ଯାଜପୁର: ପେଟରେ ସନ୍ତାନ ବଢୁଥିବା ଜାଣି ଫେରାର ହୋଇ ଗଲା ପ୍ରେମିକ, ଗୁହାରୀ ଶୁଣୁନି ପୋଲିସ

ଯାଜପୁର(କେନ୍ୟୁଜ୍): ବଡଚଣାରେ ଲଭ-ସେକ୍ସ- ଧୋକା ଘଟଣା। ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡିତା । ପୀଡିତାଙ୍କ ଅଭିଯୋଗ ମୁତାବକ ବଡଚଣା ଥାନା ଅଧିନ ବନ୍ତଳା ଗ୍ରାମର ଯୁବକ ସମ୍ବିତ ସାମଲ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏବେ ଯୁବତୀ ଜଣକ ଗର୍ଭବତୀ । ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା ପରେ ବିବାହ ପାଇଁ ସମ୍ବିତକୁ କହିଥିଲେ । କିନ୍ତୁ ସମ୍ବିତ ବିବାହ କରିବାକୁ ମନା କରିଦେବା ସହ କୁଆଡେ ଫେରାର ହୋଇଯାଇଛି । ଏସଂପର୍କରେ ଉଭୟ ପରିବାର ଲୋକେ ମଧ୍ୟ ଜାଣିଛନ୍ତି ।

jajpur lovve

ତେବେ ଶେଷରେ ନିରୁପାୟ ହୋଇ ପୀଡିତା ଜଣକ ବଡଚଣା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଗତ ୨୬ତାରିଖରେ ବଡ଼ଚଣା ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ପିଡିତା। ତେବେ ପୋଲିସ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଆଜି ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ତେବେ ଏସପି ରାହୁଲ ପିଆର ପିଡିତାଙ୍କ ଅଭିଯୋଗ ଶୁଣିବା ପରେ ଖୁବଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେପଟେ ପିଡିତା ସମ୍ବିତକୁ ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ପିଡିତା ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.