ରାସନ କାର୍ଡରେ ନାଁ ଯୋଡିବା ପାଇଁ ଦିବ୍ୟାଙ୍ଗ ପୁଅ ଓ ନାବାଳକ ନାତିକୁ ନେଇ ବ୍ଲକ ଅଭିମୁଖେ ବୃଦ୍ଧ

ମୋ ପୁଅ ବିକଳାଙ୍ଗ, ମୁଁ ଜଣେ ଅନ୍ଧ ବୃଦ୍ଧ । ହେଲେ ମୋତେ ମିଳୁନି ସରକାରୀ ସହାୟତା । ମୋ ପୁଅର ୪ଟା ଛୁଆ । ହେଲେ କୌଣସି ଛୁଆଙ୍କ ନାଁ ରେରାସନ ଚାଉଳ ଦିଆଯାଉନାହିଁ । ସେଥିପାଇଁ ଆଜି ମୁଁ ଧାଇଁ ଆସିଛି ବ୍ଲକ୍‌ କୁ ।

ମୋ ପୁଅ ବିକଳାଙ୍ଗ, ମୁଁ ଜଣେ ଅନ୍ଧ ବୃଦ୍ଧ । ହେଲେ ମୋତେ ମିଳୁନି ସରକାରୀ ସହାୟତା । ମୋ ପୁଅର ୪ଟା ଛୁଆ । ହେଲେ କୌଣସି ଛୁଆଙ୍କ ନାଁ ରେରାସନ ଚାଉଳ ଦିଆଯାଉନାହିଁ । ସେଥିପାଇଁ ଆଜି ମୁଁ ଧାଇଁ ଆସିଛି ବ୍ଲକ୍‌ କୁ । ହଁ ଆଜ୍ଞା, ଏକଥା ଆମେ କହୁନୁ ଏକଥା କହୁଛନ୍ତି ବ୍ଲକ୍‌ ଅଫିସ୍‌କୁ ଧାଇଁ ଆସିଥିବା ଏଇ ବୃଦ୍ଧ ଜଣକ ।

ଦିବ୍ୟାଙ୍ଗ ଭୀଷ୍ମ ଖମାରି ତାଙ୍କୁ ରାସ୍ତାରେ ଯିଏ ଦେଖୁଛି ତା ମନରେ ତାଙ୍କ ପ୍ରତି ଦୟାଭାବ ମନରେ ଜାଗ୍ରତ ହେଉଛି । ହେଲେ ଭୀଷ୍ମ ଖମାରୀଙ୍କ ପରିବାରର ଦୁଃଖ କହିଲେ ନସରେ । ସେକଥା ଭାବିଲାରୁ ଆମ ଆଖିରୁ ଲୁହ ଝରିଯାଉଛି । ଭୀଷ୍ମଙ୍କ ପରିବାର କହିଲେ ବୃଦ୍ଧ ବାପା ୪ଟି ଛୁଆ ଏବଂ ସ୍ତ୍ରୀ। ଏତିକିରେ ତାଙ୍କ ସୁଖର ସଂସାର । ହେଲେ ଏହି ପରିବାର ପେଟକୁ ଦାନା ମୁଠାଏ ଯୋଗାଇବା ପାଇଁ ପାଖରେ ନାହିଁ ସମ୍ବଳ । ସରକାରୀ ସହାୟତା କହିଲେ ମାସକୁ ଭର୍ତ୍ତା ଏବଂ ରାସନ ଚାଉଳ ଗଣ୍ଡେ । ଏତିକିରେ ଚଳନ୍ତି ପୂରା ପରିବାର । ଭଲରେ ଦିନକୁ ଦୁଇ ଓଳି ଖାଇବା ପାଇଁ ନାହିଁ କୌଣସି ଆର୍ଥିକ ସମ୍ବଳ । ଦିବ୍ୟାଙ୍ଗ ଅବସ୍ଥାରେ ଭୀଷ୍ମ କିଛି କରିପାରିବାର ତାଙ୍କର ସେହି କ୍ଷମତା ମଧ୍ୟ ନାହିଁ । ଏପଟେ ପୁଅୁଅର ଏହି ଅବସ୍ଥା ଦେଖି ବାପାର ମନ ଦୁଃଖରେ ଭାଙ୍ଗିପଡ଼ୁଛନ୍ତି । ଆଖିରେ ସିନା ଦେଖିପାରୁ ନାହାଁନ୍ତି ସବୁକଥା ଶୁଣି ଜାଣିଲା ପରେ ନିଜ ମନକୁ ମଧ୍ୟ ବୁଝାଇପାରୁ ନାହାଁନ୍ତି । ସେଥିପାଇଁ ପୁଅ ଆଉ ନାତିକୁ ସାଙ୍ଗରେ ଧରି ସରକାରୀ ସହାୟତା ପାଇଁ ଧାଇଁ ଆସିଛନ୍ତି ବ୍ଲକ୍‌ ଅଫିସ୍‌କୁ ।

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ଗ୍ରାମପଞ୍ଚାୟତ ହଟକଟ ଗାଁ ର ସେବାର ଖମାରି । ରାସନ କାର୍ଡରେ ନାମ ଯୋଡିବା ସହିତ ଦିବ୍ୟାଙ୍ଗ ପୁଅ ପାଇଁ ଗୋଟିଏ ଟ୍ରାଇସାଇକେଲ ମାଗିବା ପାଇଁ ଧାଇଁ ଆସିଛନ୍ତି ବ୍ଲକ୍‌ ଅଫିସ୍‌କୁ । ତାଙ୍କ ଦିବ୍ୟାଙ୍ଗ ପୁଅ ଭୀଷ୍ମ ଖମାରୀଙ୍କୁ ଟ୍ରାଇସାଇକେଲରେ ବସାଇ ନାବାଳକ ନାତି ସହିତ ବାହାରିଥିବା ବେଳେ ରାସ୍ତାରେ ଯିବା ଆସିବା ଲୋକଙ୍କ ମନରେ ଦୟା ଆସୁଥାଏ । ହେଲେ ପ୍ରଶାସନିକ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିନଥିଲା । ଖବର ପାଇ କିଛି ସ୍ବେଛାସେବୀ ଦୌଡ଼ି ଆସିଥିବା ବେଳେ ଆସିନଥିଲେ ପ୍ରଶାସନିକ ସ୍ତରୀୟ କୌଣସି ଅଧିକାରୀ l ଶେଷରେ ନିଜର ଦିବ୍ୟାଙ୍ଗ ପୁଅ ଓ ନାବାଳକ ନାତି ସହିତ ପହଞ୍ଚିଥିଲେ ବ୍ଲକ ଅଫିସ୍‌ରେ । ବ୍ଲକରେ ପହଞ୍ଚିବା ପରେ ଏହି ବିଡ଼ିଓ ମହୋଦୟ ବାହାରି ହିତାଧିକାରୀ ମାନଙ୍କ ନାଁ ଯୋଡିବା ସହିତ ଦିବ୍ୟାଙ୍ଗ ଭୀଷ୍ମ ଖମାରୀଙ୍କୁ ଗୋଟିଏ ନୁଆ ଟ୍ରାଇସାଇକେଲ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ବିଡିଓଙ୍କଠାରୁ ପ୍ରତିଶୃତି ପାଇବା ପରେ ଦିବ୍ୟାଙ୍ଗ ପୁଅ ଏବଂ ନାତିକୁ ଧରି ଘରକୁ ଫେରିଛନ୍ତି ସେବାର ଖମାରୀ l

Leave A Reply

Your email address will not be published.