Below header

ଭୂତ-ପ୍ରେତଙ୍କୁ ବିଶ୍ୱାସ କରୁନାହାନ୍ତି ନା? ତା’ହେଲେ ପଢ଼ନ୍ତୁ ଏହି ସତ୍ୟ ଘଟଣା

କିଛି ଲୋକ ମାନିଥାଆନ୍ତି, ଭୂତ, ପ୍ରେତମାନଙ୍କର ବି ନିଜର ଦୁନିଆ ରହିଛି। କେବେ କେବେ ସେମାନେ ନିଜ ଦୁନିଆରୁ ବାହାରି ମଣିଷଙ୍କ ଦୁନିଆକୁ ପ୍ରବେଶ କରନ୍ତି। ତା’ପରେ କିଛି ଭୟାନକ ଘଟଣା ସବୁ ଘଟିଥାଏ। ଆଉ କିଛି ଲୋକ ଭୂତ, ପ୍ରେତଙ୍କୁ ବିଶ୍ୱାସ କରନ୍ତି ନାହିଁ। ସେମାନଙ୍କ ଅନୁସାରେ ଭୂତ, ପ୍ରେତ ନାଁରେ କୌଣସି ଜିନିଷ ହିଁ ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ।

ଡିସେମ୍ବର ମାସର ସମୟ। ରାତି ପାଖାପାଖି ୯ଟା ବାଜି ସାରିଥିଲା। କିଛି ଲୋକ ଉଜୈନ୍‌ ରେଡିଓ ଷ୍ଟେଶନରେ ଥିଲେ। ଚାରିପଟେ ନିଶବ୍ଦ ଘନ ଅନ୍ଧକାର ଛାଇ ଯାଇଥିଲା। ୟୁରୋପିୟାନ୍‌ କାଯ୍ୟର୍କ୍ରମର ଇନ୍‌ଚାର୍ଜ ବାନାର୍ଜୀ ଷ୍ଟୁଡିଓରୁ ବାହାରି ଲର୍ନ ଆଡ଼େ ଚାଲିଆସିଲେ।

bhut2

ଏହି ସମୟରେ ହଠାତ୍‌ ବାନାର୍ଜୀ ଦେଖିବାକୁ ପାଇଲେ, ଲର୍ନରେ ଥିବା ଏକ ଆମ୍ବ ଗଛ ତଳେ ଜଣେ ପୁରୁଷ ଲୋକର ଛାଇ ଦେଖାଯାଉଛି। ସେ ନିଜର ଭ୍ରମ ଭାବି ସେ ଆଡ଼କୁ ଧ୍ୟାନ ଦେଇ ନ ଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ହିଁ ଏମିତି ଏକ ଘଟଣା ଘଟିଥିଲା, ଯାହା ଦେଖି ବାନାର୍ଜୀଙ୍କ ହୋସ୍‌ ଉଡ଼ିଯାଇଥିଲା। ଅତ୍ୟଧିକ ଭୟଭୀତ ଯୋଗୁ ତାଙ୍କର ଅବସ୍ଥା ଖରାପ ହୋଇଗଲା।

bhut5

କ’ଣ ହୋଇଥିଲା ବାନାର୍ଜୀଙ୍କ ସହ?

ବାନାର୍ଜୀ ଦେଖିବାକୁ ପାଇଥିଲେ ଯେ ଚଟାଣରେ ଥିବା ଏକ ଚେୟାର ହଠାତ୍‌ ପବନରେ ଉଡ଼ିବାକୁ ଲାଗିଲା। ଏହାପରେ ପୁଣି ଚାଲିବାକୁ ଲାଗିଲା। ଏହାପରେ ସିଡି କବାଟରେ ବାଜି ଚେୟାରଟି ବଙ୍କା ହୋଇଗଲା।

ଏହି ଦୃଶ୍ୟ ଦେଖି ଭୟଭୀତ ହୋଇପଡ଼ିଥିବା ବାନାର୍ଜୀ କୌଣସି ପ୍ରକାର ସେଠୁ ଚାଲିଆସି ଘର ଭିତରେ ଥିବା ଏକ ଟେଲିଫୋନ୍‌ ପଯ୍ୟର୍ନ୍ତ ପହଞ୍ଚିଯାଇଥିଲେ। ଡ୍ୟୁଟି ରୁମ୍‌କୁ ଫୋନ୍‌ କରି ଏ ସବୁ ବିଷୟରେ ଜଣାଇଥିଲେ। ଏହାପରେ ଡ୍ୟୁଟି ରୁମ୍‌ରେ ଥିବା କିଛି ଲୋକ ଦୌଡ଼ି ଆସିଥିଲେ।

bhut6

ଡ୍ୟୁଟି ରୁମ୍‌ରେ ପହଞ୍ଚିବା ପରେ ବାନାର୍ଜୀ କହିଥିଲେ, ମୁଁ ଭୂତ, ପ୍ରେତଙ୍କୁ ବିଶ୍ୱାସ କରେନାହିଁ। କିନ୍ତୁ ବିଳମ୍ବିତ ରାତିରେ ରେଡିଓ ଷ୍ଟେଶନ ଲର୍ନରେ କୌଣସି ଏକ ଛାଇ ଏପଟ ସେପଟ ହେଉଥିବାର ମୁଁ ଦେଖିବାକୁ ପାଇଛି। ସେ ଦେଖିବାକୁ ଜଣେ ବ୍ରିଟିଶ ଭଳି ଦେଖାଯାଉଥିଲା।

କହି ରଖୁଛୁ କି, ଜ୍ୟୋତିଷସାଗର ନାମକ ଏକ ମାସିକ ପତ୍ରିକାରେ ଏହି ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଘଟଣା ୧୯୪୫-୪୬ ମସିହାର ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.