Below header

ଏ କି ଅପୂର୍ବ ଦୃଶ୍ୟ ! ମନ ମୋହିନେଉଛି ମୟୁରର ନାଚ

କେବେ ମୟୁରକୁ ସ୍ଲୋ ମୋସନରେ ନାଚ କରୁଥିବାର ଦେଖିଛନ୍ତିକି ? ଯଦି ଦେଖିନାହାନ୍ତି ତେବେ ଏହି ନାଚକୁ ଥରେ ଦେଖିଦିଅନ୍ତୁ ଆଉ ତାହାର ମଜା ନିଅନ୍ତୁ । କିନ୍ତୁ ଏଥିପାଇଁ ଆପଣଙ୍କୁ କୌଣସି ନ୍ୟାସନାଲ ପାର୍କ କିମ୍ବା ଜୁ କୁ ଯିବାକୁ ପଡ଼ିବନି । କି କୌଣସି ଜଙ୍ଗଲକୁ ଯିବାକୁ ପଡିବ ନାହିଁ । ଆପଣ ଘରେ ବସି ବସି ଏହାର ମଜା ନେଇପାରିବେ । ଆଶ୍ଚର୍ଯ୍ୟ ହେଉଛନ୍ତି ନା । କିନ୍ତୁ ଏହା ସତ । ନିକଟରେ ବିଭିନ୍ନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଯିଏ ବି ଦେଖୁଛନ୍ତି ପ୍ରକୃତିର ପ୍ରଶଂସା ନକରି ରହିପାରୁ ନାହାନ୍ତି । ଭିଡିଓଟିରେ ଆପଣ ଗୋଟେ ମୟୁର ପକ୍ଷୀ ଖୁବ ଧୀରେ ଧୀରେ ଅଣ୍ଟା ହଲେଇ ହଲେଇ ନାଚ କରୁଥିବାର ଦେଖିପାରିବେ ।

ଆଉ ମୟୁରଟି ନାଚ କରୁଥିବା ସମୟରେ ପକ୍ଷୀଟିର ପଛ ପଟରେ ଥିବା ପୁଚ୍ଛ ଖୁବ ଆକର୍ଷଣୀୟ ଭାବେ ଉପରକୁ ଉପରକୁ ଉଠି ଉଠି ଚାଲିଛି । ଏମିତି ଖୋଲିବା ଦ୍ୱାରା ପୁଚ୍ଛର ରଙ୍ଗ ବି ଖୁବ ଆକର୍ଷଣିୟ ଲାଗୁଛି । ଯାହାକୁ ଦେଖିଲେ ଆଖି ଖୋସି ହୋଇଯାଉଛି | ଆଉ ଆପେ ଆପେ ପାଟିରୁ ବାହାରି ଯାଉଛି ୱା କି ଦୃଶ୍ୟ ! ପ୍ରକୃତିର ଅପୂର୍ବ ଚମତ୍କାର । ଯାହାକୁ ଦେଖିଲେ ଏକ ପ୍ରକାର ଅପୂର୍ବ ଶାନ୍ତି ମିଳୁଛି ।

ଭିଡିଓଟିକୁ ଭାଇରଲ କରିବା ମାତ୍ରେ ଖୁବ କମ ସମୟ ଭିତରେ ୯୩ ହଜାରରୁ ଅଧିକ ଥର ଦେଖାଯିବା ସହ ହଜାରରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିସାରିଲାଣି । ଏହି ଭିଡିଓଟିକୁ ଟ୍ୱିଟରରେ ଆଇଏଫଏସ ଅଫିସର ସୁଧା ରମଣ ଶେୟର କରିଛନ୍ତି । ଯାହାର କ୍ୟାପ୍ସନରେ ସେ ଲେଖିଛନ୍ତିକି – “ନିଜ ଥକ୍କା ପଣକୁ ଦୂର କରିବା ପାଇଁ ଏହି ଭିଡିଓଟିକୁ ନିଶ୍ଚିନ୍ତ ଦେଖନ୍ତୁ” ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.