Below header

ଜୟପୁର: ଘରେ ନିଆଁ ଲାଗିବାରୁ ଜୀବନ୍ତ ଜଳିଗଲେ ୩ ଶିଶୁଙ୍କ ସମେତ ୫ ମୃତ

ରାଜସ୍ଥାନ ଜୟପୁରରେ ବିଶ୍ୱକର୍ମାର ଜୈସଲ୍ୟା ଗାଁରେ ନିଆଁ ଲାଗିବା ହେତୁ ୩ ଜଣ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି । କେଉଁ କାରଣରୁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ଜଣାପଡିନି । ସମସ୍ତ ମୃତକ ବିହାରର ବୋଲି କୁହାଯାଉଛି । ପୋଲିସ ଏଫଏସଏଲ ଟିମକୁ ଘଟଣା ସ୍ଥଳକୁ ଡାକିଛି ।

ରାଜସ୍ଥାନ ଜୟପୁରରେ ଏକ ଘରେ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ ଘଟିଛି । ବିଶ୍ୱକର୍ମାର ଜୈସଲ୍ୟା ଗାଁରେ ନିଆଁ ଲାଗିବା ହେତୁ ୩ ଜଣ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି । କେଉଁ କାରଣରୁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ଜଣାପଡିନି । ସମସ୍ତ ମୃତକ ବିହାରର ବୋଲି କୁହାଯାଉଛି । ପୋଲିସ ଏଫଏସଏଲ ଟିମକୁ ଘଟଣା ସ୍ଥଳକୁ ଡାକିଛି ।

ବିହାରର ଏକ ପରିବାର ରାଜସ୍ଥାନର ଜୈସଲ୍ୟା ଗାଁରେ ଭଡ଼ା ରହୁଥିଲେ । କୁହାଯାଉଛି ଯେ, ରାତିରେ ଯେତେବେଳେ ପରିବାର ଲୋକେ ଶୋଇଥିଲେ, ସେହି ସମୟରେ ଘରେ ନିଆଁ ଲାଗିଯାଇଥିଲା । ତେଣୁ ସେମାନେ ନିଆଁରୁ ବାହାରିବା ପାଇଁ କୌଣସି ସୁଯୋଗ ମିଳିନଥିଲା । ନିଆଁରୁ ବଞ୍ଚିବା ପାଇଁ ସମସ୍ତେ ଘରର ଗୋଟିଏ କୋଣକୁ ଚାଲିଯାଇଥିଲେ ।

ଖବର ମୁତାବକ, ସମସ୍ତ ଲୋକେ ଜୀବନ୍ତ ଜଳିଯାଇଛନ୍ତି । ପଡୋଶୀଙ୍କ ଖବର ପାଇ ଦମକଳ ବାହିନୀର ସମସ୍ତ ଟିମ ଘଟଣାସ୍ଥଳରେ ପହଁଚିଥିଲେ । ହେଲେ ସେତେବେଳକୁ ସଂପୂର୍ଣ୍ଣ ପରିବାର ସଦସ୍ୟ ଜଳିଯାଇଥିଲେ । ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଁ ଯାଇଛି । ଏଫଏସଏଲ ଟିମ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି । ନିଆଁର କାରଣ ଏପର୍ଯ୍ୟନ୍ତ ଜଣାପଡିନି ।

ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଶୋକ ପ୍ରକାଶ କରିଛନ୍ତି । ସେ Xରେ ଲେଖିଛନ୍ତି, ଜୟପୁର ବିଶ୍ୱକର୍ମାରେ ଭୀଷଣ ନିଆଁରେ ୫ ଜଣଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟ ବିଦାରକ । ଈଶ୍ୱର ସମସ୍ତ ଆତ୍ମାକୁ ଶାନ୍ତି ଦିଅନ୍ତୁ । ଆଉ ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କର ଶୀଘ୍ର ସୁସ୍ଥତା କାମନା କରୁଛି । ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.