ପୁନେ: ଇଲେକ୍ଟ୍ରିକ୍‌ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜୀବନ୍ତ ଦଗ୍ଧ

ପୁନେର ଏକ ଇଲେକ୍ଟ୍ରିକ୍ ହାର୍ଡୱେୟାର୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ତେବେ ସର୍ଟସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥିବା ଜଣାପଡିଛି ।

ମହାରାଷ୍ଟ୍ର ପୁନେର ଏକ ଇଲେକ୍ଟ୍ରିକ୍ ହାର୍ଡୱେୟାର୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡରେ ୪ ଜଣ ଜୀବନ୍ତ ଜଳିଯାଇଛନ୍ତି । ଆଜି ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସର୍ଟସର୍କିଟ ଯୋଗୁଁ ନିଆଁଲାଗିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହ ଦୋକାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି। ନିଆଁରେ ସଂପୂର୍ଣ୍ଣ ଦୋକାନ ପୋଡି ଛାରଖାର ହୋଇଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି ।

ସୂଚନା ଅନୁସାରେ, ପୁଣେ ଜିଲ୍ଲାର ପିମ୍ପିରି ଚିଞ୍ଚୱାଡର ପୂର୍ଣ୍ଣନଗର ଅଞ୍ଚଳରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ହାର୍ଡେଓ୍ଵର ଦୋକାନରେ ହଠାତ୍‌ ନିଆଁ ଲାଗିଯିବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଖବର ମିଳିଛି । ନିଆଁରେ ଦୋକାନ ସଂପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଛି ।

ତେବେ ସେମାନଙ୍କ ମୃତ୍ୟୁ ଜଳି ହୋଇଛି କି ଶ୍ୱାସରୁଦ୍ଧ ହୋଇ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଦୁଇଜଣ ନାବାଳକ ରହିଛନ୍ତି । ଦୋକାନର ମାଲିକ ଉପର ଘରେ ରହୁଥିବା ବେଳେ ତଳେ ଘରେ ଦୋକାନ ଚାଲିଥିଲା । ତେବେ ଏବେ ନିଆଁକୁ ଆୟତ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.