ଟ୍ରେନର ଯେକୌଣସି ବଗି ରୁ ଚେନ ଟାଣିଲେ ତୁରନ୍ତ ଜାଣି ନିଅନ୍ତି RPF, ଏପରି ମିଳିଯାଏ ସୂଚନା

ଆପଣ ସମସ୍ତେ ଟ୍ରେନ ରେ ଯାତ୍ରା କରୁଥିବେ।ଟ୍ରେନ ର ପ୍ରତେକ ବଗି ରେ ଚେନ ଲାଗିଥାଏ। କୌଣସି ଜରୁରୀ କାଳୀନ ପରିସ୍ଥିତି ରେ ଯାତ୍ରୀ ମାନଙ୍କ ପାଇଁ ଏହି ଚେନ ପୁଲ କରିବାର ବ୍ୟବସ୍ଥା ରହିଛି। ତେବେ ଏହା କୁ ମନ ଇଚ୍ଛା କେହି ବି ପୁଲ କରିପାରିବେ ନାହିଁ । ତେବେ ଏହାକୁ ଜଣେ ପୁଲ କରିବା ପରେ ଟ୍ରେନ ପୋଲିସ ବା ଆରପିଏଫ୍ କିପରି ଜାଣନ୍ତି? କିପରି ଏହା ସମ୍ପର୍କରେ ଜଣାପଡେ ଯେ କେଉଁ ବଗି ରୁ ଚେନ ପୁଲ ହୋଇଛି ?

ଆପଣ ସମସ୍ତେ ଟ୍ରେନ ରେ ଯାତ୍ରା କରୁଥିବେ। ଏଥିରେ ଅନେକ ବଗି ରହିଛି। ଯେଉଁଥିରେ ଯାତ୍ରୀ ମାନେ ବସି ଯାତ୍ରା କରିଥାନ୍ତି । ଆଉ ପ୍ରତେକ ବଗି ରେ ଚେନ ଲାଗିଥାଏ। କୌଣସି ଜରୁରୀ କାଳୀନ ପରିସ୍ଥିତି ରେ ଯାତ୍ରୀ ମାନଙ୍କ ପାଇଁ ଏହି ଚେନ ପୁଲ କରିବାର ବ୍ୟବସ୍ଥା ରହିଛି। ତେବେ ଏହା କୁ ମନ ଇଚ୍ଛା କେହି ବି ପୁଲ କରିପାରିବେ ନାହିଁ ।କାରଣ ଏହାକୁ ପୁଲ କଲେ। ଜରିମାନା ଦେବାର ନିୟମ ରହିଛି। ତେବେ ଏହାକୁ ଜଣେ ପୁଲ କରିବା ପରେ ଟ୍ରେନ ପୋଲିସ ବା ଆରପିଏଫ୍ କିପରି ଜାଣନ୍ତି? କିପରି ଏହା ସମ୍ପର୍କରେ ଜଣାପଡେ ଯେ କେଉଁ ବଗି ରୁ ଚେନ ପୁଲ ହୋଇଛି ? ଏହା ବିଷୟରେ କେବେ ଭାବିଛନ୍ତି କି ?

ଭାରତରେ ଟ୍ରେନ୍ ଚେନ୍ ଟାଣିବା ଏକ ସାଧାରଣ କଥା, ଲୋକମାନେ ବିଭିନ୍ନ ସ୍ଥାନରେ ଚେନ୍ ଟାଣି ଟ୍ରେନ୍ ବନ୍ଦ କରନ୍ତି। କିନ୍ତୁ ଅନେକ ଥର ଚେନ୍ ଟାଣିବା ପରେ ପୋଲିସ ଆସି ସେହି ଲୋକଙ୍କୁ ଗିରଫ କରନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଟ୍ରେନ୍ ଚେନ୍ ଟାଣିବା ପରେ ଆରପିଏଫ୍ କିପରି ଜାଣନ୍ତି?

ଯଦି ଆପଣ ଟ୍ରେନରେ ଚାଲିବା ସମୟରେ ମନ ଇଚ୍ଛା ଚେନ ଟାଣନ୍ତି ଓ ଆପଣ ଭାବୁଥିବେ ଯେ ରେଳବାଇ ଏହା ବିଷୟରେ ଜାଣି ପାରୁ ନାହିଁ, ତେବେ ଆପଣ ଭୁଲ୍ ଭାବୁଛନ୍ତି। ଆଜିର ଟେକ୍ନିକାଲ୍ ଯୁଗରେ ଏହା ଜାଣିବା ଅତି ସହଜ ହୋଇଗଲାଣି` ଜଣେ ଯଦି କୌଣସି କାରଣରୁ ଚେନ ପୁଲ କରୁଛି ତେବେ ଆରପିଏଫ ଏହା ସମ୍ପର୍କରେ ସହଜରେ ଜାଣି ନିଅନ୍ତି।

ପ୍ରକୃତ ରେ ଟ୍ରେନର ଏକ ବଗିରୁ ଚେନ ଟାଣିବା ମାତ୍ରେ ସେଠାରେ ଥିବା ଏକ ବଲବ ତୁରନ୍ତ ବୁଲିଯାଏ। ଏହିପରି ଭାବରେ ଆରପିଏଫ ଜାଣିବାକୁ ପାଏ ଯେ ଯେ ଟ୍ରେନର ଚେନ କିଏ ଟାଣିଛି। ତେବେ ଅନ୍ୟ କ୍ଷେତ୍ର ରେ ଏୟାର ପ୍ରେସର ରିଲିଜ ହେବାର ଶବ୍ଦ ଦ୍ୱାରା ମଧ୍ୟ ବଗି ଚିହ୍ନଟ ହୁଏ। ଚେନ୍ ଟାଣିଲେ ଏୟାର ପ୍ରେସର ଏତେ ଜୋରରେ ରିଲିଜ ହୁଏ ଯାହା କାରଣ ରୁ ଜଣା ପଡ଼େ କେଉଁ ବଗିରୁ ଏପରି ହୋଇଛି।

ଚେନ ପୁଲିଂ ବ୍ୟବସ୍ଥା ଯାତ୍ରୀଙ୍କ ସୁବିଧା ପାଇଁ ଦିଆଯାଏ। ଯାହା ଦ୍ୱାରା ଯଦି ଟ୍ରେନ୍ ଭିତରେ କୌଣସି ଅସୁବିଧା ଆସେ, ତେବେ ଆପଣ ଚେନ୍ ଟାଣି ଟ୍ରେନ୍ ବନ୍ଦ କରିପାରିବେ। ଯଦି ଆପଣଙ୍କର ଷ୍ଟେସନ୍ ଆସିଛି କିନ୍ତୁ ଆପଣ କୌଣସି କାରଣରୁ ତଳକୁ ଯାଇପାରିବେ ନାହିଁ, ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ, ତଥାପି, ଏଥିପାଇଁ ଆପଣଙ୍କର ଏକ ଯୁକ୍ତି ଯୁକ୍ତ କାରଣ ଥିବା ଦରକାର।

କିନ୍ତୁ କିଛି ଲୋକ ଏହାର ଅପବ୍ୟବହାର କରନ୍ତି। ଅନେକ ଥର ଲୋକମାନେ ନିଜ ସୁବିଧା ସ୍ଥାନରେ ଓହ୍ଲାଇବା ପାଇଁ ଟ୍ରେନକୁ ଅଟକାନ୍ତି। ଅନେକ ଥର ଅପରାଧୀମାନେ ମଧ୍ୟ ଚେନ ଟାଣି ଟ୍ରେନକୁ ଲୁଟ କରନ୍ତି।

ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦୈନିକ କୋଟି କୋଟି ଭାରତୀୟ କରିଥାନ୍ତି ରେଳଯାତ୍ରା। ଦେଶରେ ଅବସ୍ଥିତ କୌଣସି ଦୂର ସ୍ଥାନକୁ ଯାତ୍ରାସ କରିବା ପାଇଁ ଆଜିର ସମୟରେ ମଧ୍ୟ ଟ୍ରେନ ଲୋକଙ୍କ ପ୍ରଥମ ପସନ୍ଦ ରହିଛି। କାରଣ ରେଳଯାତ୍ରା ହୋଇଥାଏ ବେଶ ସୁବିଧା ଏବଂ ସହଜ ।