ଅଧିକ ଷ୍ଟ୍ରେସ୍‌ କିମ୍ବା ବିଚଳିତ ରହୁଛନ୍ତି କି ? ତେବେ ଜାଣନ୍ତୁ ବଢିପାରେ ଓଜନ

ଆମେ ମୋଟା ହେବାର ମୁଖ୍ୟ କାରଣ ଖରାପ ଲାଇଫ୍‌ଷ୍ଟାଇଲ୍‌ ଓ ଜଙ୍କ୍‌ ଫୁଡ୍‌କୁ ମାନିଥାଉ । ହେଲେ ହେଲ୍ଥ ଏକ୍ସପର୍ଟଙ୍କ ଅନୁସାରେ, ଷ୍ଟ୍ରେସ୍‌ ଓ ଏନ୍ଜାୟଟି ଯୋଗୁ ମଧ୍ୟ ମୋଟା ହୋଇପାରନ୍ତି । ଏଥିପାଇଁ ଆମ ସମସ୍ତଙ୍କୁ ମୋଟା ହେବାର କାରଣ ଜାଣିବା ଜରୁରୀ । ତେବେ ଆସନ୍ତୁ ଜାଣିବା ମୋଟା ହେବାର କାରଣ ଓ ଏହା ଦ୍ୱାରା ଶରୀରରେ ହେଉଥିବା କ୍ଷତି ବିଷୟରେ ।

ଓଜନ ବୃଦ୍ଧି ଏବଂ ମୋଟାପଣ ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ଯଦି ସମୟରେ ଏହାକୁ ନିୟନ୍ତ୍ରଣ ନ କରିବେ ତାହେଲେ ବଲ୍ଡ ପ୍ରେସର ଓ ଡାଇବେଟିଜ୍‌ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆମେ ମୋଟା ହେବାର ମୁଖ୍ୟ କାରଣ ଖରାପ ଲାଇଫ୍‌ଷ୍ଟାଇଲ୍‌ ଓ ଜଙ୍କ୍‌ ଫୁଡ୍‌ । ହେଲେ ହେଲ୍ଥ ଏକ୍ସପର୍ଟଙ୍କ ଅନୁସାରେ, ଷ୍ଟ୍ରେସ୍‌ ଓ ଏନ୍ଜାୟଟି ଯୋଗୁ ମଧ୍ୟ ମୋଟା ହୋଇପାରନ୍ତି । ଏଥିପାଇଁ ଆମ ସମସ୍ତଙ୍କୁ ମୋଟା ହେବାର କାରଣ ଜାଣିବା ଜରୁରୀ । ତେବେ ଆସନ୍ତୁ ଜାଣିବା ମୋଟା ହେବାର କାରଣ ଓ ଏହା ଦ୍ୱାରା ଶରୀରରେ ହେଉଥିବା କ୍ଷତି ବିଷୟରେ ।

ଚିନ୍ତା ଯୋଗୁ ହୋଇଥାଏ ଓଜନ ବୃଦ୍ଧି :
ସୂଚନା ଅନୁସାରେ, ଅଧିକ ଚିନ୍ତା କରିବା ଦ୍ୱାରା ବଢିପାରେ ଓଜନ । କାରଣ ଚିନ୍ତା କରିବା ଦ୍ୱାରା ଶରୀରରେ କର୍ଟିସୋଲ୍‌ ହରମୋନ୍‌ର ସ୍ତର ବଢି ଯାଏ ଏବଂ ଅଧିକ ଖାଦ୍ୟ ଖାଇବା ପାଇଁ ପ୍ରେରିତ କରିଥାଏ । ଏହି କାରଣରୁ ନିଦ ନହେବା ଭଳି ସମସ୍ୟା ଏବଂ ମେଟାବୋଲିଜିମ୍‌ ମଧ୍ୟ ପ୍ରଭାବିତ ହୋଇପାରେ । ଯାହାଦ୍ୱାରା ପେଟ ବାହରିବା ଓ ପୂରା ଶରୀରର ଓଜନ ବଢିଯାଏ । ଯଦି ଓଜନ କମ୍‌ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଚିନ୍ତା କରିବା ବନ୍ଦ କରନ୍ତୁ ।

ଜେନେଟିକ୍ସ ସମସ୍ୟା ଦ୍ୱାରା ହୋଇପାରନ୍ତି ମୋଟା :
ଜେନେଟିକ୍ସ ସମସ୍ୟା ମୋଟା ହେବାର ଏକ ବଡ କାରଣ ହୋଇପାରେ । ଯଦି ପରିବାରରେ କେହି ଜଣେ ମୋଟା ଅଛନ୍ତି, ତାହେଲେ ସେହି କାରଣ ଯୋଗୁ ଆପଣ ମଧ୍ୟ ମୋଟା ହୋଇପାରନ୍ତି । ତେବେ ଶରୀରରେ ଏହାକୁ ଜେନେଟିକ୍ସ ସମସ୍ୟା ବୋଲି କୁହାଯାଏ ।  ବିଶେଷ ଭାବେ ନିଜର ଧ୍ୟାନ ନେବା ଉଚିତ୍‌ ।

ମେଡିସିନ୍‌ ପାଇଁ ମଧ୍ୟ ବଢିପାରେ ଓଜନ :
କେବଳ ଖରାପ ଲାଇଫ୍‌ଷ୍ଟାଇଲ୍‌ ଓ ଚିନ୍ତା ନୁହେଁ ବରଂ କୌଣସି ପ୍ରକାରର ମେଡିସିନ୍‌ ମଧ୍ୟ ଓଜନ ବଢିବାର କାରଣ ହୋଇପାରେ । ତେବେ ଡାଇବେଟିଜ୍‌ ମେଡିସିନ୍‌ ସେବନ କରୁଥିବା ଲୋକଙ୍କ ଓଜନ ବହୁତ ପରିମାଣରେ ବଢି ପାରେ । ସେଥିପାଇଁ ଡାକ୍ତରଙ୍କ ପରାର୍ମଶରେ ହିଁ ମେଡିସିନ୍‌ ଖାଇବା ଉଚିତ ।

କୌଣସି ପ୍ରକାରର ରୋଗ ଥିଲେ ବଢି ପାରେ ଓଜନ :
କେତେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଓଜନ ବଢିବାର କାରଣ ହୋଇପାରେ । ଯେପରି ବେଡରେ ପଡିରହୁଥିବା ରୋଗୀଙ୍କର ଶାରୀରିକ କାର୍ଯ୍ୟକଳାପ କମିଯାଏ, ଏବଂ ଏହି କାରଣରୁ ସେମାନଙ୍କ ଓଜନ ବଢେ ଏବଂ ମୋଟା ହୋଇଯାଅନ୍ତି । ସେଥିପାଇଁ ସ୍ୱାସ୍ଥ୍ୟର ଭଲ ଭାବେ ଧ୍ୟାନ ନେବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.