କେବଳ ଶ୍ରାଦ୍ଧ-ତର୍ପଣ ନୁହେଁ, ପିତୃଦୋଷରୁ ମୁକ୍ତି ପାଇଁ ଏସବୁ ଗଛ ବି ଲଗାନ୍ତୁ

ଭାରତରେ ଅନ୍ୟ ପର୍ବପର୍ବାଣୀ ଭଳି ପିତୃପକ୍ଷର ମଧ୍ୟ ରହିଛି ବିଶେଷ ସ୍ୱତନ୍ତ୍ରତା। ଏ ଅବସରରେ ଲୋକମାନେ ପିତୃ ପୁରୁଷଙ୍କୁ ପିଣ୍ଡଦାନ, ଶ୍ରାଦ୍ଧ, ତର୍ପଣ ଆଦି କାର୍ଯ୍ୟ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅପରପକ୍ଷ ବେଳେ କେତେକ ଗଛ ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ମାନ୍ୟତା ରହିଛି, ଏମିତି କଲେ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ହେବା ସହ ସେମାନେ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଅପରପକ୍ଷରେ କେଉଁ କେଉଁ ଗଛ ଲଗାଇବା ଶୁଭ ହୋଇଥାଏ…

ଅଶ୍ୱତଥ:

ପିତୃପକ୍ଷରେ ଅଶ୍ୱତଥ୍‌ ବୃକ୍ଷ ରୋପଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଗଛର ଠିକ୍‌ ଭାବେ ଯତ୍ନ ନେଲେ ଏହା ଯୁଗ ଯୁଗ ଯାଏଁ ଛାୟା ପ୍ରଦାନ କରିଥାଏ। ଏହି ଗଛରେ ଭଗବାନ ବିଷ୍ଣୁଙ୍କ ସମେତ ଅନ୍ୟ ଦେବାଦେବୀ ବାସ କରନ୍ତି ବୋଲି ମାନ୍ୟତା ରହିଛି। ପିତୃପକ୍ଷରେ ଶ୍ରାଦ୍ଧ ପାଇବା ପରେ ପୂର୍ବପୁରୁଷ ପୁଣିଥରେ ଅଶ୍ୱତଥ ଗଛକୁ ଫେରିଯାଆନ୍ତି ବୋଲି ବିଶ୍ୱାସ ରହିଛି। ଫଳରେ ସେମାନଙ୍କ ଆଶୀର୍ବାଦରେ ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ଆସେ।

ବରଗଛ:

ବରଗଛରେ ମଧ୍ୟ ଭଗବାନ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ଗଛ ଲଗାଇଲେ ଜୀବନର ସବୁ ସମସ୍ୟାରୁ ମୁକ୍ତି ମିଳେ। ଏଥିସହ ପିତୃ ଦୋଷ ମଧ୍ୟ କଟିଯାଏ। ଏଣୁ ପିତୃପକ୍ଷରେ ବରଗଛ ନିଶ୍ଚୟ ଲଗାନ୍ତୁ।

ତୁଳସୀ:

ତୁଳସୀ ଗଛକୁ ଅଗଣାରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଘରେ ସକାରାତ୍ମକ ଉର୍ଜା ସଞ୍ଚାର କରିଥାଏ। ପିତୃପକ୍ଷରେ କୌଣସି ଧାର୍ମିକ ସ୍ଥାନରେ ତୁଳସୀ ଗଛ ଲଗାଇଲେ ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ।

ଶମି:

ଜ୍ୟୋତିଷଶାସ୍ତ୍ର ଅନୁସାରେ ଅପରପକ୍ଷରେ ଘରେ ଶମି ଗଛ ଲଗାଇଲେ ପୂର୍ବ ପୁରୁଷ ଖୁସି ହୋଇ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଏଥିସହ ପିତୃ ଦୋଷରୁ ମଧ୍ୟ ମୁକ୍ତି ମିଳେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.