Below header

ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌ସ କେସ୍‌ରେ ଗିରଫ ୨ ଓଡ଼ିଆଙ୍କୁ ମିଳିଲା ଜାମିନ

ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌ସ କେସ୍‌ରେ ଗିରଫ ୨ ଓଡ଼ିଆଙ୍କୁ ମିଳିଲା ମିଳିଲା ଜାମିନ । ସେମାନେ ହେଲେ ରାଉରକେଲାର ମନୀଷ ରାଜଗରିଆ ଓ ଅଭିନ ଦିନନାଥ ସାହୁ । ମୁମ୍ବାଇର ସ୍ପେଶାଲ୍‌ ଏନଡିପିଏସ୍‌ କୋର୍ଟ ସେମାନଙ୍କୁ ଜାମିନ ଦେଇଛନ୍ତି । ଏମାନେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ସେଦିନ ଜାହାଜରେ ଥିଲେ । ମନୀଷଙ୍କ ଘର ରାଉରକେଲାରେ ଓ ରଘୁନାଥପାଲିରେ ଅଭିନଙ୍କ ଘର । ସେଦିନ ଏନ୍‌ସିବି ରେଡ୍‌ କରିବା ବେଳେ ମନୀଷଙ୍କ ପାଖରୁ ୨.୪ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଥିଲା। ସେହିପରି କ୍ରୁଜ୍‌ ସିପ୍‌ରେ ଦୁଇ ଥର ଗଞ୍ଜେଇ ଟାଣିଥିଲେ ଅଭିନ୍‌ । କ୍ରୁଜ୍‌ ଡ୍ରଗ୍‌ କେସରେ ୨୧ ଗିରଫ ହୋଇଛନ୍ତି। ଏଥିରେ ଏବେ ଦୁଇ ଜଣ ଜାମିନ ପାଇଛନ୍ତି ।

କହିରଖିବା ଉଚିତ ହେବକି ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରେ ଚାଲିଥିଲା ଆର୍ଯ୍ୟନଙ୍କ ବେଲ୍‌ ଆବେଦନର ଶୁଣାଣି । ଆର୍ଯ୍ୟନଙ୍କ ପାଇଁ ଲଢିଛନ୍ତି ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ମୁକୁଲ ରୋହତଗୀ । ଜଷ୍ଟିସ ନିତନ ସମ୍ବରେ ମାମଲାର ଶୁଣାଣି ଚାଲିଥିଲା । ଯେବେକି ଆର୍ଯ୍ୟନଙ୍କ ଶୁଣାଣି ଖାଲି ପାଇଁ ସ୍ଥଗିତ ରଖାଯାଇଛି | ଅନ୍ୟ ପଟରେ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରିଛି ଏନସିବି । ବମ୍ବେ ହାଇକୋର୍ଟରେ ଏନସିବି ପକ୍ଷରୁ ଜବାବ ଦାଖଲ ହୋଇଛି । ସାକ୍ଷୀଙ୍କୁ ପ୍ରଭାବିତ କରାଯାଉଥିବା ଦର୍ଶାଯାଇଛି । ତେଣୁ ଅଭିଯୁକ୍ତଙ୍କୁ ବେଲ ନଦେବାକୁ ଏନସିବି କୋର୍ଟଙ୍କୁ ଅନୁରୋଧ କରିଛି । ଆର୍ଯ୍ୟନଙ୍କ ପାଇଁ ବେଲ୍‌ ମିଳିବ ନା ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.