ସପ୍ତମ ଦିନରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ମୃତ୍ୟୁ ଭୟରେ ଆତଙ୍କିତ ତ୍ରିପୁର ବିଜୟୀ କଂସାସୁର

ସୀମା ଲଂଘିଲା ମୃତ୍ୟୁ ଭୟ । ଶୂନ୍ୟବାଣୀକୁ ବିଫଳ କରିବାକୁ ମହାରାଜ କଂସ ଡକାଇଲେ ରଙ୍ଗ ସଭା । ବିଭିନ୍ନ ରାଜ୍ୟର ରାଜାଙ୍କୁ ଭେଟି କୃଷ୍ଣଙ୍କୁ ହତ୍ୟା କରିବାକୁ କଲେ ଗୋଟି ଚାଳନା । ସେପଟେ ନଟଖଟିଆ କାହ୍ନାର ଡୋରୀରେ ବନ୍ଧା ସାରା ଗୋପପୁର । ଗୋପୀଙ୍କ ବସ୍ତ୍ର ହରଣ ଭଳି ଗୋଟିଏ ପରେ ଗୋଟିଏ ବାଲ୍ୟଲୀଳା ଚଳାଇଛନ୍ତି ନନ୍ଦ ନନ୍ଦନ ।

ସୀମା ଲଂଘିଲା ମୃତ୍ୟୁ ଭୟ । ଶୂନ୍ୟବାଣୀକୁ ବିଫଳ କରିବାକୁ ମହାରାଜ କଂସ ଡକାଇଲେ ରଙ୍ଗ ସଭା । ବିଭିନ୍ନ ରାଜ୍ୟର ରାଜାଙ୍କୁ ଭେଟି କୃଷ୍ଣଙ୍କୁ ହତ୍ୟା କରିବାକୁ କଲେ ଗୋଟି ଚାଳନା । ସେପଟେ ନଟଖଟିଆ କାହ୍ନାର ଡୋରୀରେ ବନ୍ଧା ସାରା ଗୋପପୁର । ଗୋପୀଙ୍କ ବସ୍ତ୍ର ହରଣ ଭଳି ଗୋଟିଏ ପରେ ଗୋଟିଏ ବାଲ୍ୟଲୀଳା ଚଳାଇଛନ୍ତି ନନ୍ଦ ନନ୍ଦନ । ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ସପ୍ତମ ଦିବସ । ଧନୁଯାତ୍ରା ପାଇଁ ସମସ୍ତ ବରଗଡ଼ ସହର ଉତ୍ସବ ମୁଖର । ମନମୋହକ କାହ୍ନାର ଲୀଳା ଦେଖିବା ପାଇଁ ଜମୁଛି ଖୁବ ଦର୍ଶକଙ୍କ ଭିଡ଼ ।

ଏହା ମଧ୍ୟରେ ଧନୁଯାତ୍ରାକୁ ଶ୍ରୀକୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକୃରଙ୍କୁ ଗୋପପୁର ପଠାଇଛନ୍ତି ମହାରାଜା କଂସ । ସେପଟେ ଗୋପପୁରରେ ରାଧାକୃଷ୍ଣଙ୍କ ନବକେଳୀ ଓ ଶଙ୍ଖଚୂଡ ବଧ ଦୃଶ୍ୟ ଅଭିନୀତ ହେବ । ମୃତ୍ୟୁ ଭୟରେ ଆତଙ୍କିତ ତ୍ରୀପୁର ବିଜୟୀ କଂସାସୁର । କୃଷ୍ଣଙ୍କୁ ମାରିବାର ସବୁ ପ୍ରୟାସ ବିଫଳ ହେବା ପରେ ଏବେ ବିଭିନ୍ନ ରାଜ୍ୟର ରାଜାଙ୍କୁ ଡକାଇ ଆୟୋଜନ କରିଛନ୍ତି ରଙ୍ଗ ସଭା । ଆସନ୍ନ ଯୁଦ୍ଧ ପ୍ରସ୍ତୁତି ପାଇଁ ରାଜନ୍ୟ ବର୍ଗଙ୍କ ସହ କରିଛନ୍ତି ଆଲୋଚନା । ଆଉ କୃଷ୍ଣ ହତ୍ୟା ପାଇଁ ରଚିଛନ୍ତି ଧନୁଯାତ୍ରାର ଷଡ଼ଯନ୍ତ୍ର ।

ନନ୍ଦରାଜଙ୍କ ପାଖକୁ ଚିତାଉ ପ୍ରେରଣ ପାଇଁ ନିଷ୍ପତ୍ତି ନେଇଛନ୍ତି ମହାରାଜ କଂସ । ଏସବୁ ଭିତରେ କଂସଙ୍କ ନିମନ୍ତ୍ରଣ ପାଇ ରାଜ ଦରବାରକୁ ପହଞ୍ଚି ଥିଲେ ଜିଲ୍ଲାର ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀ । କଂସାସୁରଙ୍କ ପ୍ରଶ୍ନ ଓ ଅଧିକାରୀଙ୍କ ଥତମତ ଉତ୍ତର ଦର୍ଶକଙ୍କୁ ଯୋଗାଇ ଥିଲା ମନୋରଞ୍ଜନର ଖୋରାକ । ସେପଟେ ଗୋପପୁର ସାଜିଥିବା ଅମ୍ବାପାଲି ହୋଇଛି କୃଷ୍ଣମୟ । ନାଟୁଆ କାହ୍ନା ଡୋରୀରେ ବାନ୍ଧି ହୋଇଛି ସାରା ଗୋପପୁର । ଯମୁନା ତୁଠରେ ଗୋପୀଙ୍କ ବସ୍ତ୍ର ହରଣ କରିଛନ୍ତି ନଟଖଟିଆ ନନ୍ଦ ନନ୍ଦନ ।

କାକୁତି ମିନତି, ନେହୁରା ପରେ ଫେରାଇଛନ୍ତି ବସ୍ତ୍ର । ରାଧାଙ୍କୁ ପ୍ରେମ ନିବେଦନ କରି ନୃତ୍ୟଗୀତରେ ହୋଇଛନ୍ତି ମସଗୁଲ । ଗୋଟିଏ ପରେ ଗୋଟିଏ ବାଲ୍ୟଲୀଳା କରି ମନ ମୋହୁଛନ୍ତି କାଳିଆ ସୁନା । ଏପଟେ ଗୋପୀଙ୍କ ଦଧିବିକା ସୃଷ୍ଟି କରିଛି କଳି ଯୁଗରେ ଦ୍ୱାପର ଯୁଗର ଭ୍ରମ । ଧନୁଯାତ୍ରାର ସପ୍ତମ ଦିନରେ ଧନୁଯାତ୍ରାକୁ ଶ୍ରୀକୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକୃରଙ୍କୁ ଗୋପପୁର ପ୍ରେରଣ ଓ ସେପଟେ ରାଧାକୃଷ୍ଣଙ୍କ ନବକେଳୀ ଦୃଶ୍ୟ ଅଭିନୀତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.