Below header

କଙ୍କଡାର ନା ‘ବିଗ୍ ଡାଡି’: ସର୍ବବୃହତ କଙ୍କଡା ଭାବେ ସ୍ଥାନ ପାଇଛି ​​ଗିନିଜ୍ ୱାର୍ଲ୍ଡ ରେକର୍ଡସରେ

କଙ୍କଡାଟିର ନା ବିଗ୍ ଡାଡି। ଏହି ବିରାଟ କଙ୍କଡାକୁ ନେଇ ଏବେ ସବୁଠି ଚର୍ଚ୍ଚା। କାହିଁକିନା ଏହି କଙ୍କଡାଟି ଏବେ ଗିନିଜ୍ ୱାର୍ଲ୍ଡ ରେକର୍ଡ ତାଲିକାରେ ସ୍ଥାନ ପାଇଛି।

ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓ କିମ୍ବା ଫଟୋ ଉପରେ ସବୁବେଳେ ସଭିଏଁ ନଜର ରଖିଥାନ୍ତି। ପ୍ରତିଦିନ କିଛି ନା କିଛି ଅଦ୍ଭୁତ ଜିନିଷ ନଜରକୁ ଆସିଥାଏ। ଯାହାକୁ ସହଜରେ ବିଶ୍ବାସ କରିବା ଅସମ୍ଭବ ହୋଇପଡେ। ଏମିତି ଅବିଶ୍ବନୀୟ ଭିଡିଓ କିମ୍ବା ଫଟୋ ପବନ ବେଗରେ ଦେଖୁ ଦେଖୁ ଭାଇରାଲ ହେଇଯାଇଥାଏ।

ତେବେ କ୍ରାବ୍ ବା କଙ୍କଡା ତ ଆପଣ ଦେଖିଥିବେ। ହେଲେ ଏଇ କଙ୍କଡା ବିଷୟରେ ଜାଣିଲେ  ଆପଣ ଚକିତ ହୋଇ ରହିଯିବେ । କଙ୍କଡାଟିର ନା ବିଗ୍ ଡାଡି (Big Daddy)। ଏହି ବିରାଟ କଙ୍କଡାକୁ ନେଇ ଏବେ ସବୁଠି ଚର୍ଚ୍ଚା। କାହିଁକିନା ବିଗ୍ ଡାଡି ନାମକ ଏହି କଙ୍କଡା ଏବେ ଗିନିଜ୍ ୱାର୍ଲ୍ଡ ରେକର୍ଡ ତାଲିକାରେ ସ୍ଥାନ ପାଇଛି। ବନ୍ଦୀ ଅବସ୍ଥାରେ ବାସ କରୁଥିବା ଏହି କଙ୍କଡା ବିଶ୍ୱର ସର୍ବ ବୃହତ କଙ୍କଡା ଭାବେ ନିଜ ସ୍ଥାନ ପକ୍କା କରିଛି। ସଂସ୍ଥା ପକ୍ଷରୁ ଇନଷ୍ଟାଗ୍ରାମରେ ଏକ ସବିଶେଷ କ୍ୟାପସନ୍ ସହିତ ଜୀବଟିର କିଛି ଫଟୋ ସେୟାର କରିଛି। ଏହି ପୋଷ୍ଟ ହେବା ପରଠାରୁ, ଏହା ଲୋକଙ୍କୁ ଆକର୍ଷିତ କରିବାରେ ଲାଗିଛି।

ବିଗ୍ ଡାଡି କ୍ରାବ୍ ବା କଙ୍କଡା ଏକ ଜାପାନୀ ସ୍ପାଇଡର କ୍ରାବ ଯିଏ ୟୁକେ ର ବ୍ଲାକ୍ପୁଲ ସାଗରରେ ରହୁଥିଲା। ବିଗ୍ ଡାଡି କଙ୍କଡାର ଗୋଡ ୩.୧୧ ମିଟର ଅର୍ଥାତ୍ ୧୦ ଫୁଟ ୨.୫ ଇଞ୍ଚ ପର୍ଯ୍ୟନ୍ତ ଲମ୍ବିଥିଲା ​​। ଯାହା ତାକୁ ବିଶ୍ୱର ସର୍ବବୃହତ କଙ୍କଡା ଭାବେ ​​ଗିନିଜ୍ ୱାର୍ଲ୍ଡ ରେକର୍ଡସ କରାଇପାରିଛି। ଏହି ପୋଷ୍ଟଟି ପ୍ରାୟ ୧୪ ଘଣ୍ଟା ପୂର୍ବରୁ ସେୟାର କରାଯାଇଥିବାବେଳେ, ପୋଷ୍ଟଟି ସେୟାର ହେବା ସହ ୯୮,୦୦୦ ରୁ ଅଧିକ ଲାଇକ୍ ପାଇସାରିଲାଣି। ଏହି ପୋଷ୍ଟରେ ଅନେକ କମେଣ୍ଟ ଆସିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.