ବୁଧ ଗ୍ରହ ହେଉଛି ସଙ୍କୁଚିତ, ୭ କିଲୋମିଟର ବ୍ୟାସାର୍ଦ୍ଧ ହ୍ରାସ ପାଇଛି

ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ବୁଧ ଗ୍ରହ କାଳକ୍ରମେ ସଙ୍କୁଚିତ ହେଉଛି । ସମୟ ସହିତ ଧିରେ ଧିରେ ହ୍ରାସ ପାଉଛି ।

ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ବୁଧ ଗ୍ରହ କାଳକ୍ରମେ ସଙ୍କୁଚିତ ହେଉଛି । ସମୟ ସହିତ ଧିରେ ଧିରେ ହ୍ରାସ ପାଉଛି । ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ ବୁଧ ଦୀର୍ଘ ବର୍ଷ ହେବ ସଂକୀର୍ଣ୍ଣ ହେବାରେ ଲାଗିଛି ବୋଲି ଏକ ଅନୁସନ୍ଧାନରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ।

ବୁଧର ବ୍ୟାସାର୍ଦ୍ଧ ୭ କିଲୋମିଟର ହ୍ରାସ ପାଇଥିବା ଜଣାପିଡିଛି । ତେବେ ଗ୍ରହଟି ଅନବରତ ଭାବେ ସଂକୁଚିତ ହେଉଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଗବେଷଣାରୁ ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି ବୁଧ ଗ୍ରହ ଅନ୍ୟ ଗ୍ରହ ଭଳି ଉତ୍ତାପ ହରାଉଛି । ଏହାର ଆଭ୍ୟନ୍ତରୀଣ ଅଂଶ ଓ ତରଳ ଧାତୁ ଥଣ୍ଡା ହେବା ସହିତ ଏହାର ଭିତର ଅଂଶ ସଙ୍କୁଚିତ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.