କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନ ମିଡିଆରେ ନୂଆ ଚର୍ଚ୍ଚା, ଅପିଲ ପାଇଁ ସୁଯୋଗ ଦିଆଯିବା ନେଇ ଆସିଲା ତଥ୍ୟ

କେନ୍ୟୁଜ୍(ବ୍ୟୁରୋ):   ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନ ମିଡିଆରେ ନୂଆ ଚର୍ଚ୍ଚା। ତାଙ୍କୁ ଅପିଲ ପାଇଁ ସୁଯୋଗ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ଅପିଲ ପାଇଁ ସୁଯୋଗ ଦେବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସଙ୍କ ନିର୍ଦ୍ଦେଶ ଥିଲା। ପାକିସ୍ତାନ ଏଥିଲାଗି ତାର ସେନା ଆଇନରେ ସଂଶୋଧନ କରିବାକୁ ଯାଉଛି। କାରଣ ବର୍ତ୍ତମାନେ ସେନା ଆଇନରେ ଅପିଲର ସୁଯୋଗ ନାହିଁ। ତେଣୁ ସଂଶୋଧନ ପ୍ରସଙ୍ଗରେ ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେଉଛି। ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ୨୦୧୬ ମାର୍ଚ୍ଚରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଗିରଫ କରିଥିଲା। ତାଙ୍କୁ ପାକିସ୍ତାନ ସାମରିକ କୋର୍ଟ ମୃତ୍ୟ ଦଣ୍ଡ ଦେଇଥିଲେ। କିନ୍ତୁ ପାକିସ୍ତାନ ଭିଏନା ଚୁକ୍ତିର ଉଲ୍ଲଂଘନ କରିଥିବା କହି, ଭାରତ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ଅପିଲ କରିଥିଲା। ଏହାର ଶୁଣାଣି କରି କୁଳଭୂଷଣଙ୍କୁ କନ୍‌ସୁଲାର ଆସେସ ସହ ମୃତ୍ୟୁ ଦଣ୍ଡକୁ ସ୍ଥଗିତ ରଖିଥିଲେ। ଏହାସହ ତାଙ୍କୁ ଅପିଲ କରିବା ଲାଗି ସୁଯୋଗ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା। ଗତ ମାସରେ ତାଙ୍କୁ କନ୍‌ସୁଲାଲ ଆକ୍ସସେସ୍‌ ଯୋଗାଇ ଦେଇଥିଲା ପାକିସ୍ତାନ। ଏବେ ଅପିଲ ସୁଯୋଗ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.