ଟି-୨୦ ବିଶ୍ୱକପ୍‌ : ଇଣ୍ଡିଜ୍‌କୁ ୮ ଓ୍ଵିକେଟ୍‌ରେ ହରାଇଲା ଦକ୍ଷିଣ ଆଫ୍ରିକା

ଦୁବାଇ : ଆଇସିସି ଟି-୨୦ ବିଶ୍ୱ କପ୍‌ର ଆଜି ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୮ ଓ୍ଵିକେଟ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌କୁ ହରାଇ ଦେଇଛି । ଇଣ୍ଡିଜ୍‌ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍‌ରେ ୮ ଓ୍ଵିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା । ପରେ ଦକ୍ଷିଣ ଆଫ୍ରିକା ଦଳ ୧୮.୨ ଓଭର୍‌ରେ ମାତ୍ର ୨ଟି ଓ୍ଵିକେଟ୍‌ ହରାଇ ୧୪୪ ରନ୍‌ କରିଥିଲା ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ବିଜୟ ହୋଇଥିବା ବେଳେ େଓ୍ଵଷ୍ଟଇଣ୍ଡିଜ୍‌ ତାର ଦୁଇ ଦୁଇଟି ମ୍ୟାଚ୍‌ ହାରି ସାରିଲାଣି । ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଖେଳାଳି ଆନରାକ ନୋରଟିଆ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ସେ ୪ ଓଭର ବୋଲିଂ କରି ଗୋଟିଏ ଓ୍ଵିକେଟ୍‌ ନେଇଥିଲେ ମଧ୍ୟ ମାତ୍ର ୧୪ ରନ୍‌ ଦେଇଥିଲେ । ଆଜି ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା ।

ଇଣ୍ଡିଜ୍‌ ପକ୍ଷରୁ ଲୁଇସ୍‌ ସର୍ବାଧିକ ୫୬ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବୋଲିର ପ୍ରିଟୋରିଅସ ସର୍ବାଧିକ ୩ଟି ଏବଂ ମହାରାଜ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ବ୍ୟାଟିଂରେ ବିଜୟୀ ଦକ୍ଷିଣ ଆଫ୍ରିକା ତରଫରୁ ଓପ୍ନର ହେଣ୍ଡରିକ୍ସ ୩୯, ଭାନ୍‌ ଡେର ଡୁସେନ୍‌ ଅପରାଜିତ ୪୩ ଓ ମାରକ୍ରାମ ଅପରାଜିତ ୫୧ ରନ୍‌ ସ୍କୋର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.