ଚଳିତବର୍ଷ ଜନ୍ମାଷ୍ଟମୀରେ ପଡୁଛି ଅଦ୍ଭୁତ ସଂଯୋଗ, ଜାଣନ୍ତୁ ପୂଜା କରିବାର କ’ଣ ରହିଛି ଫାଇଦା

ଭଗବାନ କୃଷ୍ଣଙ୍କ କୃପା ଏବଂ ଆଶୀର୍ବାଦ ପାଇବା ପାଇଁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପର୍ବ ସବୁଠାରୁ ଉତ୍ତମ। କୃଷ୍ଣ ଭକ୍ତ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି। ଏହିଦିନ ଭଗବାନ କୃଷ୍ଣଙ୍କ ମନ୍ଦିରକୁ ସଜାଇ ବ୍ରତ ରଖି ଆରାଧନା କରାଯାଏ। ମାନ୍ଯତା ଅନୁସାରେ, ଏହିଦିନ ଭଗବାନ ଶ୍ରୀ କୃଷ୍ଣଙ୍କ ପୂଜା କରିବା ଦ୍ବାରା ଭକ୍ତର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ମାନ୍ଯତା ରହିଛି କି, ଏହି ତିଥିରେ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ହୋଇଥିଲା। ତେଣୁ ଏଥର ମଧ୍ୟ ଜନ୍ମାଷ୍ଟମୀ ୩୦ ଅଗଷ୍ଟ ସୋମବାର ପାଳନ କରାଯିବ।

ଜ୍ଯୋତିଷ ଗଣନା ଅନୁସାରେ, ପ୍ରତିବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ୬ ତତ୍ତ୍ବର ବିଶେଷ ସଂଯୋଗ ପଡୁଛି। ଯାହା ବହୁତ ଦୁର୍ଲଭ। ଏଥର ଜନ୍ମାଷ୍ଟମୀରେ ଭାଦ୍ର କୃଷ୍ଣ ପକ୍ଷ, ରୋହିଣୀ ନକ୍ଷତ୍ର, ଅର୍ଦ୍ଧରାତ୍ରିକାଳୀନ ଅଷ୍ଟମୀ ତିଥି, ବ୍ଷ ରାଶିରେ ଚନ୍ଦ୍ରମା ଏବଂ ସୋମବାର ହୋଇଥିବା ଯୋଗୁଁ ବହୁତ ଅଦ୍ଭୁତ ସଂଯୋଗ ରହିଛି।

ଚଳିତବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଦୁର୍ଲଭ ସଂଯୋଗ ପଡୁଥିବାରୁ ପୂଜା କରିବାରେ ବିଶେଷ ମହତ୍ତ୍ବ ରହିଛି। ଧାର୍ମିକ ମାନ୍ଯତା ଅନୁସାରେ ଏହି ଅଦ୍ଭୁତ ସଂଯୋଗ କୃଷ୍ଣ ଭଗବାନଙ୍କ ପୂଜା ବିଧି ବିଧାନରେ କରିବା ଦ୍ବାରା ଭକ୍ତର ସବୁ ମନସ୍କାମନା ପୂର୍ଣ୍ଣ ହୁଏ। ଭକ୍ତକୁ ଭଗବତ କୃପା ପ୍ରାପ୍ତ ହୋଇଥାଏ। ଯେଉଁ ଲୋକ ଅନେକ ଜନ୍ମ ପର୍ଯ୍ଯନ୍ତ ଆତ୍ମା ଶାନ୍ତି ପାଇନଥାଏ, ସେମାନଙ୍କୁ ଆଜିର ଦିନରେ ପୂଜା କଲେ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.