କେବେ ଭାବିଛନ୍ତି କି , ଟ୍ରେନର ଶେଷକୁ କାହିଁକି ଲେଖାଯାଏ ‘X’  ?

ଆପଣ ସାଧାରଣତଃ ଟ୍ରେନରେ ଯାତ୍ରା କରୁଥିବା କିମ୍ବା ଟ୍ରେନ୍ଟି ଠିଆ ହୋଇଥିବା ସମୟରେ ଏହାର ଶେଷ ବଗିରେ ଏକ ଛକି ଚିହ୍ନ ବା ‘X’  ଲେଖାଯାଇଥିବାର ଦେଖିଥିବେ । ସାଧାରଣତଃ ଏଥିରେ କେହି ଧ୍ୟାନ ଦେଇନଥିବା ବେଳେ ଅନେକ ଏହାକୁ କୌତୁହଳ ଦୃଷ୍ଟିରେ ଦେଖିଥାନ୍ତି। ତେବେ ଏହା ପଛରେ ରହିଛି କିଛି ଜରୁରୀକାଳିନ ସୂଚନା।

‘X’   ଛକି ଆପଣଙ୍କୁ ଯାତ୍ରା କରୁଥିବା ଟ୍ରେନ ବିଷୟରେ କିଛି ବିଶେଷ ସୂଚନା ଦେଇଥାଏ। ଟ୍ରେନର ସେହି ଛକି ଚିହ୍ନର ଅର୍ଥ ହେଉଛି ଟ୍ରେନ୍ଟି ସଂପୂର୍ଣ୍ଣ ରହିଛି। ଅର୍ଥାତ୍ ଟ୍ରେନଟିରେ ଆବଶ୍ୟକୀୟ ସମସ୍ତ ବଗି ରହିବା ସହ ଏହା ସଠିକ ପରିସ୍ଥିତିରେ ଯାତ୍ରା କରୁଛି। ଯଦି ଆପଣ କୌଣସି ଟ୍ରେନର ଶେଷ ବଗିରେ ଏହି ଚିହ୍ନ ଦେଖୁନାହାନ୍ତି ତେବେ ତାହାର ସୂଚନା ତୁରନ୍ତ ରେଳ କର୍ମଚାରୀଙ୍କୁ ଦେବା ସହ ଏପରି ହେବାର କାରଣ ପଚାରନ୍ତୁ। ଏଣୁ ସର୍ବଦା ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଏହାର ଡବାରେ ଛକି ବା ଢ ଚିହ୍ନ ରହିଛି କି ନାହିଁ ପରୀକ୍ଷା କରି ଦେଖନ୍ତୁ ।

Leave A Reply

Your email address will not be published.