Below header

ଡ୍ୟୁଟି ତୁଲେଇବା ସହ ଶିକ୍ଷାଦାନ କରୁଛନ୍ତି ଏହି ପୋଲିସ ବାବୁ, ଚାରି ଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ

ପୋଲିସ ଚାକିରୀ କରିବା ଖୁବ କଷ୍ଟ । ଆଉ ତାପରେ ପୁଣି ଟ୍ରାଫିକ ପୋଲିସ ଚାକିରୀ କଥା କହିନସରେ । ଦିନରାତି ଚବିଶ ଘଣ୍ଟା ଖରାତରାରେ ଛିଡା ହେବାକୁ ପଡିଥାଏ ଏମାନଙ୍କୁ । ଗରମ ହେଉ ଅବା ବର୍ଷା ସବୁ ସମୟରେ ଡ୍ୟୁଟିରେ ଯେମିତି ସଜାଗ ହୋଇ ଛିଡା ହେବାକୁ ବି ପଡିଥାଏ । ଏମିତିକି ଭାରି ପ୍ରଦୂଷଣକୁ ବି ଖାତିର ନକରି ଏମାନେ ନିଷ୍ଠାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଥାନ୍ତି । କିନ୍ତୁ କିଛି ଦିନ ହେବ ଜଣେ ଟ୍ରାଫିକ ପୋଲିସଙ୍କ କାର୍ଯ୍ୟ ଖୁବ ବାହାବା ନେବାରେ ଲାଗିଛି । ଆଉ ତାଙ୍କ ଫଟୋ ବି ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରଲ ବି ହେଉଛି । ଯେଉଁଥିରେ ଏହି ଟ୍ରାଫିକ ପୋଲିସ ଜଣକ ନିଜ ଡ୍ୟୁଟି ସହ ରାସ୍ତା କଡର ଏକ ପିଲାକୁ ପଢ଼ାଉଥିବା ନଜର ଆସିଛନ୍ତି ।

ସାଉଥ ଇଷ୍ଟ ଟ୍ରାଫିକ ଗାର୍ଡର ସାରଜେଣ୍ଟ ପ୍ରକାଶ ଘୋଷଙ୍କ ଏହି ଫଟୋ ଟ୍ୱିଟରରେ ଖୁବ ଭାଇରଲ ହେଉଛି । ବର୍ତ୍ତମାନ ସମୟରେ କୋଲକାତା ପୋଲିସରେ ଦାୟିତ୍ୱ ତୁଲାଉଛନ୍ତି । ମିଳିଥିବା ଖବର ଅନୁଯାୟୀ ସାରଜେଣ୍ଟ ପ୍ରକାଶ ଘୋଷ ଆଇଟିଆଇ ନିକଟରେ ଡ୍ୟୁଟି କରୁଥିବା ସମୟରେ ଏକ ୮ ବର୍ଷର ବାଳକ ଖେଳୁଥିବାର ନଜର ଆସିଥିଲା । ଯେବେକି ବାଳକ ଟିର ମା’ ନିକଟରେ ଥିବା ଏକ ଜଳଖିଆ ଦୋକାନରେ କାମ କରୁଥିବା ଦେଖାଦେଇଥିଲା । ଦୁହେଁ ସଡକ କଡରେ ହିଁ ଖୁବ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । ଖୁବ କଷ୍ଟରେ ସେ ପୁଅର ଆଡମିଶନ ନିକଟସ୍ଥ ଏକ ସରକାରୀ ସ୍କୁଲରେ କରାଇଥିଲେ ।

 

 

ମା’ପୁଅ ଦୁହେଁ ଫୁଟପାଥରେ ରହୁଥିଲେ ମଧ୍ୟ ମା’ର ସ୍ବପ୍ନ କେମିତି ତାଙ୍କ ପୁଅ ଖୁବ ପଢୁ । ଦୁନିଆରେ ମଣିଷଟେ ପରି ମଣିଷ ହୋଇ ଛିଡା ହେଉ । କିନ୍ତୁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଏହି ବାଳକଟିର ପଢାପଢ଼ିରେ ସେତେଟା ମନ ଲାଗୁନଥିଲା । ଆଉ ଏହାକୁ ନେଇ ତାଙ୍କ ମା’ଖୁବ ଚିନ୍ତିତ ଥିଲେ । ଏହା ପରେ ମା’ ଟ୍ରାଫିକ ପୋଲିସ ଜଣଙ୍କୁ ନିଜ ଦୁଃଖର କାରଣ ବିଷୟରେ କହିଥିଲେ । ଆଉ ଏହା ପରେ ସାରଜେଣ୍ଟ ଘୋଷ ମା’ଙ୍କର ସାହାଯ୍ୟ କରିଥିଲେ | ଯେବେଠାରୁ ଏହି ଅଂଚଳରେ ସେ ଡ୍ୟୁଟି କରୁଛନ୍ତି ସେବେ ଠାରୁ ହିଁ ସେହି ପିଲାଟିକୁ ପଢାଉଛନ୍ତି । ନିଜେ କଡା ଆଇରନ ଦିଆ ୟୁନିଫର୍ମ ପିନ୍ଧିଥିବାରୁ ତଳେ ବସିନପାରି ଛିଡା ହୋଇ ହିଁ ପିଲାଟିକୁ ପାଠ ପଢାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.