‘MBA ଚା’ ବାଲା’ କିଣିଲେ ୯୦ ଲକ୍ଷର ମର୍ସିଡିଜ୍ କାର; ଇନ୍ଷ୍ଟାଗ୍ରାମରେ ସେୟାର କଲେ ଭିଡିଓ
ସୋସିଆଲ ମିଡିଆ ସେନ୍ସେସନ ପ୍ରଫୁଲ୍ଲ ବିଲ୍ଲୋର। କିଏ ବା ତାଙ୍କୁ ନ ଜାଣିଛି। ‘MBA ଚା’ ବାଲା’ ନାଁରେ ବେଶ୍ ଲୋକପ୍ରିୟ ପ୍ରଫୁଲ୍ଲ। ଏବେ ସେ ଏକ ବ୍ରାଣ୍ଡ ନ୍ୟୁ ମର୍ସିଡିଜ୍ କାର କିଣି ସମସ୍ତଙ୍କ ଆଖି ଝଲସାଇ ଦେଇଛନ୍ତି।
‘MBA ଚା’ ବାଲା’ ନାଁ ଆପଣ ଶୁଣିଥିବେ ଓ ଏହାର ମାଲିକ ପ୍ରଫୁଲ୍ଲ ବିଲ୍ଲୋରଙ୍କୁ ମଧ୍ୟ ଜାଣିଥିବେ। ପ୍ରଫୁଲ୍ଲ ଜଣେ ଫେମସ୍ ଇଣ୍ଟରନେଟ୍ ସେନ୍ସେସନ। ତାଙ୍କର ଭିଡିଓଗୁଡ଼ିକ ଆପଣ ସୋସିଆଲ ମିଡିଆର ଅନେକ ପ୍ଲାଟ୍ଫର୍ମରେ ନିଶ୍ଚୟ ଦେଖିଥିବେ। ଇନ୍ଷ୍ଟାଗ୍ରାମ ରିଲ୍ସରେ ତାଙ୍କର ମୋଟିଭେସନାଲ୍ ଭିଡିଓ କ୍ଲିପ୍ ଖୁବ୍ ଭାଇରାଲ ହୋଇଥାଏ।
ଏଠି କହି ରଖୁଛୁ କି, ପ୍ରଫୁଲ୍ଲ ବିଲ୍ଲୋର ଜଣେ ଏମ୍ବିଏ ଡ୍ରପ୍ ଆଉଟ୍ ଷ୍ଟୁଡେଣ୍ଟ। ସେ ୨୦୧୭ରେ ଆଇଆଇଏମ୍ ଅହମ୍ମଦାବାଦ ବାହାରେ ‘MBA ଚା’ ବାଲା’ ନାଁରେ ଏକ ଚା’ ଦୋକାନ ଖୋଲିଥିଲେ। ଏହାପରଠାରୁ ଆଉ ସେ କେବେ ବି ପଛକୁ ଫେରିନାହାନ୍ତି।
ଆଜି ପୂରା ଦେଶରେ ‘MBA ଚା’ ବାଲା’ ନାମରେ ଅନେକ ଫୁଡ୍ ଜଏଣ୍ଟ ରହିଛି। ଏକ ସଫଳ ବ୍ରାଣ୍ଡ ଚଲାଇଥିବା ପ୍ରଫୁଲ୍ଲ ବିଲ୍ଲୋର ଜଣେ ମୋଟିଭେସନାଲ୍ ସ୍ପିକର ମଧ୍ୟ। ବର୍ତ୍ତମାନ ତାଙ୍କ ସଫଳତାରେ ଆଉ ଏକ ନୂଆ ଚାପ୍ଟର ଯୋଡ଼ି ହୋଇଛି। ତାହା ହେଉଛି, ପ୍ରଫୁଲ୍ଲ ୯୦ ଲକ୍ଷ ଟଙ୍କାର ଏକ ନୂଆ ଲକ୍ଜୁରୀ ମର୍ସିଡିଜ୍-ବେଞ୍ଜ Suv କିଣିଛନ୍ତି।
ସେ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ନୂଆ ମର୍ସିଡିଜ୍ Suvର ଡେଲିଭରି ନେଉଥିବାର ଭିଡିଓ ସେୟାର କରିଛନ୍ତି। ଯେମିତି ହିଁ ସେ ଏହି ଭିଡିଓଟିକୁ ସେୟାର କରିଛନ୍ତି, ତୁରନ୍ତ ଏହା ଇଣ୍ଟରନେଟ୍ରେ ଭାଇରାଲ ହୋଇଛି।
View this post on Instagram