କେନ୍ଦୁଝର ଜିଲ୍ଲାପାଳଙ୍କୁ ଆଶ୍ବସ୍ତି, ଜାତୀୟ ଜନଜାତି କମିଶନ ନିକଟରେ ହାଜିରା ନିର୍ଦ୍ଦେଶ ଉପରେ ରହିତାଦେଶ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ଜାତୀୟ ଜନଜାତି କମିଶନଙ୍କ କେନ୍ଦୁଝର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ । ଜାତୀୟ ଜନଜାତି କମିଶନ ଓ ଅଭିଯୋଗକାରୀଙ୍କୁ ନୋଟିସ ଜାରି ହୋଇଛି । ୬ ସପ୍ତାହ ପରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତା ପୂର୍ବରୁ ଜବାବ ରଖିବେ ପ୍ରତିପକ୍ଷ ।

ଆସନ୍ତାକାଲି ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହୋଇଥାନ୍ତେ କେନ୍ଦୁଝର ଜିଲ୍ଲାପାଳ । ତାଙ୍କୁ ହାଜର କରାଇବା ପାଇଁ ଓଡିଶା ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜନଜାତି କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.