ଭାଇରଲ ହେଉଛି ଭିନ୍ନ ପ୍ରକାରର ୱେଡିଙ୍ଗକାର୍ଡ, ଯାହାକୁ ପଢିଲେ ଆପଣଙ୍କ ମୁଣ୍ଡ ମଧ୍ୟ ହୋଇଯିବ ଖରାପ

ବାହାଘର ଋତୁ ଆରମ୍ଭ ହୋଇଯାଇଛି । ନଭେମ୍ବର ଏବଂ ଡିସେମ୍ବର ମାସରୁ ବିବାହ ମୁହୂର୍ତ୍ତ ଆରମ୍ଭ ହୋଇଛି । ଏହା ମଧ୍ୟରେ ଏକ ଭିନ୍ନ ପ୍ରକାରର ବାହାଘର କାର୍ଡ ଭାଇରଲ ହେବାରେ ଲାଗିଛି ଯାହାକୁ ପଢିବା ପରେ ଆପଣ ହସି ହସି ବେଦମ ହୋଇଯିବେ । ସୋସିଆଲ ମିଡିଆରେ ଏହି କାର୍ଡକୁ କମେଡିଆନ ଅକ୍ଷର ପାଠକ ସେୟାର କରିଛନ୍ତି । ଏହି କାର୍ଡକୁ ସବୁଠାରୁ ଅନେଷ୍ଟ କାର୍ଡ ବୋଲି କୁହାଯାଉଛି । ଏହି ବାହାଘର କାର୍ଡର ପ୍ରଥମ ପୃଷ୍ଠାରେ ଲେଖାଯାଇଛି ଯେ ” ଅମ୍ବାନୀ ସେ ହମ କମ ନେହିଁ ” । ଏହାସହିତ କାର୍ଡର ତଳେ ଲେଖାଯାଇଛି ” ଦୟାକରି ଗିଫ୍ଟ ଆଣନ୍ତୁ ନାହିଁ କେବଳ କ୍ୟାସ ଆଣନ୍ତୁ କାରଣ ଆମେ ୧୮ଟି ଜୁସର ମିକ୍ସର ଗ୍ରାଇଣ୍ଡର ନେଇ କଣ କରିବୁ ? ” । ଏହି ୱେଡିଙ୍ଗ କାର୍ଡ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

oq60imi8

କାର୍ଡ଼ର ପ୍ରଥମ ପୃଷ୍ଠାରେ ଲେଖାଅଛି ” ଆମେ କେତେ ଖର୍ଚ୍ଚ କରୁଛୁ ତାହା ଆପଣ କାର୍ଡ ଦେଖି ବୁଝିପାରୁଥିବେ, ଅମ୍ବାନୀ ଠାରୁ ଆମେ କମ ନୁହେଁ “। ଏହି କାର୍ଡରେ ବାହାଘରର ତାରିଖ ୬ ଡିସେମ୍ବର ଲେଖାଅଛି । ତା ସହିତ ଲେଖାଯାଇଛି ଯେ ” ଏହି ଦିନ ବହୁତ ଶୁଭ ଅଟେ ସେଥିପାଇଁ ଏହି ଦିନ ୨୨,୦୦୦ ବାହାଘର କରାଯାଉଛି ଏବଂ ଆପଣ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଫସିପାରନ୍ତି ” ।

j0mf8le

ଏହାସହ ପଢନ୍ତୁ କୁକୁର ପଛରେ ପଡ଼ିଛି ଚିତା କିନ୍ତୁ ଏଠାରେ ରହସ୍ୟ କିଛି ଅଲଗା, ଦେଖନ୍ତୁ ଭିଡିଓ

ୱେଡିଙ୍ଗକାର୍ଡର ଦ୍ଵିତୀୟ ପେଜରେ ମଜାଦାର ଭାବେ ରିସେପ୍ସନର ସମୟ ଲେଖାଯାଇଛି । ଦ୍ଵିତୀୟ ପେଜର ଆରମ୍ଭରେ ଲେଖାଅଛି ଯଦି ଦୀପିକା-ରଣବୀର ୬ଟି ଫଙ୍କସନ କରି ପାରୁଛନ୍ତି, ନିକ-ପ୍ରିୟଙ୍କା ୮ଟି ଫଙ୍କସନ କରିପାରୁଛନ୍ତି ତାହେଲେ ଆମେ ବି ୨-୩ ଟି ଫଙ୍କସନ କରିବୁ । ରିସେପ୍ସନର ସମୟ ସନ୍ଧ୍ୟା ୭ଟାରେ ରଖାଯାଇଛି । ଏହାସହିତ ତଳେ ଲେଖା ଅଛି ” ଆମେ ନିଜେ ୮:୩୦ରେ ଆସି ପହଞ୍ଚିବୁ ” ।

ଶେଷ ପୃଷ୍ଠାରେ ମ୍ୟାପ ଦ୍ୱାରା ଭେନ୍ୟୁର ଲୋକେସନ କୁହାଯାଇଛି । ଏହାସହିତ ଲେଖାଅଛି ଯେ ଏହି ମ୍ୟାପ ଭରସାରେ ରୁହନ୍ତୁ ନାହିଁ । ରାସ୍ତାରେ ଯାହାକୁ ବି ପଚାରି ଦିଅନ୍ତୁ । ଅକ୍ଷର ପାଠକଙ୍କ ଏହି ଟ୍ୱିଟ ବହୁତ ଭାଇରଲ ହେବାରେ ଲାଗିଛି । ସେ ଏହି ଫଟୋ ଗୁଡିକୁ ନଭେମ୍ବର ୧୧ ତାରିଖରେ ଟ୍ୱିଟରରେ ସେୟାର କରିଥିଲେ ଯାହାକୁ ବର୍ତ୍ତମାନ ପର‌୍ୟ୍ୟନ୍ତ ହଜାର ହଜାର ଲାଇକ ଓ କମେଣ୍ଟ ମିଳିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.