ଘରୁ ମିଳିଲା ଭାରତୀୟ ଫାଷ୍ଟକ୍ଲାସ୍‌ କ୍ରିକେଟରଙ୍କ ମୃତଦେହ, ହତ୍ୟା ଅଭିଯୋଗରେ ପୁଅକୁ ଗିରଫ କଲା ପୋଲିସ

ଭାରତର ପୂର୍ବ ଫାଷ୍ଟ କ୍ଲାସ କ୍ରିକେଟର ଜୟମୋହନ ଥମ୍ପୀଙ୍କୁ ହତ୍ୟା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ହତ୍ୟା ମାମଲାରେ ତାଙ୍କ ନିଜ ପୁଅକୁ ବୁଧବାର ଦିନ ପୋଲିସ ଗିରଫ କରିଛି। ସୋମବାର ଥିରୁଭନନ୍ତପୁରମ୍‌ର ମାନାକୌଡ଼ରେ ଜୟମୋହନ ଥମ୍ପୀଙ୍କ ଶବ ତାଙ୍କ ବାସଭବନରୁ ମିଳିଥିଲା। ଘରୁ ଦୁର୍ଗନ୍ଧ ହେବାରୁ ଏନେଇ ଜଣେ ସଫେଇ କର୍ମୀ ପୋଲିସକୁ ଖବର ଦେବା ପରେ ପ୍ରକୃତ ସତ ପଦାକୁ ଆସିଥିଲା।

Former Ranji Trophy Player Jayamohan Thampi Murdered By His Son ...

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁ ୩୦ ଘଣ୍ଟା ପୂର୍ବରୁ ହୋଇଥିବା ଜଣାପଡ଼ିଥିଲା। ପଡ଼ୋଶୀଙ୍କ ଅଭିଯୋଗକ୍ରମେ ପୋଲିସ ତାଙ୍କ ପୁଅ ଅଶ୍ୱିନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ସେତେବେଳେ ଅଶ୍ୱିନ ମାନିଥିଲା ଯେ ସେ ମଦ ନିଶାରେ ବାପାଙ୍କ ମୁହଁକୁ ଦୁଇ ତିନି ଥର ମୁଥ ମାରିଥିଲା। ଏହା ପରେ ଜୟମୋହନ ନିଜ ମୁଣ୍ଡକୁ କାନ୍ଥରେ ପିଟିଦେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଶ୍ୱିନ ତାଙ୍କୁ ଲିଭିଂ ରୁମ୍‌କୁ ଆଣି ସେହି ଅବସ୍ଥାରେ ହିଁ ଛାଡ଼ି ଚାଲିଯାଇଥିଲା। ପରେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି।

Police arrest son for murder of former Kerala Ranji cricketer ...

ରିପୋର୍ଟ ମୁତାବକ, ଅଶ୍ୱିନ ମଦ ପିଇବା ପାଇଁ ବାପାଙ୍କୁ ଟଙ୍କା ମାଗିଥିଲା। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରିଣାମ ସ୍ୱରୂପ ସେ ବାପାଙ୍କ ଉପରକୁ ହାତ ଉଠାଇଥିଲା। ଅଶ୍ୱିନଙ୍କ ବିରୋଧରେ ଧାରା ୩୦୨ ଅନୁସାରେ ହତ୍ୟା ମାମଲା ରୁଜୁ ହୋଇଛି।

Son Arrested After Death Of Former Kerala Ranji Player K Jayamohan ...

ସୂଚନାଯୋଗ୍ୟ ଯେ ଜୟମୋହନ ୧୯୭୯ରୁ ୧୯୮୨ ପର୍ଯ୍ୟନ୍ତ କେରଳ ଟିମ୍‌ ପାଇଁ କ୍ରିକେଟ୍‌ ଖେଳୁଥିଲେ। ସେ ବହୁବାର ରଣ୍‌ଜୀ ଟିମ୍‌ ପାଇଁ ମଧ୍ୟ ଖେଳିଛନ୍ତି। ଘରୋଇ କ୍ରିକେଟ୍‌ରେ ତାଙ୍କ ଯୋଗଦାନ ଅତୁଳନୀୟ। କ୍ରିକେଟରୁ ଅବସର ନେବା ପରେ ଜୟମୋହନ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ତ୍ରାଭାନ୍‌କୋରରେ ଚାକିରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.