Below header

ଭୂତ ପାଖକୁ ଗଲାବେଳେ କଣ ସାଥିରେ ନିଅନ୍ତି ଏକ୍ସପର୍ଟ ?

ଦର୍ଶକବନ୍ଧୁ ଦୁନିଆରେ ଦୁଇଟି ଶକ୍ତି ଅଛି ବୋଲି କୁହାଯାଏ । ଗୋଟେ ପଜେଟିଭ ଓ ଅନ୍ୟଟି ନେଗେଟିଭ । ଦାବି ଉଠେ ଯେ ଯଦି ପଜେଟିଭ ଶକ୍ତି ଅଛି ଓ ଆମେ ବିଶ୍ୱାସ କରୁଛେ ତେବେ ନେଗେଟିଭକୁ କାହିଁକି କରିବାନି । ଆପଣ ଜାଣନ୍ତି, ଲମ୍ବା ସମୟ ଧରି ଏହି ଯୁକ୍ତି ଚାଲିଆସୁଛି କି ଭୂତ ଅଛନ୍ତି କି ନାହିଁ । ଧର୍ମରେ ଭୂତ ଅବା ନେଗେଟିଭ ଏନର୍ଜିକୁ ନେଇ ଅନେକ ପ୍ରକାରର ମାନ୍ୟତା ରହିଛି । ଯାହା ହିସାବରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥାଏ । କିନ୍ତୁ ଏବେ ବୈଜ୍ଞାନିକ ତରିକାରେ ବି ପାରାନର୍ମାଲ ଆକ୍ଚିଭିଟିଜକୁ ନେଇ ରିସର୍ଚ୍ଚ କରାଯାଉଛି । ଆପଣ ଦେଖିଥିବେ କି କୌଣସି ପାରାନର୍ମାଲ ଏକ୍ସପର୍ଟ କିଛି ଆଧୁନିକ ଉପକରଣ ସହ ଭୂତ ଅବା କୌଣସି ଏନର୍ଜିକୁ ଖୋଜିବାକୁ ଚେଷ୍ଠା କରିଥାନ୍ତି । ଏମିତିକି ଆପଣ ଏହାକୁ କୌଣସି ଟିଭି ସୋ ଅଥବା ଫିଲ୍ମରେ ଦେଖିଥିବେ ନିଶ୍ଚୟ ।

କିନ୍ତୁ କଣ ଆପଣ ଜାଣନ୍ତି କି ଯେ ଏହି ପାରାନର୍ମାଲ ଏକ୍ସପର୍ଟ ଏହି ଏଲର୍ଜିକୁ ଖୋଜିବାକୁ କେଉଁ ଉପକରଣ ବ୍ୟବହାର କରିଥାନ୍ତି । ଆଉ ଏହି ଉପକରଣ ଦ୍ୱାରା କିଭଳି ଭୂତ ଅବା ପାରାନର୍ମାଲ ଗତିବିଧିର ପତ୍ତାଲଗାଯାଏ । ଜାଣିବା ଏହି ଆଧିୁନିକ ଉପକରଣ ବିଷୟରେ । ଯାହା ଦ୍ୱାରା ଭୂତକୁ ଖୋଡିବାକୁ ଚେଷ୍ଠା କରାଯାଏ ।

ସବୁବେଳେ ମାନାଯାଏ କି ଯେଉଁଟି ବି କୌଣସି ଏନର୍ଜି ରହିଥାଏ ତେବେ ସେହି ସ୍ଥାନରେ ତାପମାତ୍ରାର ଅନ୍ତର ହୋଇଥାଏ । ଯେମିତିକି ଯଦି କୌଣସି ଘର ମଧ୍ୟରେ ଚେକ କରାଯାଏ ତେବେ ସେହି ଘର ମଧ୍ୟରେ ତାପମାତ୍ର୍‌ା କାଫି ଅଲଗା ଅଲଗା ହୋଇଥାଏ । ତେଣୁ ଏହି ଏନର୍ଜିର ଅନ୍ଦାଜା ଲଗାଇବା ପାଇଁ ଟେମ୍ପରେଚର ଚେକ କରାଯାଏ । ଏବଂ ଦେଖିବାକୁ ମିଳିଥାଏ କି ଗୋଟିଏ ସ୍ଥାନରେ ତାପମାତ୍ରା କମ ଥାଏ ଆଉ ତାରି ଅତି ପାଖ ସ୍ଥାନର ତାପମାତ୍ରା କାଫି ଅଧିକ ଥାଏ । ଏଥିପାଇଁ ଟେମ୍ପରେଚର ମିଟର ଦ୍ୱାରା ଟେମ୍ପରେଚର ଫ୍ଲକଚୁଏସନ ହୋଇଥାଏ ।

ଏହା ଛଡା ଏକ୍ସପର୍ଟ ନିଜ ସହ ଏକ ସାଉଣ୍ଡ ରେକର୍ଡିଙ୍ଗ ଡିଭାଇସ ମଧ୍ୟ ରଖନ୍ତି । ଯାହା ସାଧାରଣ ସାଉଣ୍ଡ ରେକର୍ଡରୁ କାଫି ଅଲଗା ଅଟେ । ଏଥିରେ ବହୁତ ହି ଛୋଟ ଛୋଟ ସାଉଣ୍ଡ ଫ୍ରିକ୍ୱେନ୍ସି ବିଷୟରେ ଜଣାପଡିଥାଏ । ପ୍ରକୃତରେ ମାନାଯାଇଥାଏ କି ଯେଉଁଠି କୌଣସି ଏଭଳି ଆକ୍ଟିଭିଟି ରହିଥାଏ ତେବେ ଏହି ଶବ୍ଦ ସାହାଯ୍ୟରେ ଅନେକ କିଛି ଜଣାପଡିଥାଏ । ଯାହାର ନାମ ଇଭିପି ରେକର୍ଡର ଅଟେ ।

ଯେବେ ବି ଏକ୍ସପର୍ଟ ଯାଞ୍ଚ କରିଥାନ୍ତି ସେତେବେଳେ ତାଙ୍କ ସହ ଏକ ମେସିନ ନିଶ୍ଚୟ ରହିଥାଏ । ଯାହାର ନାମ ଇଏମଏଫ ସେନ୍ସର । କୁହାଯାଏ କୌଣସି ସ୍ଥାନରେ ଯଦି ବିନା କିଛି କାରଣରେ ଇଏମଏଫ ସଂଗୃହିତ ହୋଇ ରହିଛି । ତେବେ ଇଏମଏଫ ସେନ୍ସର ଏହାକୁ ଡିଟେକ୍ଟ କରିବାରେ ସହାୟକ ହୋଇଥାଏ । କିନ୍ତୁ ତଥାପି ସେହିଠାରେ ସେଭଳି କିଛି ଏନର୍ଜି ରହିଛି କି ନାହିଁ ତାହା କୁହାଯାଇପାରିବ ନାହିଁ । ଏହା କେବଳ ଇନଭେଷ୍ଟିଗେଟର ବା ଏକ୍ସପର୍ଟଙ୍କ ନିଷ୍କର୍ସ ଉପରେ ନିର୍ଭର କରିଥାଏ

ପାରନର୍ମାଲ ଏକ୍ସପର୍ଟ ନିଜ ଅନେକ ଡିଭାଇସରେ ଏକ କ୍ୟାମେରା ମଧ୍ୟ ରଖିଥାନ୍ତି । ଯେଉଁ କ୍ୟାମେରା ସାଧାରଣ କ୍ୟାମେରା ହୋଇନଥାଏ । ଏହା ନାଇଟ ଭିଜନ କ୍ୟାମେରା ଅଟେ । ଯେଉଁଥିରେ ଅନ୍ଧାରରେ କାଫି ସମୟ ପର୍ଯ୍ୟନ୍ତ ସୁଟ କରାଯାଇଥାଏ । କିନ୍ତୁ ଅପରେସନ ସମୟରେ ପ୍ରତିଟି ମୂହୁର୍ତ୍ତର ରେକର୍ଡିଙ୍ଗ୍ସ ପାଇଁ ଏହି ନାଇଟ ବିଜନ କ୍ୟାମେରାକୁ ବ୍ୟବହାର କରାଯାଇଥାଏ । କାରଣ ଅନ୍ଧାରରେ ହୁଏତ ମଣିଷର ଆଖି ଧୋକା ଖାଇଯାଇପାରେ ହେଲେ ନାଇଟ ବିଜନ କ୍ୟାମେରା ଦ୍ୱାରା କିଛି ଆକ୍ଟିବିଟିଜ ରେକର୍ଡ ହେବାର ସମ୍ଭାବନା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.