ବାଘ ସହ ଖେଳି ବିପଦକୁ ଡାକିଲେ ବ୍ୟକ୍ତି, ଚାହୁଁ ଚାହୁଁ ଝାମ୍ପିଲା ହାତ

ଜଣେ ବ୍ୟକ୍ତି ବନ୍ଦୀ ହୋଇଥିବା ରୟାଲ ବେଙ୍ଗଲ ଟାଇଗର ନିକଟରେ ଠିଆ ହୋଇ ନିଜ ହାତକୁ ବାଘ ନିକଟକୁ ନେଇଥିଲେ ଅନ୍ୟପଟେ ବାଘଟି ମଧ୍ୟ ତାଙ୍କ ହାତକୁ ଚାଟୁଥିଲା । ବାଘର ଏହି କାର୍ଯ୍ୟ ଦେଖିବା ପରେ ବ୍ୟକ୍ତି ଜଣଙ୍କ ଅଧିକ ଉତ୍ସାହିତ ହୋଇଥିଲେ ଏବଂ ମଉକା ଦେଖି ବାଘଟି ଠିକ ସମୟରେ ବ୍ୟକ୍ତିଙ୍କ ହାତକୁ ନିଜ ମୁହଁରେ ଧରି ଟାଣିବାକୁ ଚେଷ୍ଟା କରିଥିଲା ।

ପଶୁମାନେ କେତେବେଳେ ଯେ କିପରି ବ୍ୟବହାର କରିବେ ତାହା କେହି କହି ପାରିବେ ନାହିଁ । ମଣିଷଙ୍କ ଭଳି ତାଙ୍କର ବୁଝିବାର ଶକ୍ତି ମଧ୍ୟ ନଥାଏ । ତେଣୁ ତାଙ୍କ ସହ ଖେଳିବା ସମୟରେ ଯଥେଷ୍ଟ ସାବଧାନତା ରଖିବା ଜରୁରୀ ହୋଇଥାଏ । ବେଳେବେଳେ ଏହି ପଶୁ ମଣିଷଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାନ୍ତି ନାହିଁ । ନିକଟରେ ଏଭଳି ଏକ ଘାତକ ଭିଡିଓ ସାମ୍ନାକୁ ଆସିଛି । ଏକ ବନ୍ଦୀ ବାଘ, ଜଣେ ବ୍ୟକ୍ତିକୁ ଆକ୍ରମଣ କରିଥିବାର ଭିଡିଓ ଭାଇରାଲ ହେଉଛି । ସିସିଟିଭି ଇଡିଅଟ୍ସ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି ।

ଜଙ୍ଗଲି ଜନ୍ତୁଙ୍କ ନିକଟତର ହେବା ପ୍ରାୟତଃ ବଡ଼ ବିପଦକୁ ନିମନ୍ତ୍ରଣ କରିପାରେ ଏବଂ ବନ୍ଦୀ ଅବସ୍ଥାରେ ପଶୁମାନଙ୍କ ନିକଟତର ହେବା ମଧ୍ୟ ସୁରକ୍ଷିତ ନୁହେଁ । ଟ୍ରେଣ୍ଡ ଏକ୍ସପର୍ଟମାନେ ବଣୁଆ ଜନ୍ତୁମାନଙ୍କ ନିକଟରେ ପହଞ୍ଚୁଥିଲେ ମଧ୍ୟ ହାଇ ଆଲର୍ଟରେ ରହିଥାନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବନ୍ଦୀ ଅବସ୍ଥାରେ ଥିବା ପଶୁମାନଙ୍କ ସହ ଲାଗି ମଜା ନିଅନ୍ତି । ତେବେ ବନ୍ଦୀ ଅବସ୍ଥାରେ ଥିବା ବାଘ କିମ୍ବା ସିଂହ ନିକଟକୁ ଯାଇ ସେମାନଙ୍କ ସହ ଲାଗିବା ପାଇଁ ହୁଏତ କେହି ସାହସ କରନ୍ତି ନାହିଁ । କିନ୍ତୁ ଜଣେ ବ୍ୟକ୍ତି ଏଭଳି କିଛି କରି ହଇରାଣ ହୋଇଛନ୍ତି ।

ଜଣେ ବ୍ୟକ୍ତି ବନ୍ଦୀ ହୋଇଥିବା ରୟାଲ ବେଙ୍ଗଲ ଟାଇଗର ନିକଟରେ ଠିଆ ହୋଇ ନିଜ ହାତକୁ ବାଘ ନିକଟକୁ ନେଇଥିଲେ ଅନ୍ୟପଟେ ବାଘଟି ମଧ୍ୟ ତାଙ୍କ ହାତକୁ ଚାଟୁଥିଲା । ବାଘର ଏହି କାର୍ଯ୍ୟ ଦେଖିବା ପରେ ବ୍ୟକ୍ତି ଜଣଙ୍କ ଅଧିକ ଉତ୍ସାହିତ ହୋଇଥିଲେ ଏବଂ ମଉକା ଦେଖି ବାଘଟି ଠିକ ସମୟରେ ବ୍ୟକ୍ତିଙ୍କ ହାତକୁ ନିଜ ମୁହଁରେ ଧରି ଟାଣିବାକୁ ଚେଷ୍ଟା କରିଥିଲା । ବ୍ୟକ୍ତି ଜଣକ ଯନ୍ତ୍ରଣାରେ ଚିତ୍କାର କରିଥିବା ଜଣାପଡ଼ିଛି । ପରେ ଅନ୍ୟମାନେ ମଧ୍ୟ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଥିଲେ । ଭିଡିଓଟିକୁ ଅନେକ ୟୁଜର ଦେଖିଥିବାବେଳେ ଏହାକୁ ଲାଇକ ଓ ସେୟାର ମଧ୍ୟ କରାଯାଉଛି । ୟୁଜରମାନେ ବ୍ୟକ୍ତିଙ୍କ ମୁର୍ଖାମି ପାଇଁ ଅନେକ କମେଣ୍ଟ ଦେଇଛନ୍ତି । ତେଣୁ ଏଭଳି ଭୟଙ୍କର କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.