କେବେ ଉଡ଼ନ୍ତା ମାଛ ଦେଖିଛନ୍ତି କି ? ତୀବ୍ର ବେଗରେ ଉଡ଼ୁଥିବା ମାଛକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

ପ୍ରକୃତିରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଦେଖିବା ପାଇଁ ମିଳେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ‘ବୁଟେନଗିବିଡେନ’ ନାକମ ଏକ ଆକାଉଣ୍ଟରୁ ଏଭଳି ଏକ ଭିଡିଓ ସେୟାର କରାଯାଇଛି । ଭାଇରାଲ ଭିଡିଓଟି ସମୁଦ୍ର ମଝିରୁ ଏକ ସିପ୍‌ରୁ ରେକର୍ଡ କରାଯାଇଛି ।

କେବେ ଉଡ଼ନ୍ତା ମାଛ ଦେଖିଛନ୍ତି କି ? ମାଛ ତ ବିଭିନ୍ନ ପ୍ରକାରର ଦେଖିଥିବେ । ଛୋଟ ବଡ଼ ସବୁ ପ୍ରକାରର ମାଛ ଏହି ପ୍ରକୃତିରେ ଉପଲବ୍ଧ । କିନ୍ତୁ ଉଡ଼ନ୍ତା ମାଛ କଥାଟା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, ଯାହା ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ‘ବୁଟେନଗିବିଡେନ’ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ଏହି ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି ।

ପ୍ରକୃତିରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଦେଖିବା ପାଇଁ ମିଳେ । ବେଳେବେଳେ ଆମେ ଏପରି କିଛି ଜିନିଷ ଦେଖିବାକୁ ପାଇଥାଉ, ଯାହା ଦେଖିବା ପରେ ଆମେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରୁ ନାହିଁ । ଏବେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସୁଛି । ସେହିପରି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ‘ବୁଟେନଗିବିଡେନ’ ନାକମ ଏକ ଆକାଉଣ୍ଟରୁ ଏଭଳି ଏକ ଭିଡିଓ ସେୟାର କରାଯାଇଛି । ଭାଇରାଲ ଭିଡିଓଟି ସମୁଦ୍ର ମଝିରୁ ଏକ ସିପ୍‌ରୁ ରେକର୍ଡ କରାଯାଇଛି । ଭାଇରାଲ ଭିଡିଓରେ ମାଛ ବହୁତ ତୀବ୍ର ବେଗରେ ଉଡୁଥିବା ଜଣା ପଡ଼ିଛି । ମାଛଟି ଆକାରରେ ଛୋଟ ହୋଇଥିଲେ ମଧ୍ୟ ମାଛର ଗତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମାଛଟି ସାଧାରଣ ମାଛଙ୍କ ଭଳି ଦେଖିବାକୁ ମିଳିଥିଲେ ମଧ୍ୟ ଏହାର ଡେଣା ରହିଛି । ତେବେ ଆପଣ ହୁଏତ ଡେଣା ଥିବା ମାଛ ପୂର୍ବରୁ ହୁଏତ ଦେଖି ନଥିବେ ।

ଭାଇରାଲ ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ମିଲିୟନରୁ ଅଧିକ ଭ୍ୟୁ ଏବଂ ୨୩ ହଜାର ଲାଇକ୍‌ ମିଳିଛି । ଏଥି ସହ ୮୦୦ ରୁ ଅଧିକ ଲୋକ ଏହାକୁ ରିଟ୍ଵିଟ କରିଛନ୍ତି । ସେହିପରି ଏହି ଭିଡିଓରେ ୟୁଜର୍ସ କମେଣ୍ଟ ମଧ୍ୟ କରୁଛନ୍ତି । ଭିଡିଓରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଯେ, ‘ବାପ ରେ! କି ଆଶ୍ଚର୍ଯ୍ୟ କରିଦେଉଥିବା ଭଳି ଜିନିଷ’ । ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ମୋତେ ତ ମୋ ଆଖି ଉପରେ ବିଶ୍ୱାସ ହେଉନାହିଁ ।

ତେବେ ଏଭଳି ଉଡ଼ନ୍ତା ମାଛକୁ ଯିଏ ଦେଖୁଛି ସେ ନିଜ ଆଖିକୁ ବିଶ୍ୱାସ କରି ପାରୁନି । କିନ୍ତୁ ଅନେକ ସମୟରେ ପ୍ରକୃତିରେ ଏଭଳି ଅଶ୍ଚର୍ଯ୍ୟକର ଜିନିଷ ଦେଖିବା ପାଇଁ ମିଳିଥାଏ । ଏହି ଉଡ଼ନ୍ତା ମାଛର ଭିଡିଓକୁ ଅନ୍ୟ ୟୁଜରମାନେ ମଧ୍ୟ ଖୁବ ଉପଭୋଗ କରୁଛନ୍ତି ଏବଂ ଏହାକୁ ଅଧିକରୁ ଅଧିକ ସେୟାର କରିବାରେ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.