ରିଲିଜ୍‌ ହେଲା ଫିଲ୍ମ ‘ଭେୟା ଜୀ’ ର ଟିଜର, ଦେଖିବାକୁ ମିଳିଲା ମନୋଜ ବାଜପେୟୀଙ୍କ ଦମ୍‌ଦାର ଲୁକ୍‌

ମନୋଜ ବାଜପେୟୀଙ୍କ ନୂଆ ଫିଲ୍ମ ଘୋଷଣା କରାଯାଇଛି, ଯାହାର ନାମ ହେଉଛି ‘ଭେୟା ଜୀ’ । ନିକଟରେ ଏହି ଫିଲ୍ମର ଅଭିନେତାଙ୍କର ଫାଷ୍ଟ ଲୁକ୍ ରିଲିଜ୍‌ ହୋଇଥିଲା, ଯେଉଁଥିରେ ତାଙ୍କୁ ବେକରେ ଟାୱେଲ ଓ ପାଟିରେ ସିଗାରେଟ୍ ଲଗାଇ ବହୁତ ଦେଶୀ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଥିଲା । ଏବେ ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଛି, ଯାହା ଆସିବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

ମନୋଜ ବାଜପେୟୀ ‘ଦି ଫ୍ୟାମିଲି ମ୍ୟାନ୍’, ‘ସତ୍ୟ’, ‘ଗ୍ୟାଙ୍ଗସ୍ ଅଫ୍ ୱାସିପୁର’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହ ସେ ଏହି ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ମଧ୍ୟ ଜିତିଛନ୍ତି । ତେବେ ମନୋଜ ବାଜପେୟୀ ଗତ ୩୦ ବର୍ଷ ମଧ୍ୟରେ ତାଙ୍କ ଦମ୍‌ଦାର ଅଭିନୟ ଯୋଗୁ ଲୋକମାନଙ୍କ ଠାରୁ ବହୁତ ପ୍ରଶଂସା ହାସଲ କରିଛନ୍ତି । ବର୍ତ୍ତମାନ ମନୋଜ ବାଜପେୟୀଙ୍କ ନୂଆ ଫିଲ୍ମ ଘୋଷଣା କରାଯାଇଛି, ଯାହାର ନାମ ହେଉଛି ‘ଭେୟା ଜୀ’ । ଏହି ଚଳଚ୍ଚିତ୍ରରେ ମନୋଜ ଅଭିନୟ କରିବା ସହ, ଏଥିରେ ନିର୍ମାତା ଭାବରେ ମଧ୍ୟ ନଜର ଆସିଛନ୍ତି । ନିକଟରେ ଏହି ଫିଲ୍ମର ଅଭିନେତାଙ୍କର ଫାଷ୍ଟ ଲୁକ୍ ରିଲିଜ୍‌ ହୋଇଥିଲା, ଯେଉଁଥିରେ ତାଙ୍କୁ ବେକରେ ଟାୱେଲ ଓ ପାଟିରେ ସିଗାରେଟ୍ ଲଗାଇ ବହୁତ ଦେଶୀ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଥିଲା । ଏବେ ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଛି, ଯାହା ଆସିବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

ମନୋଜ ଫିଲ୍ମ ‘ଭେୟା ଜୀ’ ର ଟିଜରରେ ଅତି ଭୟଙ୍କର ରୂପରେ ଦେଖିବାକୁ ମିଳିଛନ୍ତି । ତେବେ ଟିଜର ଆରମ୍ଭରେ ମନୋଜ ବାଜପେୟୀ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି ଏବଂ ତାଙ୍କୁ ବହୁତ ଲୋକ ଘେରିଛନ୍ତି । ଏହା ପରେ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ମନୋଜଙ୍କୁ ଆକ୍ରମଣ କରିବାକୁ ଯିବା ମାତ୍ରେ ସେ ସଙ୍ଗେ ସଙ୍ଗେ ଉଠି ଯାଉଛନ୍ତି । କିନ୍ତୁ ମନୋଜ ଉଠିବା ମାତ୍ରେ ସେହି ଲୋକମାନେ ଭୟରେ ଦୌଉଡି ପଳାଇବାକୁ ଲାଗିଛନ୍ତି । ଏହା ପରେ ଟିଜରରେ ମନୋଜ ଏପରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ କୌଣସି ପ୍ରକାରର ଅନୁରୋଧ ହେବ ନାହିଁ, ନରସଂହାର ହେବ’ । ତେବେ ଏହି ଟିଜର ଦେଖିବା ପରେ ସ୍ପଷ୍ଟ ଭାବରେ ଜଣାପଡୁଛି, ଯେ ଏଥିରେ ମନୋଜଙ୍କୁ ଆକ୍ସନ୍ କରୁଥିବାର ଦେଖିବାକୁ ମିଳିବ । ଫିଲ୍ମ ‘ଭେୟା ଜୀ’ ର ଏହି ଟିଜରଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହୋଇଛି । ଏହା ସହ ମନୋଜ ବାଜପେୟୀଙ୍କ ଏହି ଷ୍ଟାଇଲ୍‌ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏବେ ଫିଲ୍ମ ‘ଭେୟା ଜୀ’ ର ଏହି ଟିଜର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକମାନେ ଏହି ଟିଜରକୁ ବହୁତ ପସନ୍ଦ କରୁଛନ୍ତି ।

ବିନୋଦ ଭୋନୁଶାଲି ଏବଂ ସମିକ୍ଷା ଶିଲା ଓସୱାଲ ଏହି ଫିଲ୍ମ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ଆପୋରଭା ସିଂ କରକି ନିର୍ଦ୍ଦେଶନା ଦେଇଛନ୍ତି । ଏହାପୂର୍ବରୁ ସେ ମନୋଜଙ୍କ ସୁପରହିଟ୍‌ ଫିଲ୍ମ ‘ସାର୍ଫ ଏକ ବନ୍ଦା କାଫି ହେ’ ର ନିର୍ମାଣ କରିଥିଲେ । ତେବେ ଏହି ଫିଲ୍ମଟି ମନୋଜ ବାଜପେୟୀଙ୍କ ଫିଲ୍ମ କ୍ୟାରିୟରର ୧୦୦ ତମ ଚଳଚ୍ଚିତ୍ର ହେବାକୁ ଯାଉଛି । ଏହି ଫିଲ୍ମ ମେ ୨୪ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.