ପଇସା ଖର୍ଚ୍ଚ କରିବା ପୂର୍ବରୁ ପତ୍ନୀ ମୀରାଙ୍କ ପରମିଶନ ନିଅନ୍ତି ଶାହିଦ, ନିଜେ ଚାଟ୍‌ ଶୋରେ କଲେ ଖୁଲାସା

ଶାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ ରିଲିଜ ହୋଇଛି। ଦର୍ଶକଙ୍କୁ ଫିଲ୍ମ ବହୁତ ପସନ୍ଦ ଆସିଛି ସତ କିନ୍ତୁ ଫିଲ୍ମଟି କେଜିଏଫ ୨ ପାଇଁ ସେତେ ଭଲ ଆୟ କରିପାରୁନାହିଁ। ଫିଲ୍ମ ‘ଜର୍ସି’ରେ ଶାହିଦଙ୍କ ସହିତ ଅଭିନେତ୍ରୀ ମୃଣାଳ ଠାକୁର ଏବଂ ପଙ୍କଜ କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମ ସାଉଥ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ। ସାଉଥରେ ନିର୍ମିତ ଏହି ଫିଲ୍ମ ନ୍ୟାସନାଲ ଆଓ୍ଵାର୍ଡ ଜିତିସାରିଛି। ହେଲେ ଫିଲ୍ମ ଜର୍ସି ରିଲିଜ ପରେ ଶାହିଦ ଏକ ଚାଟ୍‌ ଶୋରେ ଦେଇଥିବା ଇଣ୍ଟରଭ୍ୟୁ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି।

ଏହି ଶୋରେ ଶାହିଦଙ୍କୁ ପଚରାଯାଇଥିଲା କି, ସେ ରୋଜଗାର କରୁଥିବା ସବୁ ପଇସା ଖର୍ଚ୍ଚ କରନ୍ତି କି କିମ୍ବା ସଞ୍ଚୟ କରନ୍ତି କି ? ପଇସା ଖର୍ଚ୍ଚ କରିବା ପାଇଁ ମୀରାଙ୍କ ଅନୁମତି ନିଅନ୍ତି କି ? କିନ୍ତୁ ଏହି ପ୍ରଶ୍ନର ଉତ୍ତର ଦେଇ ଶାହିଦ କହିଛନ୍ତି, ପ୍ରଥମେ ମୁଁ ଆଉଟ୍‌ ହୋଇଯାଉଥିଲି କିନ୍ତୁ ଏବେ ହେଉନି। ଏବେ ମୁଁ ଫ୍ୟାମିଲି ମ୍ୟାନ୍‌। ମୋର ପିଲା, ପତ୍ନୀ ସମସ୍ତେ ରହିଛନ୍ତି। ପଇସା ଖର୍ଚ୍ଚ ପୂର୍ବରୁ ପଚାରିବାକୁ ପଡେ, ଭାବିବାକୁ ପଡେ। କିନ୍ତୁ ଶାହିଦ ତାଙ୍କ ବନ୍ଧୁମାନଙ୍କ ସହିତ ବୁଲିବାକୁ ଗଲେ ମୀରାଙ୍କ ଅନୁମତି ନିଅନ୍ତି ନାହିଁ ବୋଲି।

ଶାହିଦଙ୍କ କହିବା ମୁତାବକ, ଏହା ପୁଅମାନଙ୍କର ଅଧିକାର। ପ୍ରତ୍ୟେକ ପୁଅପିଲା ବଏଜ ଟ୍ରିପରେ ଯିବା ଉଚିତ। ଶାହିଦ ଏବଂ ମୀରାଙ୍କ ବାହାଘର ୨୦୧୫ରେ ହୋଇଥିଲା। ଦୁହିଁଙ୍କର ୨ଟି ପିଲା ମଧ୍ୟ ରହିଛନ୍ତି।
ଶାହିଦ ଅନେକ ଫିଲ୍ମରେ କାମ କରିସାରିଛନ୍ତି। କିନ୍ତୁ ୨୦୧୯ରେ ରିଲିଜ ହୋଇଥିବା ‘କବୀର ସିଂ’ ବହୁତ ଲୋକପ୍ରିୟତା ହାସଲ କରିଥିଲା। ଫିଲ୍ମଟି ରିଲିଜ ହେବା ପରେ ଜବରଦସ୍ତ ଆୟ କରିଥିଲା। ଶାହିଦଙ୍କ କ୍ୟାରିଅରର ଏକ ମାଇଲ ଖୁଣ୍ଟ ରହିଥିଲା ଏହି ଫିଲ୍ମ।

shahid

ଶାହିଦ କପୁର ପ୍ରାୟ ସମୟରେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ନିକଟରେ ଅଭିନେତା ନିଜ ପତ୍ନୀ ମୀରା ରାଜପୁତଙ୍କୁ ଥଟ୍ଟା ପରିହାସ କରିଥିବା ନଜର ଆସିଛନ୍ତି, ଯାହା ପରେ ପତ୍ନୀ ମୀରା ମଧ୍ୟ ସ୍ୱାମୀଙ୍କୁ ନିଜ ଅନ୍ଦାଜରେ ଧମକ ଦେବାକୁ ପଛାଇ ନାହାନ୍ତି। ରିପୋର୍ଟରୁ ଜଣାପଡ଼ିଛି, ଶାହିଦ ନିଜ ବେଡ୍‌ରୁମର ଫଟୋ ଏବେ ଦୁନିଆ ସାମ୍ନାରେ ସେୟାର କରି ଦେଇଛନ୍ତି, ଯାହାକୁ ନେଇ ମୀରା ଏକଦମ୍‌ ରାଗି ଯାଇଥିଲେ। ଶାହିଦ କପୁର ଓ ମୀରା ରାଜପୁତଙ୍କ ଯୋଡ଼ିକୁ ଲୋକେ ଖୁବ୍‌ ପସନ୍ଦ କରନ୍ତି। ଏହି କପଲ୍‌ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ୍‌ ରୁହନ୍ତି। କେବଳ ଏତିକି ହିଁ ନୁହେଁ, ଏହି ଦୁଇଜଣ ପ୍ରାୟତଃ ସବୁ ସମୟରେ ପରସ୍ପର ପ୍ରତି ନିଜର ଭଲ ପାଇବା ଦେଖାଇ ପୋଷ୍ଟଗୁଡ଼ିକୁ ସେୟାର କରି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.