ଘରେ ବି କରିପାରିବେ ହାର୍ଟ ଆଟାକର ଚିିକିତ୍ସା, ଜାଣନ୍ତୁ କେମିତି ନିଜକୁ କରିବେ ରକ୍ଷା

ବର୍ତ୍ତମାନ ଅଧିକାଂଶ ଲୋକ ହୃଦଘାତର ଶିକାର ହେଉଛନ୍ତି। ଆଧୁନିକ ଯୁଗର ଅନିୟମିତ ଜୀବନଶୈଳୀ, ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥର ସେବନ,କମ୍ ଶାରିରୀକ ପରିଶ୍ରମ ଏବଂ ମାନସିକ ଚିନ୍ତା ଆଦି ହୃଦଘାତର ମୁଖ୍ୟ କାରଣ ପାଲଟିଛି।

ହୃଦଘାତରୁ ମୁକ୍ତି ପାଇବା ପାଇଁ ବର୍ତ୍ତମାନ ଆଧୁନିକ ଉପାୟରେ ବାଇପାସ୍ ସର୍ଜରୀ କରାଯାଉଛି। କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ପକ୍ଷେ ଏହି ଚିକିତ୍ସା କରିବା ସମ୍ଭବପର ନୁହେଁ। ମୋଟାମୋଟି ଭାବେ କହିବାକୁ ଗଲେ ଜଣେ ମଧ୍ୟବିତ୍ତ କିମ୍ବା ଜଣେ ଗରିବ ଶ୍ରେଣୀର ଲୋକଙ୍କ ପକ୍ଷେ ଏହି ଚିକିତ୍ସା ହୁଏତ ସମ୍ଭବପର ନ ହୋଇପାରେ।

ତେବେ ଅନେକ ଲୋକ ଜାଣି ନାହାନ୍ତି ଯେ, ହୃଦଘାତର ଘରୋଇ ଉପଚାର ମଧ୍ୟ ରହିଛି। ଆସନ୍ତୁ ଜାଣିବା ଲାଉକୁ ପ୍ରୟୋଗ କରି କିପରି ହୃଦଘାତରୁ ଉପଶମ ପାଇପାରିବେ।

ଲାଉ ରସରେ ୪-୬ଟି ପୋଦିନା ପତ୍ର କିମ୍ବା ୮ଟି ତୁଳସୀ ପତ୍ର ପକାଇ ବାଟି ସେଥିରେ କିଛି ପରିମାଣର ପାଣି ମିଶାଇବା ପରେ ୧ଗ୍ରାମ ସୈନ୍ଧବ ଲୁଣ ଏବଂ ୪ଟି ଗୋଲମରିଚ ମିଶାଇ ଖାଇବାର ଅଧ ଘଣ୍ଟା ପରେ ନେଲେ ହୃଦଘାତରୁ ଉପଶମ ମିଳିଥାଏ। ଏହିସବୁ ରସକୁ ଅତିକମ୍ ରେ ୩ ମାସ ସେବନ କରିବା ଉଚିତ୍।ତେବେ ମନେ ରଖନ୍ତୁ ଏହି ଉପଚାର ସେବନ କରିବା ସମୟରେ ଖଟା ଫଳମୂଳ ଖାଇବା ଠାରୁ ଦୂରେଇ ରହିବେ।

ହାର୍ଟ ଆଟାକ୍‌ ରୋକିବାର ଉପାୟ

ଧୂମପାନ ତ୍ୟାଗ କରନ୍ତୁ, ସକ୍ରିୟ ଲାଇଫ ଷ୍ଟାଇଲ ବିକଳ୍ପ ବାଛନ୍ତୁ । ପୁଷ୍ଟିକର ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ବାହାର ଖାଦ୍ୟ ଓ ତୈଳ ମସଲା ଖାଦ୍ୟ ଯେତେ ସମ୍ଭବ ଗ୍ରହଣ କରନ୍ତୁ ନାହିଁ । ଆପଣଙ୍କ ଦୈନନ୍ଦିନ ଜୀବନରେ ନିୟମିତ ବ୍ୟାୟାମକୁ ଏକ ବଡ଼ ଭାଗ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.