ଏଲନ୍ ମସ୍କ ଟ୍ୱିଟର କିଣିବା ପରେ କ’ଣ ହେବ? ଜାଣନ୍ତୁ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ହେବାକୁ ଥିବା ବଡ଼ ପରିବର୍ତ୍ତନ

ଆଜିର ଯୁଗରେ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅଧିକ ଜଡ଼ିତ ହୋଇ ରହୁଛନ୍ତି । ଏମିତିକି ଅନେକ ଅନଲାଇନ୍ କାମ ସହଜ ହୋଇପାରୁଛି ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ । ତେଣୁ ଏହାର ମୁଖ୍ୟମାନେ ମଧ୍ୟ ଅନେକ କିଛି ପରିବର୍ତ୍ତନ କରୁଛନ୍ତି ଗ୍ରାହକଙ୍କ ଇଚ୍ଛାକୁ ଓ ଆବଶ୍ୟକତାକୁ ପୂରଣ କରିବା ପାଇଁ। ତେବେ ସବୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ମୁଖ୍ୟ ଯେତେ ଜ୍ଞାନୀ ସେହି ପ୍ଲାଟଫର୍ମ ସେତେ ଅଧିକ ଗ୍ରୋଥ କରିଥାଏ।

ବର୍ତ୍ତମାନ ଅଧିକ ବ୍ୟବହୃତ ହେଉଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟର କିଣିଛନ୍ତି ବିଶ୍ୱର ଜଣେ ଶିଳ୍ପପତି ଓ ଶ୍ରେଷ୍ଠ ଧନୀ ଏଲନ୍ ମସ୍କ । ଏହାକୁ ନେଇ ସେ ଅନେକ ପ୍ଳାନିଂ ମଧ୍ୟ କରିଛନ୍ତି। ଏମିତିକି ଟେକ୍ନୋଲୋଜି ବିଜନେସମ୍ୟାନ ତଥା ନିବେଶକ ଜନ୍ ମେୟର କହିଛନ୍ତି ଯେ ମୁଁ ଭାବୁଛି, ଏଲନ୍ ମସ୍କ ଏହାକୁ କିଣିବା ଟ୍ୱିଟର ପାଇଁ ଏକ ବଡ଼ କଥା। ୪୪ ବିଲିୟନ ଡଲାରରେ ଏଲନ୍ ମସ୍କ ଟ୍ୱିଟର କିଣିଛନ୍ତି ଓ ଏହାକୁ ଅନେକ ରୂପରେ ବଦଳାଇବା ପାଇଁ ମଧ୍ୟ ଇଚ୍ଛା ରଖିଛନ୍ତି। ତେଣୁ ଆମେ ଆଜି ଜାଣିବା ଏଲନ୍ ମସ୍କ ଟ୍ୱିଟର କିଣିବା ପରେ ଏହି ଆପ୍ ରେ କ’ଣ ସବୁ ପରିବର୍ତ୍ତନ ହୋଇପାରେ।

ବିଲିୟନେୟାର ବ୍ୟବସାୟୀ ତଥା ଟେସଲା ସିଇଓ ଏଲନ୍ ମସ୍କଙ୍କ ଅଧିଗ୍ରହଣ ବିଡକୁ ପ୍ରାୟ ୪୪ ବିଲିୟନ ଡଲାରରେ ଟ୍ୱିଟର ବୋର୍ଡ ଅନୁମୋଦନ କରିଛି । ଯାହା ପରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ହେବାକୁ ଅତି ନିକଟତର ହୋଇଛନ୍ତି। ଏହି ଚୁକ୍ତି ଚଳିତ ବର୍ଷ ଶେଷ ହେବ ବୋଲି ଆଶା କରାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ଅଂଶୀଦାର ବା ସେୟରଧାରି ଓ ଆମେରିକାର ନିୟାମକମାନଙ୍କ ଦ୍ୱାରା ଅନୁମୋଦନ ହୋଇନାହିଁ।

ଏପ୍ରିଲ୍ ୧୪ ରେ ଏଲନ୍ ମସ୍କ ଟ୍ୱିଟର କିଣିବାକୁ ପ୍ରସ୍ତାବ ଦେଇଥିଲେ। ମସ୍କ କହିଛନ୍ତି ଯେ ସେ ଟ୍ୱିଟର କିଣିବାକୁ ଚାହୁଁଛନ୍ତି କାରଣ ସେ ଭାବୁନନାହିଁ ଯେ ଏହା ମୁକ୍ତ ଅଭିବ୍ୟକ୍ତି ପାଇଁ ଏକ ପ୍ଲାଟଫର୍ମ ଭାବରେ ଏହାର ସମ୍ଭାବନାକୁ ପୂରଣ କରୁଛି। ସୋମବାର ଟ୍ୱିଟର ବୋର୍ଡ ସର୍ବସମ୍ମତି କ୍ରମେ ତାଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି ଏବଂ ଅଂଶୀଦାରମାନଙ୍କୁ ମଧ୍ୟ ତାହା କରିବାକୁ ପରାମର୍ଶ ଦେଇଛି।

ଟ୍ୱିଟରର ଅଂଶୀଦାରମାନଙ୍କ ପାଇଁ ଏହି ଡିଲ୍ ଭଲ ପ୍ରମାଣିତ ହେବ ବୋଲି ଟ୍ୱିଟର ବୋର୍ଡ ମଧ୍ୟ କହିଛି। ଏହି ଡିଲ୍ ଟ୍ୱିଟରର ବନ୍ଦ ମୂଲ୍ୟରେ ୩୮ ପ୍ରତିଶତ ପ୍ରିମିୟମ ସହିତ ଏପ୍ରିଲ ୧ ରେ କରାଯାଇଥିଲା। ବୋର୍ଡ କହିଛି ଯେ ଏହା ମସ୍କକୁ ଏକ ମହତ୍ଵପୂର୍ଣ୍ଣ ନଗଦ ପ୍ରିମିୟମ ପ୍ରଦାନ କରିଛି ଯାହା ଟ୍ୱିଟର ଅଂଶୀଦାରମାନଙ୍କ ପାଇଁ ଭଲ ଉପାୟ ହେବ।

ତେବେ ଟ୍ୱିଟର ବୋର୍ଡ ପ୍ରଥମେ ମସ୍କକୁ ବାରଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ମସ୍କ ୪୬.୫ ବିଲିୟନ ଡଲାରର ଅଫର ଦେବାବେଳେ ଏହା ନାଟକୀୟ ଭାବରେ
ବଦଳିଯାଇଥିଲା। ସେ ପୁଣି କହିଥିଲେ ଯେ ଏଥିରୁ ସେ ନିଜେ ୨୧ ବିଲିୟନ ଡଲାର ବିନିଯୋଗ କରିବେ।

ମସ୍କ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ନିବେଶକମାନେ ମଧ୍ୟ ଏଥିରେ ନିବେଶ କରିପାରିବେ। ତେବେ ବ୍ୟବସାୟ ବାଣିଜ୍ୟରେ ଏଲନ ମସ୍କଙ୍କର ଅଧିକ ଅଭିଜ୍ଞତା ରହିଛି।
ସେ ଟେସଲାର ସିଇଓ, ଯାହା ଟ୍ୱିଟରର ପ୍ରାୟ ୨୫ ଗୁଣା ବଡ଼ । ଟେକ୍ନୋଲୋଜି ଉଦ୍ୟୋଗୀ ତଥା ନିବେଶକ ଜନ୍ ମେୟର କହିଛନ୍ତି ଯେ ମୁଁ ଭାବୁଛି ଯେ ଏଲନ୍ ମସ୍କ ଏହାକୁ କିଣିବା ଟ୍ୱିଟର ପାଇଁ ଭାଗ୍ୟର କଥା। କାରଣ ସେ ବହୁତ୍ ଜ୍ଞାନୀ ଓ ଟେକ୍ନୋଲୋଜି ଉପରେ ତାଙ୍କର ଭଲ ଅଭିଜ୍ଞତା ରହିଛି। ତାଙ୍କୁ ନୂଆ ପ୍ଲାଟଫର୍ମରେ ପୁଞ୍ଜି ବିନିଯୋଗକୁ ଦ୍ୱିଗୁଣିତ କରିବାକୁ ପଡିବ ଏବଂ ରୋଜଗାରର ନୂତନ ଉପାୟ ଖୋଜିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମସ୍କଙ୍କ ଏପରି ଏକ ଟ୍ରାକ୍ ରେକର୍ଡ ଅଛି ଯେ ସେ ଅସମ୍ଭବ କାର୍ଯ୍ୟ କରିପାରିବେ।

ପୁଣି ଏଲନ ମସ୍କ ମଧ୍ୟ ଏହି ଟ୍ୱିଟରରେ ଅନେକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏହି ଅପ୍ ଖୁସ ଶୀଘ୍ର ଅପଡେଟ୍ ମଧ୍ୟ ହୋଇପାରେ ଓ ପ୍ରଫେସନାଲ ଫିଚର୍ ସହିତ ବ୍ୟକ୍ତିଗତ ଫିଚର୍ ମଧ୍ୟ ଆଣିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.