Below header

ଜରାଜୀର୍ଣ୍ଣ ଅବସ୍ଥାରେ ଓଡିଶାର ପ୍ରଥମ ବାୟୋଜିଡେଲ ପ୍ରକଳ୍ପ, ଯେଉଁଠି ଅଦରକାରୀ ମଞ୍ଜିରୁ ବାହାରୁଥିଲା ତେଲ

କେନ୍ଦୁଝର (କେ ନ୍ୟୁଜ) : ଦେଶର ଦ୍ୱିତୀୟ ତଥା ରାଜ୍ୟର ପ୍ରଥମ ବାୟୋଡିଜେଲ ପ୍ରକଳ୍ପ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଏହି ପ୍ରକଳ୍ପ ଜରିଆରେ ଜଙ୍ଗଲରୁ ମିଳୁଥିବା ଅଦରକାରୀ ମଞ୍ଜିରୁ ତେଲ ବାହାର କରାଯାଇ ଗାଁକୁ ଉଜ୍ଜ୍ୱଳ କରାଯାଇ ପାରୁଥିଲା।

୨୦୦୫ ମସିହାରେ ଯେତେବେଳେ ଅନେକ ଗାଁ ବିଦ୍ୟୁତ କଣ ଜାଣିନଥିଲେ। ସେତେବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟର ବଡକମଣ୍ଡରା ଗାଁରେ ଗଢିଉଠିଥିଲା ଓଡିଶାର ପ୍ରଥମ ବାୟୋଡିଜେଲ ପ୍ରକଳ୍ପ। ପାହାଡର ଅନତି ଦୂରରେ ଥିବା ଏହି ଗାଁରେ ଏହାକୁ ପ୍ରତିଷ୍ଠା କରିବାର ଲକ୍ଷ୍ୟ ଥିଲା ଜଙ୍ଗଲରୁ ମିଳୁଥିବା ଅଦରକାରୀ ମଞ୍ଜିକୁ ନେଇ ଏଠାରେ ବିଦ୍ୟୁତ ଉତ୍ପାଦନ। ଏଥିପାଇଁ ସହଯୋଗର ହାତ ବଢାଇଥିଲେ ଏକ ବିଦେଶୀ ସଂସ୍ଥା।

diesle

ଏହି ପ୍ରକଳ୍ପ ଯୋଗୁଁ ସନ୍ଧ୍ୟାରେ ଗାଁ ଆଲୋକିତ ହେଉଥିଲା ଓ ଦିନବେଳେ ବିଭିନ୍ନ ପ୍ରକାର ତେଲ ଓ ଧାନକଳ ଇତ୍ୟାଦି ଚାଲୁଥିଲା। କିଛି ମାସ ପାଇଁ ଗାଁ ଲୋକମାନେ ବ୍ୟବହାର କରିବା ପରେ ଏହି ପ୍ରକଳ୍ପ ଦାୟିତ୍ୱରେ ଥିବା ଲୋକମାନେ ଏହାକୁ ଆଉ ଅଧିକ ଚଳାଇ ନଥିଲେ । ଧିରେ ଧୀରେ ଏହା ତାଲା ପଡି ରହିଥିବା ସମୟରେ ଏଥିରେ ଥିବା ଯନ୍ତ୍ରାଂଶ ମଧ୍ୟ ଚୋରି ହେବାରେ ଲାଗିଲା।

dieasle

ଯେତେବେଳେ ଏ ବିଜୁଳି ଆଲୋକ କ’ଣ ବଡକମଣ୍ଡରା ସମେତ ଆଖପାଖ ଅଞ୍ଚଳର ଲୋକେ ଜାଣିନଥିଲେ, ସେତେବେଳେ ଏହାର ସୁଯୋଗ ନେଇଥିଲେ ଏହି ଗାଁର ଲୋକମାନେ। ଆଉ ପ୍ରତିଘରେ ବିଜୁଳି ଆଲୁଅ ଜାଳି ବନ୍ୟଜନ୍ତୁ ଠାରୁ ନିଜକୁ ସୁରକ୍ଷିତ ରଖିବା ସହ ପିଲାଙ୍କ ପାଠପଢାରେ ସହାୟକ ହୋଇଥିଲା। ଏହି ପ୍ରକଳ୍ପ ଏବେ ପ୍ରତି ଗାଁକୁ ବିଦ୍ୟୁତ ପହଞ୍ଚିଯାଉଛି ସତ ହେଲେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି।

ଯଦି ଏହାକୁ ପୁନଃରୁଦ୍ଧାର କରାଯିବା ସହ ଏହିପରି ଅଦରକାରୀ ମଞ୍ଜିରୁ ତେଲ ବାହାର କରି ଛୋଟ ଛୋଟ ଗାଁକୁ ବିଦ୍ୟୁତ କ୍ଷେତ୍ରରେ ସ୍ୱାବଲମ୍ବୀ କରାଯାଇପାରନ୍ତା । ଏଠାରେ ଅନେକ ସମୟରେ ଦେଖା ଦେଉଥିବା ବିଦ୍ୟୁତ ନିଅଣ୍ଟିଆ ଦୂର ହୋଇପାରନ୍ତା।

କେନ୍ଦୁଝରରୁ ଭିଡିଓଗ୍ରାଫର ସତ୍ୟବାନଙ୍କ ସହ ଅକ୍ଷୟ ପାଢୀ (କେନ୍ୟୁଜ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.