ଏତେ ଖରା ଯେ ତରଳି ଯାଉଛି ରାସ୍ତା, ଜାଣନ୍ତୁ କେଉଁଠି

ଅଷ୍ଟ୍ରେଲିଆ : ବର୍ତ୍ତମାନ ଯେଉଁଠି ବିଶ୍ବର ବହୁ ଦେଶରେ ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ବର୍ଷା ହେଉଛି , ଏହି ପରିପେକ୍ଷୀରେ ଏମିତି ଏକ ଦେଶ ଯେଉଁଠାରେ ଭିଷଣ ଗରମ ଅନୁଭୂତ ହେଉଛି । ଆମେ କଥା ହେଉଛେ ଅଷ୍ଟ୍ରେଲିଆର । ଏହି ଦେଶରେ ଭିଷଣ ଗରମ ହେଉଥିବା ଘଟଣା ସାମ୍ନାକୁ ଆସିଛି । ଏଠାକାର ତାପମାତ୍ରା ବର୍ତ୍ତମାନ ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚି ସାରିଛି । ସ୍ଥିତି ଏତେ ଗମ୍ଭିର ହୋଇପଡିଛି କି ଅଧିକ ଗରମ କାରଣରୁ ଏଠାକାର ରାସ୍ତା ଉପରୁ ପିଚୁ ତରଳିବାରେ ଲାଗିଛି ।

auଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଏରିଆର ବହୁ ସ୍ଥାନରେ ତାପମାତ୍ରା ୫୦ଡିଗ୍ରୀ ରହିଛି । ଗରମ ପବନ ବହୁଥିବାରୁ ଏଠାରେ ଓଜନ ଆଲର୍ଟ ଜାରି କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କୁ ଖରାରେ ବାହାରକୁ ବାହାରିବା ପାଇଁ ମନା କରାଯାଇଛି । ତେବେ ଗରମ ପବନ ଏବଂ ଖରାର ପ୍ରକୋପ କାରଣରୁ ଓଜନ ସ୍ତର ବଢିବ, ଯେଉଁଥିପାଇଁ ବିଭିନ୍ନ ପ୍ରକାରର ଅସୁବିଧା ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷର ଖରା ଅଷ୍ଟ୍ରେଲିଆର ସବୁ ରେକର୍ଡ ଭାଙ୍ଗିଥିବା ସୂଚନା ମିଳିଛି ।aust_heat_16_01_2019କିଛି ବିଷେଶଜ୍ଞଙ୍କ ମୁତାବକ ଦକ୍ଷିଣ ଅଷ୍ଟ୍ରେଲିଆ ଚଳିତ ବର୍ଷ ବିଶ୍ବ ସବୁଠାରୁ ଗରମ ସହର ଭାବେ ସାମିଲ ହୋଇଛି । ତାପମାତ୍ରା ଆହୁରି ଅଧିକ ବଢିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଏଠାକାର ବହୁ ସହରରେ ତାପମାତ୍ରା ୪୫ ଡିଗ୍ରୀ ରହିଛି । ଏଠାରେ ଗରମ ଅଧିକ ହେଉଥିବାରୁ ପାଖାପାଖି ୧୦ ଲକ୍ଷ ମାଛଙ୍କର ମୃତ୍ୟୁ ହୋଇସାରିଛି ।

 

Leave A Reply

Your email address will not be published.