NASAର ନୂଆ ଉପଲବ୍ଧି! ସୂର୍ଯ୍ୟଙ୍କୁ ଛୁଇଁଲା ମହାକାଶଯାନ ‘ପାର୍କର ସୋଲାର ପ୍ରୋବ’; ୨୦୨୫ ସୁଦ୍ଧା କକ୍ଷପଥରେ କରିବ ପ୍ରବେଶ

ସୌରମଣ୍ଡଳର ରହସ୍ୟକୁ ଜାଣିବା ଦିଗରେ ବୈଜ୍ଞାନିକମାନେ ନୂଆ ଉପଲବ୍ଧି ହାସଲ କରି ନେଇଛନ୍ତି। ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା (NASA)ର ମହାକାଶଯାନ ‘ପାର୍କର ସୋଲାର ପ୍ରୋବ’ ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କୁ ସ୍ପର୍ଶ କରିଛି। ଏହି ପ୍ରୋବ ୨୮ ଏପ୍ରିଲରେ ସୂର୍ଯ୍ୟଙ୍କ ବାୟୁମଣ୍ଡଳର ବାହ୍ୟ ଭାଗ, ଯାହା ‘କରୋନା’ ନାଁରେ ଜଣା ଯାଇଥାଏ, ସେଥିରେ ପ୍ରବେଶ କରିଛି। ନାସାର ବୈଜ୍ଞାନିକମାନେ ମଙ୍ଗଳବାର ଆମେରିକୀୟ ଜିଓଫିଜିକାଲ୍ ୟୁନିଅନର ଏକ ବୈଠକରେ ଏହି ସଫଳତା ଘୋଷଣା କରିଛନ୍ତି।

ମହାକାଶଯାନ ପାର୍କର ସୋଲାର ପ୍ରୋବ ବାସ୍ତବରେ ଏପ୍ରିଲ ମାସରେ ନିଜର ଅଷ୍ଟମ ଯାତ୍ରା ସମୟରେ ସୂର୍ଯ୍ୟଙ୍କ ନିକଟସ୍ଥ କରୋନା ଦେଇ ଗତି କରିଥିଲା। ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରୋବରୁ ମିଳିଥିବା ତଥ୍ୟକୁ ପାଇବାରେ ଅନେକ ମାସ ସମୟ ଲାଗିଥିଲା ଏବଂ ପୁଣି ଏହାକୁ ନିଶ୍ଚିତ କରିବାରେ ମଧ୍ୟ ଦୀର୍ଘ ଦିନ ସମୟ ଲାଗି ଯାଇଥିଲା।

ପାର୍କର ସୋଲାର ପ୍ରୋବକୁ ୨୦୧୮ରେ କରାଯାଇଥିଲା ଲଞ୍ଚ

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଏହି ପ୍ରକଳ୍ପର ବୈଜ୍ଞାନିକ ନୋଉର ରାଓ୍ଵଉଫି କହିଛନ୍ତି, ପାର୍କର ସୋଲାର ପ୍ରୋବକୁ ୨୦୧୮ ମସିହାରେ ଲଞ୍ଚ୍‌ କରାଯାଇଥିଲା। ପାର୍କର ଯେତେବେଳେ ପ୍ରଥମ ଥର ସୌର ବାତାବରଣ ଏବଂ ସୌର ବାୟୁ ଅତିକ୍ରମ କରିଥିଲା, ସେତେବେଳେ ତାହା ସୂର୍ଯ୍ୟଙ୍କ କେନ୍ଦ୍ରଠାରୁ ୧୩ ନିୟୁତ କିଲୋମିଟର ଦୂରରେ ଥିଲା। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ମହାକାଶଯାନ ପାର୍କର ସୋଲାର ପ୍ରୋବ ଅତି କମ୍‌ରେ ତିନି ଥର କରୋନା ଭିତରେ ପ୍ରବେଶ କରିଥିଲା।

ପ୍ରତି ସେକେଣ୍ଡରେ ୧୦୦ କିଲୋମିଟର ବେଗରେ ଗତି କରୁଥିଲା ମହାକାଶଯାନ

ମିଶିଗନ ୟୁନିଭର୍ସିଟିର ଜଷ୍ଟିନ କାସପର୍ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଥମ ଏବଂ ସବୁଠାରୁ ନାଟକୀୟ ସମୟ ତାହା ଥିଲା, ଯେତେବେଳେ ଆମେ ପାଞ୍ଚ ଘଣ୍ଟା ଧରି ତଳେ ରହିଥିଲୁ। ସେ କହିଥିଲେ କି, ପାର୍କର ବହୁତ ଦ୍ରୁତ ଗତିରେ ଯାଉଥିଲା ଏବଂ ସେହି ସମୟରେ ତାହାର ଗତି ପ୍ରତି ସେକେଣ୍ଡରେ ୧୦୦ କିଲୋମିଟର ଥିଲା। ସେ ଆହୁରି କହିଥିଲେ ଯେ ଯେତିକି ଆଶା ଥିଲା, ତାହାଠାରୁ ଅଧିକ କରୋନା ଧୂଳିରେ ଭରିକି ରହିଥିଲା। ଭବିଷ୍ୟତର କରୋନା ପରିଭ୍ରମଣ ବୈଜ୍ଞାନିକମାନଙ୍କୁ ସୌର ବାୟୁର ଉତ୍ପତ୍ତିକୁ ଭଲ ଭାବରେ ବୁଝିବାରେ ସହାୟତା କରି ପାରିବ।

ସେ କହିଥିଲେ କି, ଆଗକୁ ଏହା ମଧ୍ୟ ଜଣାପଡିବ ଯେ କେମିତି ଏହି ଗରମ ହୋଇଥାଏ ଏବଂ ଏବଂ ମହାକାଶରେ ଏହା କେମିତି ବଢ଼ିଥାଏ। କାହିଁକିନା, ସୂର୍ଯ୍ୟଙ୍କର କଠିନ ପୃଷ୍ଠଭୂମି ନ ଥାଏ। ଏଥିପାଇଁ କରୋନା ସେଠାରେ ରହିଥାଏ, ଯେଉଁଠି କ୍ରିୟା ହୋଇଥାଏ। ଏହି ଚୁମ୍ବକୀୟ ରୂପରେ ଗହନ ଅଞ୍ଚଳକୁ ପାଖରୁ ଅନୁସନ୍ଧାନ କରିବା ଦ୍ୱାରା ବୈଜ୍ଞାନିକକାମାନଙ୍କୁ ସୌର ବିସ୍ଫୋରଣକୁ ଭଲ ଭାବରେ ବୁଝିବାରେ ସହାୟତା ମିଳି ପାରିବ।

ପାର୍କର ସୂର୍ଯ୍ୟଙ୍କ ନିକଟରେ ନିଜର ଦଶମ ଯାତ୍ରାକୁ କଲା ପୂରା

ପ୍ରାଥମିକ ତଥ୍ୟରୁ ଜଣାପଡିଛି ଯେ ପାର୍କର ଅଗଷ୍ଟ ମାସରେ ନିଜର ୯ମ ଯାତ୍ରା ସମୟରେ କରୋନା ଭିତରକୁ ପ୍ରବେଶ କରିଥିଲା, କିନ୍ତୁ ବୈଜ୍ଞାନିକମାନଙ୍କର କହିବା ହେଲା କି, ଏବେ ଆହୁରି ଅଧିକ ବିଶ୍ଳେଷଣର ଆବଶ୍ୟକ ରହିଛି। ପାର୍କର ଗତ ମାସରେ ହିଁ ସୂର୍ଯ୍ୟଙ୍କ ନିକଟରେ ନିଜର ଦଶମ ଯାତ୍ରା ସମାପ୍ତ କରିଛି। ପାର୍କର ଆଗକୁ ଲଗାତାର ସୂର୍ଯ୍ୟଙ୍କ ନିକଟତର ହେବାକୁ ଲାଗିବ ଏବଂ ବର୍ଷ ୨୦୨୫ ସୁଦ୍ଧା ନିଜର ଗ୍ରାଣ୍ଡ ଫିନାଲେରେ କକ୍ଷପଥରେ ପ୍ରବେଶ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.