Below header

ନିଃସନ୍ତାନଙ୍କ ପାଇଁ ଅମୋଘ ଅସ୍ତ୍ର : ସନ୍ତାନ ପାଇବାକୁ ଚାହୁଁଥିଲେ, ଅହୋଇ ଅଷ୍ଟମୀ ଦିନ କରନ୍ତୁ ରାଧା କୁଣ୍ଡରେ ସ୍ନାନ

ଭାରତ ହେଉଛି ପର୍ବ ପର୍ବାଣୀ ଓ ଓଷା ବ୍ରତର ଦେଶ । ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରେ ଭଗବାନଙ୍କ ଉପାସନା । ଏପରି ବାର୍ତ୍ତା ଦିଏ ଆମର ଧର୍ମ ପୁରାଣ ଓ ଅନୁଷ୍ଠାନ । ମହିଳାମାନେ ଏଠାରେ ପତି ଓ ସନ୍ତାନଙ୍କ ଆୟୁ ପାଇଁ ବ୍ରତ- ଉପବାସ କରନ୍ତି । ହେଲେ ଏମିତି ଏକ ବ୍ରତ ଅଛି ଯାହାକୁ କରିବା ଦ୍ୱାରା ଅପୁତ୍ରିକ ମଧ୍ୟ ପୁତ୍ରବତୀ ହୋଇ ପାରିବ ।

ଏପରି ଏକ ପୂଜାର ମହତ୍ତ୍ୱ ରହିଛି ଯାହାକୁ ଅହୋଇ ଅଷ୍ଟମୀ ନାମରେ ଜଣାଯାଏ । ଏହି ଅଷ୍ଟମୀ ଦିନ ମହିଳାମାନେ ଦେବୀ ପାର୍ବତୀଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ଏହି ଦିନ ମହିଳାମାନେ ନିର୍ଜଳା ବ୍ରତ ମଧ୍ୟ ରଖିଥାନ୍ତି । ଏହି ଦିନ ମା’ଙ୍କୁ ନିଜ ସନ୍ତାନର ଖୁସୀ ଓ ସୁସ୍ଥ ଜୀବନ କାମନା କରିଥାନ୍ତି । ଏହି ଦିନ ରାଧା କୁଣ୍ଡରେ ସ୍ନାନ କଲେ ଅପୁତ୍ରିକ ମା’ମାନେ ସନ୍ତାନ ସମ୍ଭବା ହୋଇଥାନ୍ତି ବୋଲି ମାନ୍ୟତା ରହିଛି ।

ରାଧା କୁଣ୍ଡ କେଉଁଠି

ମଥୁରା ନଗରୀ ଠାରୁ ପ୍ରାୟ ୨୬ କିଲୋମିଟର ଦୂର ଗୋବର୍ଦ୍ଧନ ପରିକ୍ରମା ଠାରେ ରାଧାକୁଣ୍ଡ ଏକ ସ୍ଥାନ ରହିଛି । କୁହାଯାଏ ଏହି ପବିତ୍ର ସ୍ଥାନରେ ରାଧା ଓ ଶ୍ରୀକଷ୍ଣ ବାସ କରିଥାନ୍ତି ।

sri radha kunda
p.c : hindi.boldsky.com

ନିଜ ଚୁଡ଼ି ଦ୍ୱାରା ଶ୍ରୀରାଧା ଖୋଳିଥିଲେ ଏହି କୁଣ୍ଡ

ରାଧା କୁଣ୍ଡ ସହିତ ଜଡିତ କିଛି ତଥ୍ୟ । ଶ୍ରୀକୃଷ୍ଣ ଯେତେବେଳେ ଗୋବର୍ଦ୍ଧନରେ ଗୋ ଚାରଣ ଲୀଳା କରୁଥିଲେ । ସେତେବେଳେ ଅରିଷ୍ଟାସୁର ନାମକ ଏକ ଅସୁର ଗୋବଂଶ ରୂପ ଧରି ଶ୍ରୀକୃଷ୍ଣଙ୍କ ଉପରେ ଆକ୍ରମଣ କରିଥିଲେ ଶ୍ରୀକୃଷ୍ଣ ତାକୁ ବଧ କରିଥିଲେ । ଅସୁର ଯେହେତୁ ଗୋବଂଶ ବେଶରେ ଥିଲେ ତେଣୁ ଶ୍ରୀକୃଷ୍ଣଙ୍କ ପାପ ଲାଗିବ ବୋଲି ରାଧାଜୀ କହିଥିଲେ । ତେଣୁ ଶ୍ରୀକୃଷ୍ଣ ନିଜ ବାଂଶୁରୀରେ ଏକ କୁଣ୍ଡ ଖୋଳିଥିଲେ ଓ ସେଥିରେ ଗାଧୋଇଥିଲେ । ଠିକ୍‌ ତା ପାଖରେ ରାଧାଜୀ ନିଜ ଚୁଡ଼ିରେ ଏକ କୁଣ୍ଡ ଖୋଳିଥିଲେ ଯାହାକୁ ରାଧା କୁଣ୍ଡ ବୋଲି କୁହାଯାଏ ।

କୁହାଯାଏ ଶ୍ରୀ ରାଧା କୃଷ୍ଣ ଏଠାରେ ମହାରାସ କରିଥିଲେ । ଶ୍ରୀକୃଷ୍ଣ ପ୍ରସନ୍ନ ହୋଇ ରାଧାଜୀଙ୍କୁ ବର ମାଗିବାକୁ କହିଥିଲେ । ଶ୍ରୀ ରାଧାଜୀ ଏହି ବର ମାଗିଥିଲେ କି ଯେଉଁ ମହିଳା କାର୍ତ୍ତିକ ମାସ ଅଷ୍ଟମୀ ତିଥିରେ ରାଧା କୁଣ୍ଡରେ ସ୍ନାନ କରିବ ତାଙ୍କର ପୁତ୍ର ରତ୍ନ ନିଶ୍ଚୟ ପ୍ରାପ୍ତ ହେବ ।

sri radha
p.c : hindi.boldsky.com

୨୦୨୧ ରେ ୨୧ ଅକ୍ଟୋବରରେ ପଡ଼ୁଛି ଅହୋଇ ଅଷ୍ଟମୀ

ଚଳିତ ବର୍ଷ ୨୮ ଅକ୍ଟୋବର ଦିନ ପଡ଼ୁଛି ଏହି ତିଥି । ଏହି ଦିନ ଶ୍ରଦ୍ଧାଳୁ ନିର୍ଜଳା ବ୍ରତ କରି ଦେବୀ ପାର୍ବତୀଙ୍କୁ ପୂଜା କରିବା ସହ ରାଧା ରାଣୀଙ୍କୁ ସନ୍ତାନ ପ୍ରାପ୍ତିର ଆର୍ଶିବାଦ ପାଇଁ ରାଧା କୁଣ୍ଡରେ ସ୍ନାନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.