ଷ୍ଟ୍ରେସ କମ୍ କରିବାରେ ସହାୟକ କରେ ପଦ୍ମଫୁଲ: ରିସର୍ଚ୍ଚ

ଆଜିକାଲି ଦୈନନ୍ଦିନ ଜୀବନରେ ଲୋକମାନେ ବହୁତ ଷ୍ଟ୍ରେସରେ ରହୁଛନ୍ତି। ଛୋଟ ଛୋଟ କଥାକୁ ନେଇ ଷ୍ଟ୍ରେସ ନେବାକୁ ଲାଗୁଛନ୍ତି। ଷ୍ଟ୍ରେସ ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଫରକ ପଡୁଛି । ଏମିତିରେ କିଛି ଲୋକ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ଆଉ ଔଷଧ ବି ଖାଉଛନ୍ତି। ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ପ୍ରତିଦିନ ଏପରି ସମସ୍ୟାର ସାମ୍ନା କରୁଛନ୍ତି। ତେବେ ଷ୍ଟ୍ରେସକୁ କିପରି ଦୂରେଇବେ ତାହାକୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା। ଯେଉଁଥିରେ ଏହାର ଉପାୟ ମଧ୍ୟ ବାହାରିଛି। ଏହି ରିସର୍ଚ୍ଚରେ କୁହାଯାଇଛି, ଷ୍ଟ୍ରେସ ପାଇଁ ପଦ୍ମ ଫୁଲ ବେଶ୍ ଲାଭଦାୟୀ ହୋଇଥାଏ।
ଆପଣମାନେ ଜାଣନ୍ତି, ପଦ୍ମ ଫୁଲ ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ପାଖରେ ଲାଗିଥାଏ, ତାହା ଆପଣମାନେ ନିଶ୍ଚିତ ଜାଣିଥିବେ । କେବେ ଏତିକି ନୁହେଁ, ଶିବଙ୍କ ରୁଦ୍ରାଭିଷେକ କରିବା ସମୟରେ ମଧ୍ୟ ପଦ୍ମ ଫୁଲ ଲାଗିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପଦ୍ମ ଫୁଲର ନାଡରୁ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଏହାକୁ ନିୟମିତ ଭାବେ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ।
ଆୟୁର୍ବେଦରେ ପଦ୍ମ ଫୁଲର ବିଭିନ୍ନ ଭାଗରୁ ଅଲଗା ଅଲଗା ଉପାୟରେ ଔଷଧ ତିଆରି କରାଯାଏ। ପଦ୍ମ ଫୁଲ ବିଭିନ୍ନ ରଙ୍ଗର ହୋଇଥାଏ । ଧଳା, ଗୋଲାପୀ, ନୀଳ ଇତ୍ୟାଦି ରଙ୍ଗର ହୋଇଥାଏ। ଏହି ସମସ୍ତଙ୍କ ମଧ୍ୟ ଭିନ୍ନ ଭିନ୍ନ ଗୁଣ ରହିଥାଏ। ପଦ୍ମଫୁଲ ମନକୁ ଶାନ୍ତି ଦେଇଥାଏ। ତେଣୁ ବିଶେଷଜ୍ଞମାନେ ଏହାକୁ ଷ୍ଟ୍ରେସ କମ କରିବା ପାଇଁ ବ୍ୟବହାର କରିଥିଲେ। ପଦ୍ମଫୁଲ ବିଚଳିତ ହେବା ମନକୁ ନିୟନ୍ତ୍ରିତ କରିଥାଏ। ତେବେ ଆସନ୍ତୁ ଜାଣିବା କେମିତି କାମ କରେ ପଦ୍ମଫୁଲ।
ପଦ୍ମଫୁଲରେ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ରହିଥାଏ। ଏଥିରେ ଏପୋମୋର୍ଫିନ ଏବଂ ନ୍ୟୁସିଫୋରିନ ତତ୍ତ୍ୱ ରହିଥାଏ। ମସ୍ତିଷ୍କ ପାଇଁ ଦୁଇଟି ଯାକ ଭଲ ହୋଇଥାଏ। ଏହା ମସ୍ତିଷ୍କକୁ ଶାନ୍ତ କରିଥାଏ। ମନ ବିଚଳିତ ହେବା, ଡିପ୍ରେସନ ଭଳି ସମସ୍ୟାକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ। ପଦ୍ମଫୁଲରେ ଭିଟାମିନ ବି, ସି, ଆଇରନ ଭଳି ପୋଷକ ତତ୍ତ୍ୱ ରହିଥାଏ।
ଶାନ୍ତି ପ୍ରଦାନ କରିବା ଏବଂ ଷ୍ଟ୍ରେସ କମ୍ କରିବା ପାଇଁ ଆପଣ ପଦ୍ମଫୁଲର ବ୍ୟବହାର କରିପାରିବେ। ପଦ୍ମଫୁଲ ଆପଣଙ୍କ ମସ୍ତିଷ୍କକୁ ଶାନ୍ତି ଦେଇଥାଏ। ଘରେ ପୂଜାପାଠ କରିବା ସମୟରେ ପଦ୍ମଫୁଲ ବ୍ୟବହାର କରିଥାନ୍ତି ଏହାଦ୍ୱାରା ଚାରିଆଡେ ଖୁସିର ବାତାବରଣ ସୃଷ୍ଟି ହୁଏ। ଏହାଦ୍ୱାରା ମଣିଷ ମଧ୍ୟରେ ଥିବା ଫିଲଗୁଡ୍ ହରମୋନ କ୍ଷରଣ ଅଧିକ ହୋଇଥାଏ। ଯାହାଦ୍ୱାରା ଷ୍ଟ୍ରେସ କମ୍ ହୋଇଥାଏ। ଭଲ ନିଦ ହେବାରେ ସହାୟତା ମିଳେ। ଏହା ଡିପ୍ରେସନରୁ ମୁକ୍ତି ଦେବା ପାଇଁ ସହାୟକ ହୋଇଥାଏ।