ଅନ୍ତରୀକ୍ଷ ଇଟାରେ ଘର କରି ପାରିବେ ଚନ୍ଦ୍ର ଓ ମଙ୍ଗଳରେ

ଚାନ୍ଦରେ ଜାଗା କିଣିଲେଣି ଲୋକେ । ମଙ୍ଗଳରେ ବି ରହିପାରିବେ ଲୋକେ । ହେଲେ କେବେ ? ଏ ପ୍ରଶ୍ନର ଉତ୍ତର କେବେ ମିଳିବ । ଯଦି ମଣିଷ ସେଠାରେ ବସତି ସ୍ଥାପନ କରେ ତେବେ କେମିତି ରହିବ ? ଏହାକୁ ନେଇ ବର୍ଷ ସାରା ଚାଲିଛି ରିସର୍ଚ୍ଚ । ଏବେ ଏହାକୁ ନେଇ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ବେଙ୍ଗାଲୁରୁ ଓ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ମିଶି ଅନ୍ତରୀକ୍ଷ ଇଟା ତିଆରି କରିଛନ୍ତି । ଏହି ଇଟା ସାହାଯ୍ୟରେ ମଙ୍ଗଳରେ ବନା ଯାଇପାରେ ଘର । ପ୍ଲସ ୱନ ଜର୍ନାଲରେ ଇସ୍ରୋର ଏହି ରିସର୍ଚ୍ଚ ପ୍ରକାଶିତ କରାଯ।ଇଛି । ଯେଉଁଥିରେ ଏହି ଅନ୍ତରୀକ୍ଷ ଇଟାର ତିଆରି ପ୍ରଣାଳୀ କୁହାଯାଇଛି ।

ବୈଜ୍ଞାନିକଙ୍କ ତରଫରୁ ଏହି ଖାସ ଇଟାକୁ ବନାଇବା ପାଇଁ ମଙ୍ଗଳର ସିମୁଲେଣ୍ଟ ସଏଲ ଅର୍ଥାତ ପ୍ରତିକୃତି ମାଟି ଓ ୟୁରିଆର ବ୍ୟବହାର କରାଯାଇଛି । ଏହି ଅନ୍ତରୀକ୍ଷ ଇଟା ଦ୍ୱାରା ମଙ୍ଗଳ ଗ୍ରହରେ ଘର ତିଆରିର ମୂଳଦୂଆ ପକାଯାଇପାରେ । ଏହା ଦ୍ୱାରା ମଙ୍ଗଳ ଗ୍ରହ ଉପରେ ଘର ବସାଇବାର ସାହାଯ୍ୟ ମିଳିପାରେ ।

space
Picture credit-Space.com

ବୈଜ୍ଞାନିକମାନଙ୍କ ବ୍ୟାକ୍ଟେରିଆ ଆଧାରିତ ଟେକ୍ନୋଲୋଜି ସାହାଯ୍ୟରେ ଅନ୍ତରୀକ୍ଷ ଇଟାକୁ ତିଆରି କରାଯାଇଛି । ପ୍ରଥମେ ମଙ୍ଗଳରୁ ମାଟି, ସ୍ପୋରୋସାରସିନା ପେଷ୍ଟୁରି ନାମକ ବ୍ୟାକ୍ଟେରିଆ, ଗ୍ବାର ଗମ, ୟୁରିଆ ଓ ନିକେଲ କ୍ଲୋରାଇଡକୁ ଏକା ସହ ମିଳାଇଯାଇଥିଲା । ଏହାପରେ ଏହି ଘୋଳକୁ ଇଟା ଭଳି ଆକାର ଦେବା ପାଇଁ ଚିନ୍ତା କରାଗଲା । ବ୍ୟାକ୍ଟେରିଆର କିଛି ଦିନ ପରେ ୟୁରିଆକୁ କ୍ୟାଲୟିସମ କାର୍ବୋନେଟର କ୍ରିଷ୍ଟଲରେ ବଦଳାଗଲା ।

ଏସ୍ରୋ ଓ ଆଇଆଇଏସସି ର ବୈଜ୍ଞାନିକମାନେ ବର୍ଷ ୨୦୨୦ଅଗଷ୍ଟରେ ଚନ୍ଦ୍ରର ମାଟି ଉପରେ ଏହିଭଳି ପ୍ରୟୋଗ କରିଥିଲେ । ଅନୁସନ୍ଧାନକାରୀଙ୍କ କହିବା କଥା କି ଚନ୍ଦ୍ରର ଇଟା ତିଆରି ପାଇଁ ବ୍ୟବହାର କରାଯାଉଥିବା ପ୍ରୋସେସରୁ ବେଲନାକୃତି ଇଟା ହିଁ ବନାଯାଇପାରେ । କିନ୍ତୁ ବୈଜ୍ଞାନିକଙ୍କର ଏଭଳି ପ୍ରୟୋଗରୁ ଅନେକ ପ୍ରକାରର ଇଟା ବନାଯାଇପାରେ ।

space2
Pixture credit-Salon.com

ଆଇଆଇଏସସିରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ଏସୋସିଏଟ ପ୍ରଫେସର ଓ ଏହି ରିସର୍ଚ୍ଚର ଅନୁସନ୍ଧାନକାରୀ ଆଲୋକ କୁମାରଙ୍କ କହିବା କଥା କି ମଙ୍ଗଳ ଗ୍ରହର ମାଟିରୁ ଇଟ୍ଟା ତିଆରି କରିବା ମୁସ୍କିଲ ଥିଲା । କାରଣ ମଙ୍ଗଳର ମାଟିରେ ଆଇରନ ଅକ୍ସସାଇଡ ବହୁତ ବେଶୀ ହୋଇଥାଏ । ଏହା କାରଣରୁ ଏଥିରେ ବ୍ୟାକ୍ଟେରିଆ ଜନ୍ମ ହୋଇପାରେନାହିଁ । ନିକେଲ କ୍ଲୋରାଇଡର ସାହାଯ୍ୟରେ ମାଟିକୁ ବ୍ୟାକ୍ଟେରିଆ ଅନୁକୂଳ କରାଯାଇଥାଏ ।

ବ୍ୟାକ୍ଟେରିଆ ନିଜର ପ୍ରୋଟିନର ବ୍ୟବହାର କରି କଣିକାକୁ ଏକ ସାଥିରେ ବାନ୍ଧି ଦେଇଥାଏ ଓ ସାନ୍ଦ୍ରତାକୁ କମ କରିଥାଏ । ଯାହା ଫଳରେ ମଜବୁତ ଇଟା ତିଆରି କରିବାରେ ସହାୟକ ହୁଏ ।

ବର୍ତ୍ତମାନ ବୈଜ୍ଞାନିକମାନେ ଅନ୍ତରୀକ୍ଷ ଇଟାର କେବଳ ଏକ ପ୍ରୋଟୋ ଚାଇପ ବନାଇବାର କାମ କରିଛନ୍ତି । ଏହାକୁ ନେଇ ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଛି । କାରଣ ଏହା କେତେଦୂର ମଙ୍ଗଳରେ ତିଷ୍ଟି ରହିପାରିବ ତାହା ବଡ କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.