ରୋଜଗାର ଛଡ଼ାଇ ନେଲା କରୋନା, ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର ଓ ଡବଲ ଗ୍ରାଜୁଏଟ୍

କରୋନା ମହାମାରୀ ଯୋଗୁ କିଏ ନିଜ ଜୀବନ ହରାଉଛି ତ ଆଉ କିଏ ଜୀବିକା। ସ୍ଥିତି ଏମିତି ହୋଇଛି ଯେ ରାସ୍ତାକୁ ଚାଲି ଆସିଛନ୍ତି ବଡ଼ ବଡ଼ କମ୍ପାନୀରେ କରୁଥିବା କର୍ମଚାରୀ। ଦିନେ ଆଇଟି ଇଞ୍ଜିନିୟର ଭାବେ କାମ କରୁଥିବା ଯୁବକ ଆଜି କରୁଛନ୍ତି ନାଳ ସଫା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ମୁଁବ୍ରା ଅଞ୍ଚଳରେ।

ଏଠାରେ ୨୦ ଜଣ ଲୋକଙ୍କର ଏକ ଗ୍ରୁପ ନାଳ ସଫା କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଉଚ୍ଚ ଶିକ୍ଷିତ। କରୋନା ଯୋଗୁ ଚାକିରି ଚାଲିଯିବାରୁ ବାଧ୍ୟ ହୋଇ ପରିବାରର ପେଟ ପୋଷିବାକୁ ସେମାନେ ଏହି କାମ କରୁଥିବା କହିଛନ୍ତି।

ଏହି ଗ୍ରୁପର ଜଣେ ବ୍ୟକ୍ତି ହେଉଛନ୍ତି ଆଇଟି ଇଞ୍ଜିନିୟର। ସେହିପରି ଆଉ ଜଣେ ହେଉଛନ୍ତି ଡବଲ ଗ୍ରାଜୁଏଟ। ସେହିପରି ଆଉ ଜଣେ ପଢା ଶେଷ କରିଥିଲେ ମଧ୍ୟ ଚାକିରି ନ ମିଳିବାରୁ ଏହି କାମ କରୁଥିବା କହିଛନ୍ତି। ଗତ ୩ ମାସ ହେଲା ସେମାନେ ଏହି କାମ କରୁଛନ୍ତି। କୌଣସି କାମ ଛୋଟ ନୁହେଁ ବୋଲି କହିଛନ୍ତି ଏହି ଶିକ୍ଷିତ ଶ୍ରମିକମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.