ପୁନଃ ସଂକ୍ରମଣ ଭୟ, ରୋଗ ପ୍ରତିଷେଧକ ଶକ୍ତି କମିଲେ ପୁଣି ସଂକ୍ରମଣ ଆଶଙ୍କା

କରୋନା ପାଇଁ ଟିକା ଚିନ୍ତା। ଏପରି ସ୍ଥଳେ ରୋଗ ପ୍ରତିଷେଧକ ଶକ୍ତି କମିବା ଦ୍ୱାରା ବ୍ୟକ୍ତି ପୁନଃ ସଂକ୍ରମିତ ହେବାର ସମ୍ଭାବନା ରହିଥିବା ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛି। ନିବୁଜ କୋଠରି ମଧ୍ୟରେ ସଂକ୍ରମଣର ସମ୍ଭାବନା ଅଧିକ ରହିଥିବା କୁହାଯାଇଛି। ଅନେକ ରାଷ୍ଟ୍ର ଟିକା ଗବେଷଣାରେ ଲାଗିଥିବା ବେଳେ ନିର୍ଦ୍ଦିଷ୍ଟ ମାନଦଣ୍ଡ ପାଳନ କରାନଯାଇ ତରବରିଆ ଟିକା ଉତ୍ପାଦନ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ତରବରିଆ ଭାବେ କରୋନା ଟିକାର ଉତ୍ପାଦନ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ। କୋଭିଡ୍‌-19ର ଟିକା ସୁରକ୍ଷିତ ଓ ପ୍ରଭାବଶାଳୀ ନଥିଲେ, ତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରିବ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି WHO ମୁଖ୍ୟ ଟେଡ୍ରସ୍‌ ଆଧାନୋମ ଗେବ୍ରିୟସ। ସାଧାରଣ ପ୍ରକ୍ରିୟାରେ ସମସ୍ତ ପଦ୍ଧତି ପାଳନ କରାଯାଇ ଉତ୍ପାଦିତ କରୋନା ଟିକା ନିରାପଦ ଓ ପ୍ରଭାବଶାଳୀ ବୋଲି, ଟିକା ପ୍ରଶାସକଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିଶ୍ୱରେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଥିବା ବେଳେ ଟିକା ଶୀଘ୍ର ବାହାର କରିବାକୁ ଚାପ ସୃଷ୍ଟି ହୋଇଛି। ଏଥିରେ ପରୀକ୍ଷଣ ମାନଦଣ୍ଡକୁ ପାଳନ କରାଯାଇନପାରେ ବୋଲି ସେ କହିଛନ୍ତି।…

ସେପଟେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ଓ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ତଥ୍ୟ ଜାରି କରିଛି। ରୋଗ ପ୍ରତିରୋଧକ ଶକ୍ତି କମିଲେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ପୁନଃ ସଂକ୍ରମିତ ହେବାର ସମ୍ଭାବନା ରହିଛି। କରେନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି କମିଲେ ପୁଣି ଆକ୍ରାନ୍ତ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି କହିଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର କୋଭିଡ ୧୯ ବୈଷୟିକ କମିଟି ମୁଖ୍ୟ ଡ. ମାରିଆ ଭାନ କେରଖୋଭ।

ସେହିପରି ଶରୀର କିପରି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ ଓ କିଭଳି ପ୍ରତିକ୍ରିୟା ସୃଷ୍ଟି କରେ ସେନେଇ ମଧ୍ୟ ତଥ୍ୟ ଜାରି କରିଛି WHO । ନିବୁଜ କୋଠରି ମଧ୍ୟରେ ସଂକ୍ରମଣର ସମ୍ଭାବନା ଅଧିକ ରହିଥାଏ। କେତେ ସମୟ ଧରି ସଂକ୍ରମଣ ରହିଥାଏ ସେନେଇ ମଧ୍ୟ କୁହାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.