା ସମୟରେ ତାଙ୍କୁ ପଚରା ଯାଇଥିଲା ଯେ ସେ ତାଙ୍କ ଘନିଷ୍ଠ ବନ୍ଧୁଙ୍କୁ କଣ ଉପହାର ଦେଇଛନ୍ତି?

ପରିଣୀତି ଚୋପ୍ରା ଓ ଆପ୍‌ ନେତା ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକମାନେ ସାମିଲ ହୋଇଥିଲେ । ଏହି ବିବାହରେ ଅନେକ ସେଲିବ୍ରିଟି ଏବଂ ରାଜନେତା ମଧ୍ୟ ନଜର ଆସିଥିଲେ । ଉଦୟପୁରରେ ହେଇଥିବା ଏହି ବିବାହରେ ଅଭିନେତ୍ରୀଙ୍କ ଘନିଷ୍ଠ ବନ୍ଧୁ ସାନିଆ ମିର୍ଜା ମଧ୍ୟ ଯୋଗ ଦେଇଥିଲେ । ବିବାହ ପରେ ଉଦୟପୁର ବିମାନବନ୍ଦରରେ ମିଡିଆରେ ସ୍ପଟ୍‌ ହୋଇଥିଲେ ଟେନିସ ଷ୍ଟାର ସାନିଆ ମିର୍ଜା । ସେ ଏକ ସୁନ୍ଦର ଲାଇମ ଗ୍ରୀନ ରଙ୍ଗରେ ଫ୍ଲୋରାଲ ପାଟର୍ନର କଫତାନ କୁର୍ତ୍ତାରେ ନଜର ଆସିଥିଲେ ।

ତେବେ ସାନିଆ ନିଜ ଘନିଷ୍ଠ ବନ୍ଧୁଙ୍କ ବିବାହରେ ତାଙ୍କୁ କଣ ଉପହାର ଦେଇଥଲେ ଏନେଇ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ମିଡିଆ ସହ କଥାବାର୍ତ୍ତା ହେବା ସମୟରେ ତାଙ୍କୁ ପଚରା ଯାଇଥିଲା ଯେ ସେ ତାଙ୍କ ଘନିଷ୍ଠ ବନ୍ଧୁଙ୍କୁ କଣ ଉପହାର ଦେଇଛନ୍ତି? ଏହାର ଉତ୍ତରରେ ସେ କହିଥିଲେ ‘ଆଶୀର୍ବାଦ ଦେଇଛନ୍ତି’ ।

 

View this post on Instagram

 

A post shared by Sania Mirza (@mirzasaniar)


ସାନିଆ ନିଜ ଘନିଷ୍ଠ ବନ୍ଧୁ ପରିଣୀତିଙ୍କ ବିବାହ ପାଇଁ ସଜବାଜ ହୋଇ ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏକ ଧଳା ରଙ୍ଗର ଲେହେଙ୍ଗାରେ ସେ ଖୁବ୍‌ ସୁନ୍ଦର ଲାଗୁଥିଲେ । ଫଟୋ ସେୟାର କରି ସାନିଆ ଲେଖିଥିଲେ ଯେ ‘ବେଳେବେଳେ ପୋଷାକ ଆପଣଙ୍କୁ ରୟାଲ ଭଳି ଅନୁଭବ କରାଏ ।’ ପ୍ରି ୱେଡିଙ୍ଗରେ ସେ ଏକ ମଲ୍ଟି ରଙ୍ଗର ସରାରା ସେଟ ପିନ୍ଧିଥିବାର ଦେଖାଯାଇଥିଲା ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ରେ ରାଘବ ଓ ପରିଣୀତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଦୟପୁରରେ ବହୁ ଧୁମ୍‌ଧାମରେ ଏହି ବିବାହ ହୋଇଥିଲା । ଅଫିସିଆଲି ବିବାହ ଫଟୋ ସେୟାର କରି ପରିଣୀତି ଲେଖିଥିଲେ – ବ୍ରେକଫାଷ୍ଟ ଟେବୁଲରେ ଆମେ କଥା ଆରମ୍ଭ କରିଥିଲୁ, ଆମ ହୃଦୟକୁ ଏ ବିଷୟରେ ଜଣାଥିଲା । ଆମେ ଏହି ଦିନକୁ ବହୁତ ସମୟରୁ ଅପେକ୍ଷା କରିଥିଲୁ । ମିଷ୍ଟର ଏବଂ ମିଷ୍ଟ୍ରେସ ହୋଇଥିବାରୁ ଆମେ ବହୁତ ଖୁସି । ଆମେ ପରସ୍ପର ବିନା ବଞ୍ଚିପାରିବୁ ନାହିଁ ଏବଂ ଆମ ଫରେଭର ଏବେ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.