ଟିକଟକ ଏବଂ ଖାଦ୍ୟ ଫୋପାଡିବା ପରେ କ୍ୱାରେଣ୍ଟାଇନ ସେଣ୍ଟର ବେଡ ପାଖରେ ଏବେ ଖେଳିଲେ କ୍ରିକେଟ !
ଏହି କରୋନା ମହାମାରୀ ଭିତରେ ଆମେମାନେ ଅନେକ କିଛି ଦୃଶ୍ୟ ଦେଖିଛନ୍ତି ଆଉ ଦେଖୁଛନ୍ତି ମଧ୍ୟ। ତେଣିକି ତାହା ପ୍ରବାସୀଙ୍କ ଘରବାଡୁଡାର କରୁଣ ଚିତ୍ର ହେଉ କିମ୍ବା କ୍ୱାରେଣ୍ଟିନ ସେଣ୍ଟରର ଦୃଶ୍ୟ। ଏହି କରୋନା ଲକଡାଉନରେ ବହୁତ କିଛି ଚିତ୍ର ଆମକୁ ଦେଖିବାକୁ ମିଳିଛି। ତେବେ ଗତ କିଛି ଦିନ ପୂର୍ବରୁ ଆପଣ ବହୁତ ଥର କ୍ୱାରେଣ୍ଟାଇନ ସେଣ୍ଟରକୁ ନେଇ ଅନେକ ଘଟଣା ବିଷୟରେ ଶୁଣିଛନ୍ତି। କେଉଁଠି ଖାଦ୍ୟକୁ ନେଇ ଅସନ୍ତୋଷ ତ ଆଉ କେଉଁଠି କ୍ୱାରେଣ୍ଟାଇନ ସେଣ୍ଟରେ ହେଲାଣି ଟିକଟକ ଭିଡିଓ। ତେବେ ଏହି ସବୁ ଘଟଣା ପରେ ଏବେ ଏକ ଘଟଣା ଖୁବ୍ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ନିନ୍ଦା କରିବା ସହିତ ଲୋକଙ୍କର ସାହାସକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି।
ଜମ୍ମୁ-କାଶ୍ମୀରର ପୁର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ନିଜ ଟ୍ଵିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁ ଭିଡିଓରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭିଡିଓରେ ଦେଖାଯାଉଛି ଯେ କିଛି ଲୋକ ଏକ କ୍ୱାରେଣ୍ଟାଇନ ସେଣ୍ଟର ଭିତରେ କ୍ରିକେଟ ଖେଳୁଛନ୍ତି। ଖାଲି ଏତିକି ନୁହେଁ ଆହୁରି ଆଶ୍ଚର୍ଯ୍ୟକର କଥା ହେଉଛି ଏମାନେ ଯେଉଁଠି କ୍ରିକେଟ ଖେଳୁଛନ୍ତି ସେଠାରେ ବେଡରେ କିଛି ପେସେଣ୍ଟ ମଧ୍ୟ ଅଛନ୍ତି।
ଏମାନେ ଏମିତି କ୍ରିକେଟ ଖେଳୁଛନ୍ତି ଯେ ଭିଡିଓକୁ ପ୍ରଥମେ ଯିଏ ଦେଖିବ ଲାଗିବନି ଏହା ଏକ ସଂଗରୋଧ କେନ୍ଦ୍ରର ବୋଲି। କିନ୍ତୁ ଯେତେବେଳେ ଭିଡିଓକୁ ଅଧିକ ସମୟ ଦେଖିବେ ଜାଣିପାରିବେ ଯେ ଏହା ଏକ କ୍ୱାରେଣ୍ଟାଇନ ସେଣ୍ଟର। ତେବେ ଏହି ଭିଡିଓକୁ ଦେଖି ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନେକ ଲୋକ କହିଛନ୍ତି କ୍ୱାରେଣ୍ଟାଇନ ସେଣ୍ଟର ଟାଇମ ପାସର ଯାଗା ନୁହେଁ। ସେଠାରେ ବହୁତ ଅସୁସ୍ଥ ବ୍ୟକ୍ତି ମଧ୍ୟ ଅଛନ୍ତି। ସେମାନଙ୍କୁ ଆରାମ କରିବାରେ ଅସୁବିଧା ହେଉଥିବ।
ତେବେ ଶେଷରେ କହିବୁ ଏବେ ପରିସ୍ଥିତି ବହୁତ ଗମ୍ଭୀର ହେଲାଣି। ଆମକୁ କରୋନା ଭାଇରସକୁ ସାଧାରଣ ସହ ନେବା ଅନୁଚିତ। କାହିଁକିନା ଆମର ଦାୟିତ୍ୱହୀନତା ପାଇଁ ଆମେ ହିଁ ଭବିଷ୍ୟତରେ ସମସ୍ୟାକୁ ସାମ୍ନା କରିବା। ତେଣୁ ଆପଣ ସର୍ତକ ଏବଂ ସଚେତନ ରହିବା ଜରୁରୀ। ସାର୍ବଜିନକ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ସହିତ ସୋସିଆଲ ଡିସଟାନ୍ସ ଉପରେ ଧ୍ୟାନ ରଖିବା ନିହାତି ଜରୁରୀ।