ସାବଧାନ ! ଛୁଟି ନେଉ ନ ଥିବା ଲୋକଙ୍କୁ ହୋଇପାରେ ଏହି ଗମ୍ଭୀର ରୋଗ, ରିସର୍ଚ୍ଚରେ ହେଲା ଖୁଲାସା

କେବେ କେବେ ଲୋକଙ୍କୁ ଏମିତି ରୋଗ ମାଡ଼ିବସେ, ଯାହା କାରଣରୁ ସେମାନଙ୍କ ଜୀବନ ନର୍କ ହୋଇଯାଏ। ଆଉ ଯେତେବେଳେ ଏହାର କୌଣସି ଚିକିତ୍ସା ସମ୍ଭବ ହୋଇପାରି ନ ଥାଏ, ସେତେବେଳେ ଏହା ବଡ଼ ଚିନ୍ତାର କାରଣ ବନିଥାଏ। ଆଜିକାଲି ଯୁଗରେ ଲୋକେ ଧନ ପଛରେ ଗୋଡ଼ାଉଛନ୍ତି। ସେମାନଙ୍କ ଜୀବନରେ ଶାନ୍ତି ବୋଲି କିଛି ଜିନିଷ ନାହିଁ। ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ମଣିଷର ଜୀବନଶୈଳୀକୁ ପ୍ରଭାବିତ କରି ରଖିଛି।

re

ଲୋକେ ପଇସା ରୋଜଗାର କରିବା ପାଇଁ ଅନେକ ପ୍ରକାର ପରିଶ୍ରମ କରନ୍ତି। କିନ୍ତୁ ନିଜ ବ୍ୟସ୍ତବହୁଳ ଜୀବନ ଭିତରେ ବି କିଛି ସମୟ ଛୁଟିରେ କାଟିବା ଜରୁରୀ ଅଟେ। କାହିଁକି ନା, ଏହି ଛୁଟି ବା ଅବସର ଜରିଆରେ ଆପଣ ନା କେବଳ ନିଜକୁ ଷ୍ଟ୍ରେସରୁ ମୁକ୍ତି ଦେଇପାରିବେ, ବରଂ ଏହାଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ବି ବହୁତ କମିଯିବ।

11

ଏକ ମନୋବିଜ୍ଞାନ ତଥା ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଛୁଟିଗୁଡ଼ିକ ମେଟାବୋଲିକ ସମ୍ବନ୍ଧୀୟ ଲକ୍ଷଣକୁ କମ କରିବାରେ ସାହାଯ୍ୟ କରିଥାଏ। ଆମେରିକାସ୍ଥିତ Syracuse Universityର ସହାୟକ ପ୍ରାଧ୍ୟାପକ ବ୍ରାୟସ ହ୍ୟୁସ୍କା କହିଛନ୍ତି, ‘ଆମେ ରିସର୍ଚ୍ଚରୁ ଏହା ଜାଣିବାକୁ ପାଇଲୁ କି, ଯେଉଁ ବ୍ୟକ୍ତିମାନେ ବିଗତ ୧୨ ମାସରେ ପ୍ରାୟତଃ ଛୁଟି ନେଇଛନ୍ତି, ସେମାନଙ୍କଠାରେ ମେଟାବୋଲିକ ସିଣ୍ଡ୍ରୋମ ଏବଂ ମେଟାବୋଲିକ ଲକ୍ଷଣ କମ ରହିଛି’।

dg

ସେ କହିଥିଲେ କି, ‘ମେଟାବୋଲିକ ସିଣ୍ଡ୍ରୋମ, ହୃଦୟ ରୋଗ ପାଇଁ ବିପଦ କାରକଗୁଡ଼ିକର ଏକ ସଂଗ୍ରହ। ଯଦି ଆପଣଙ୍କ ମଧ୍ୟରେ ଏହା ଅଧିକ ଅଛି, ତେବେ ଆପଣଙ୍କୁ ହୃଦୟ ରୋଗ ହେବାର ସମ୍ଭାବନା ଅଧିକ ରହିଛି। ଯେଉଁ ବ୍ୟକ୍ତିମାନେ ପ୍ରାୟତଃ ଛୁଟିରେ ଯାଆନ୍ତି, ସେମାନଙ୍କଠାରେ ଏହି ଆଶଙ୍କା ଖୁବ କମ ରହିଥାଏ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.