ମେହେନ୍ଦୀରେ QR କୋଡ୍‌, ସ୍କାନ କରି କରିପାରିବେ ପେମେଣ୍ଟ ; ଭିଡ଼ିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହିି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଝିଅ ହାତରେ ଏକ ଡିଜିଟାଲ୍‌ ମେହେନ୍ଦୀ ଲଗାଇଛନ୍ତି । ଏହି ମେହେନ୍ଦୀର ଡିଜାଇନ୍‌ ସେ କିଛି ଭିନ୍ନ ଭାବେ କରିଛନ୍ତି । ସେ ତାଙ୍କ ହାତରେ ଏକ QR କୋଡ୍‌ ଡିଜାଇନ୍‌ କରିଛନ୍ତି ।

ବର୍ତ୍ତମାନ ସମୟରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଦୁନିଆରେ ଦେଖିକୁ ମିଳୁଛି । ବିଶେଷ କରି ସୋସିଆଲ ମିଡିଆରେ ଏହା ଅଧିକାଂଶ ଦେଖାଯାଉଛି । କେଉଁଠି  ପନିପରିବା ମଞ୍ଜିରୁ ରାକ୍ଷୀ ତିଆରି ହେଉଛି ତ ଆଉ କେଉଁଠି ମଣିଷ ବା ପଶୁ ପକ୍ଷୀଙ୍କ କିଛି ମଜାଳିଆ ଭିଡିଓ ଭାଇରାଲ ହେଉଛି । ସେହିପରି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହିି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଝିଅ ହାତରେ ଏକ ଡିଜିଟାଲ୍‌ ମେହେନ୍ଦୀ ଲଗାଇଛନ୍ତି । ଏହି ମେହେନ୍ଦୀର ଡିଜାଇନ୍‌ ସେ କିଛି ଭିନ୍ନ ଭାବେ କରିଛନ୍ତି । ସେ ତାଙ୍କ ହାତରେ ଏକ QR କୋଡ୍‌ ଡିଜାଇନ୍‌ କରିଛନ୍ତି । ଯାହା ଦ୍ୱାରା QR କୋଡ୍‌ ସ୍କାନ କରି ଆପଣ ଡିଜିଟାଲ୍‌ ପେମେଣ୍ଟ କରିପାରିବେ । ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ସୋସିଆଲ ମିଡ଼ିଆରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଆଉ କେହି କେହି  ଝିଅଟିର କ୍ରିଏଟିବିଟିକୁ ନେଇ ପ୍ରଶଂସା କରୁଛନ୍ତି ।

 

 

ଏହି ଭିଡିଓକୁ ରବିସୁତାନଜାନି ନାମକ ଜଣେ ସୋସିଆଲ ମିଡିଆ ୟୁଜର ଟ୍ଵିଟରରେ ସେୟାର କରିଛନ୍ତି । ଏହାସହ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୧ ଲକ୍ଷ ଭିୟୁଜ୍‌ ମିଳିସାରିଛି । ପ୍ରାୟ ୧୪ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍‌ କରିଛନ୍ତି । ୟୁଜର୍ସ ଏହି ଭିଡିଓରେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ବହୁତ ହିଁ ଅଲଗା ମେହେନ୍ଦି’, ‘ଲାଗୁଛି ରାକ୍ଷୀ ସ୍ପେସାଲ’ । ସେହି ପରି ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ, ଡିଜିଟାଲ ଇଣ୍ଡିଆରେ ଭାରତୀୟ ସଂସ୍କୃତିର ମିଳନ ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.