ଇଲେକ୍ସନ ଆଟଲାସ୍ ଅଫ ଇଣ୍ଡିଆର ସଦ୍ୟତମ ସଂସ୍କରଣ ପ୍ରକାଶିତ

ନୂଆଦିଲ୍ଲୀ : ଇଣ୍ଡିଆଷ୍ଟାଟ (Indiastat), ‘ଇଲେକ୍ସନ ଆଟଲାସ୍ ଅଫ ଇଣ୍ଡିଆ’ ର ସଦ୍ୟତମ ସଂସ୍କରଣ ଜାରି କରିଛି, ଯାହା ନିର୍ବାଚନ ବିଶେଷଜ୍ଞ, ଶିକ୍ଷାବିତ, ଗବେଷଣାବିତ, ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ସଂଗୃହୀତ ଦସ୍ତାବିଜ ।
ଏହି ଆଟଲାସ୍ ସ୍ୱାଧୀନତା ପରଠାରୁ, ୧୯୫୨ ମସିହାର ପ୍ରଥମ ଲୋକସଭାରୁ ୨୦୧୯ ମସିହାର ସପ୍ତଦଶ ଲୋକସଭା ଏବଂ ୨୦୨୨ ବର୍ଷ ଜାନୁଆରୀ ମାସ ପର୍ଯ୍ୟନ୍ତ ଅପଡେଟ ସଂସଦୀୟ ନିର୍ବାଚନର ବିକାଶକୁ ଦର୍ଶାଇଛି । ଏହି ଇଲେକ୍ସନ ଆଟଲାସ୍‌ରେ ବିଷୟଗତ ମାନଚିତ୍ର, ଗ୍ରାଫ୍, ଚାର୍ଟ, ସଂକ୍ଷିପ୍ତ ବିବରଣୀ, କୋଲାଜ ଏବଂ ସଂଖ୍ୟା ଗୁଡିକର ସହାୟତାରେ ସଂସଦୀୟ ନିର୍ବାଚନର ସଂଖ୍ୟା ଓ ତଥ୍ୟ ଗୁଡିକୁ ଦର୍ଶାଇବାର ଉଦ୍ୟମ କରାଯାଇଛି ।

ଇଣ୍ଡିଆଷ୍ଟାଟ ଆଜି ‘ଇଲେକ୍ସନ ଆଟଲାସ୍ ଅଫ ଇଣ୍ଡିଆ’ ନାମକ ପୁସ୍ତକର ପ୍ରକାଶନ କରିଛି । ଏହି ପୁସ୍ତକର ସମ୍ପାଦନ ଏବଂ ପ୍ରକାଶନ, ଇଣ୍ଡିଆଷ୍ଟାଟ (Indiastat.com) ର ସହ-ସଂସ୍ଥାପକ ଓ ନିର୍ଦ୍ଦେଶକ ଡା ଆର.କେ. ଠୁକ୍ରାଲ୍ ଙ୍କ ଦ୍ୱାରା କରାଯାଇଛି । ଡା. ଠୁକ୍ରାଲ୍ ଏହି ପୁସ୍ତକର ଏକ ପ୍ରତିଲିପି ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରିଛନ୍ତି । ୧୯୫୨ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ସମସ୍ତ ଲୋକସଭା ନିର୍ବାଚନ ଉପରେ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିଥିବା ଏକ ସ୍ୱତନ୍ତ୍ର ପୁସ୍ତକ । ଏଥିରେ ୨୦୨୨ ଜାନୁଆରୀ ମାସ ପର୍ଯ୍ୟନ୍ତ ସମସ୍ତ ଅପଡେଟକୁ ସାମିଲ କରାଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ପୁସ୍ତକର ସମ୍ପାଦକ ଡା. ଠୁକ୍ରାଲ୍ କହିଛନ୍ତି ଯେ ଇଲେକ୍ସନ ଆଟଲାସ୍ ଅଫ ଇଣ୍ଡିଆର ପ୍ରଥମ ସଂସ୍କରଣ ଅତ୍ୟନ୍ତ ସଫଳ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ଭାରତର ୯୧୨ କୋଟିରୁ ଅଧିକ ମତଦାତା ଭୋଟ୍‌ ଦେଇଥିଲେ । ଯାହାକି ଆମେରିକା ଓ ପଶ୍ଚିମ ୟୁରୋପର ମିଳିତ ଜନସଂଖ୍ୟା ଠାରୁ ମଧ୍ୟ ଅଧିକ ।

ୟୁନାଇଟେଡ ନେସନ ଡେମୋକ୍ରାଟିକ ଫଣ୍ଡ (UNDEF), ଆସୋସିଏସନ ଅଫ ୱାର୍ଲଡ ଇଲେକ୍ସନ ବଡିଜ (A-WEB), କମନୱେଲଥ ପାର୍ଲିଆମେଣ୍ଟାରୀ ଆସୋସିଏସନ (CPA), ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ (IDEA), ୟୁରୋପିଆନ ଆସୋସିଏସନ ଅଫ ପଲିଟିକାଲ କନ୍ସଲଟେଣ୍ଟସ (EAPC) ଭଳି ବିଶ୍ୱସ୍ତରୀୟ ପ୍ରତିଷ୍ଠିତ ଅନୁଷ୍ଠାନ ଏବଂ ହାଭାର୍ଡର ରାଜନୀତିକ ବୈଜ୍ଞାନିକ ପ୍ରଫେସର ପିପ୍ପା ନରୀଶ ପ୍ରମୁଖ ଇଣ୍ଡିଆଷ୍ଟାଟ ଦ୍ୱାରା ପ୍ରକାଶିତ ଇଲେକ୍ସନ ଆଟଲାସ୍ ଅଫ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି । ଏହା www.indiastatpublications.com ୱେବସାଇଟରେ ଅନଲାଇନ ଭାବେ ମଧ୍ୟ ଉପଲବ୍‌ଧ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.