ହୋଲିରେ ପଡ଼ୁଛି ଚନ୍ଦ୍ର ଗ୍ରହଣ, ଗର୍ଭବତୀ ମହିଳାମାନେ ଭୁଲରେ କରନ୍ତୁ ନାହିଁ ଏହି କାମ

ଏଥର ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୨୫ ମାର୍ଚ୍ଚ ଫାଲଗୁନ୍ ପୂର୍ଣ୍ଣିମା ଦିନ ପଡୁଛି, ଯାହା ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଲେଖାଯାଇଛି । ତେବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କଣ କରିବେ ଆଉ କଣ କରିବେ ନାହିଁ ।

ହିନ୍ଦୁ ଧର୍ମରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ଗ୍ରହଣର ବିଶେଷ ମହତ୍ତ୍ୱ ରହିଛି । ଏଥର ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହୋଲିରେ ପଡ଼ୁଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ନିଷେଧ । ଚନ୍ଦ୍ରଗ୍ରହଣ ସମୟରେ ପରିବେଶରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ଥାଏ । ଯାହା ଦ୍ୱାରା ଗର୍ଭବତୀ ମହିଳା ଏବଂ ସେମାନଙ୍କ ଗର୍ଭରେ ଥିବା ଶିଶୁ ଉପରେ ଏହାର ଖରାପ ପ୍ରଭାବ ପଡ଼ିପାରେ । ତେଣୁ ଚନ୍ଦ୍ରଗ୍ରହଣ ସମୟରେ କିଛି ଜିନିଷକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

ଧାର୍ମିକ ମାନ୍ୟତା ଅନୁସାରେ ଚନ୍ଦ୍ରଗ୍ରହଣ ସମୟରେ ଯଥାସମ୍ଭବ ପୂଜାପାଠ ଏବଂ ପୂଣ୍ୟ କାମ କରିବା ଉଚିତ୍। ଏଥର ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୨୫ ମାର୍ଚ୍ଚ ଫାଲଗୁନ୍ ପୂର୍ଣ୍ଣିମା ଦିନ ପଡୁଛି, ଯାହା ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଲେଖାଯାଇଛି । ତେବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କଣ କରିବେ ଆଉ କଣ କରିବେ ନାହିଁ ।

୧. ଗର୍ଭବତୀ ମହିଳାମାନଙ୍କୁ ଚନ୍ଦ୍ରଗ୍ରହଣ ସମୟରେ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି, କାରଣ ଏହାର ନକାରାତ୍ମକ ଶକ୍ତି ପିଲାଙ୍କ ଉପରେ ପଡ଼ିପାରେ ।
୨. ଚନ୍ଦ୍ରଗ୍ରହଣ ସମୟରେ କଇଁଚି, ଛୁରୀ ଇତ୍ୟାଦି ଧାରୁଆ ବସ୍ତୁର ବ୍ୟବହାରକୁ ଏଡାଇବା ଉଚିତ୍ ।

୩. ଏହି ସମୟରେ କିଛି ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କିନ୍ତୁ ଗର୍ଭବତୀ ମହିଳାମାନେ ଆବଶ୍ୟକତା ଥିଲେ ଫଳ ଓ ଜୁସ୍‌ ପିଇପାରିବେ ।

୪. ଘରର ଝରକାକୁ ମୋଟା ପରଦାରେ ଘୋଡାନ୍ତୁ, ଯାହା ଦ୍ୱାରା ଚନ୍ଦ୍ରଗ୍ରହଣର ନକାରାତ୍ମକ କିରଣ ଘରେ ପ୍ରବେଶ କରିବ ନାହିଁ ।

୫. ଚନ୍ଦ୍ରଗ୍ରହଣ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଚନ୍ଦ୍ରଗ୍ରହଣ ସରିବା ପରେ ଗଙ୍ଗା ଜଳକୁ ପାଣିରେ ମିଶାଇ ସ୍ନାନ କରନ୍ତୁ ।

୬. ଏହି ସମୟରେ ଗର୍ଭବତୀ ମହିଳାମାନେ ଭଗବାନ ଶିବ ଏବଂ ବିଷ୍ଣୁଙ୍କୁ ଧ୍ୟାନ କରିବା ଉଚିତ୍ । ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ଠାରୁ ଦୂରେଇ ରୁହନ୍ତୁ । ସମସ୍ତ ଖାଦ୍ୟ ଏବଂ ପାନୀୟରେ ତୁଳସୀ ପତ୍ର ପକାଇ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.