ଏହି ୱେବସାଇଟରେ ଭଡ଼ାରେ ମିଳୁଛନ୍ତି ମା-ବାପା ଏବଂ ସ୍ତ୍ରୀ !

rent wifeସାଧାରଣତଃ କୁହାଯାଇଥାଏ ଟଙ୍କା ଦ୍ବାରା ସବୁ ଜିନିଷ କିଣାଯାଇ ପାରେନା । କିନ୍ତୁ ଏବେ ଏହାକୁ ଭୁଲ ପ୍ରମାଣିତ କରିଛି ଜାପାନର ଏକ ୱେବସାଇଟ୍। ବର୍ତ୍ତମାନ ଗାଡ଼ି, ଘର ଏବଂ ଆସବାବପତ୍ର ନୁହଁ ବରଂ ମା-ବାପା ଏବଂ ସ୍ତ୍ରୀ ମଧ୍ୟ ଭଡ଼ାରେ ମିଳିବେ । ଏଥି ପାଇଁ ଆପଣଙ୍କୁ କେବଳ ନିର୍ଦ୍ଧିଷ୍ଟ ଟଙ୍କା ଦେବାକୁ ପଡ଼ିବ।

ଜାପାନରେ rent-a-wife-ottawa.com ନାମକ ୱେସାଇଟରେ ଦୁନିଆର ସମସ୍ତ ପ୍ରକାରର ଜିନିଷ ଉପଲବ୍ଧ ରହିଛି। କିନ୍ତୁ ଏହି ସେବା ବଦଳରେ ଆପଣଙ୍କୁ ଦେବାକୁ ପଡ଼ିଥାଏ ବିପୁଳ ପରିମାଣର ଟଙ୍କା । ଏହି ୱେବସାଇଟରେ ଅନ୍ତବସ୍ତ୍ର ଠାରୁ ଆରମ୍ଭ କରି ମା-ବାପା ଏବଂ ସ୍ତ୍ରୀ ମଧ୍ୟ ଭଡ଼ାରେ ନେଇପାରିବେ। ଯଦି ଘରେ ବିରକ୍ତି ଅନୁଭବ କରୁଛନ୍ତି ତେବେ ଏହି ୱେବସାଇଟ୍ ଦ୍ବାରା ଶିଶୁ ମଧ୍ୟ ଭଡ଼ାରେ ମାଗାଇ ପାରିବେ।

wife rented

ଯଦି ଆପଣଙ୍କ ପାଖରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସମୟ ନାହିଁ ତେବେ ଏହି ୱେବସାଇଟ ଦ୍ବାରା ଆପଣ ପାଠ ପଢ଼ାଇବା ପାଇଁ ଶିକ୍ଷକ ମଧ୍ୟ ଭଡ଼ାରେ ମଗାଇ ପାରିବେ। ଏକୁଟିଆ ଅନୁଭବ କରୁଥିଲେ ସାଙ୍ଗସାଥି ମଧ୍ୟ ଭଡ଼ାରେ ମଗାଇପାରିବେ।