ସରୋଜିନୀଙ୍କୁ ନୂଆ ପରିଚୟ ଦେଇଛି ବାଉଁଶ ନିର୍ମିତ ସାମଗ୍ରୀ

ସମାଜରେ ପୁରୁଷମାନଙ୍କୁ ଅଗ୍ରାଧିକାର ଦିଆଯାଉଥିଲା ବେଳେ ମହିଳାମାନେ ବି ଦେଶ ବିଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିସାରିଲେଣି ସେମାନେ ବି କେଉଁଥିରେ ବି କମ୍ ନୁହଁନ୍ତି । ଏଭଳି ଜଣେ ବାଉଁଶ କାରିଗର ମହିଳା ଯିଏ କି ବେତ ଓ ପାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରିବା ସହିତ ୧୫ ରୁ ୨୦ ଜଣଙ୍କୁ ପ୍ରଶିକ୍ଷଣ ଦେବା ସହିତ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସରୋଜିନୀ ଦାସ ।

ସୋର (କେନ୍ୟୁଜ୍):  ସମାଜରେ ପୁରୁଷମାନଙ୍କୁ ଅଗ୍ରାଧିକାର ଦିଆଯାଉଥିଲା ବେଳେ ମହିଳାମାନେ ବି ଦେଶ ବିଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିସାରିଲେଣି ସେମାନେ ବି କେଉଁଥିରେ ବି କମ୍ ନୁହଁନ୍ତି । ଏଭଳି ଜଣେ ବାଉଁଶ କାରିଗର ମହିଳା ଯିଏ କି ବେତ ଓ ପାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରିବା ସହିତ ୧୫ ରୁ ୨୦ ଜଣଙ୍କୁ ପ୍ରଶିକ୍ଷଣ ଦେବା ସହିତ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସରୋଜିନୀ ଦାସ । ତାଙ୍କ ହସ୍ତରେ ବାଉଁଶ ର୍ନିମିତ କାରିଗରୀ କେବଳ ଓଡିଶାରେ ନୁହେଁ ଦେଶ ବାହାରେ ମଧ୍ୟ ସ୍ଥାନ ପାଉଛି । ବାଲେଶ୍ଵର ଜିଲ୍ଲା ଜାମ୍ମୁଝାଡି ପଞ୍ଚାୟତର ଜାମ୍ମୁଝାଡି ଗ୍ରାମର ଅନ୍ୟ ମହିଳାମାନଙ୍କ ପାଇଁ ସାଜିଛନ୍ତି ସେ ଉଦାହରଣ ।

ଆଜକୁ ୨୫ବର୍ଷ ଧରି ଏହି ବୃତ୍ତିକୁ ଜୀବନର ବ୍ରତ ବୋଲି ଗ୍ରହଣ କରିଛନ୍ତି ସୋରୋ ଥାନା ଅଞ୍ଚଳର କେଦାରପୁର ତୁଣ୍ଡପଡା ଗ୍ରାମର ସରୋଜିନୀ ଦାସ । ବାପା ଦେବେନ୍ଦ୍ର ନାଥ ଦାସ ଜଣେ ରେଳକର୍ମଚାରୀ ଓ ମାଆ ଶଶୀ ପ୍ରଜା ବାସ ଜଣେ ଗୃହିଣୀ। ୩ପୁଅ ଓ ୨ ଝିଅ ମଧ୍ୟରୁ ସାନ ଝିଅ ସୋରାଜିନି । କେଦାରପୁର ପଞ୍ଚାୟତ ହାଇସ୍କୁଲ ପାଠ ସାରି ଭୁବନେଶ୍ୱର ରାଜଧାନୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଚିତ୍ର ଭଲ କରୁଥିବାରୁ ହସ୍ତକଳା ଶିକ୍ଷା କରିବାକୁ ଯାଇଥିଲେ। ହେଲେ ସେଠାରେ ସିଟ ନ ଥିବାରୁ ବଡ ଭଉଣୀଠାରୁ ପ୍ରେରଣା ପାଇ ଡାଇରେକ୍ଟ ହ୍ୟାଣ୍ଡିକ୍ରାଫ୍ଟ କର୍ଟେଜ ଇଣ୍ଡଷ୍ଟ୍ରିରେ ଦୁଇ ବର୍ଷ ବେତ ଓ ବାଉଁଶରୁ ଶିକ୍ଷାଲାଭ କରି ତ୍ରିପୁରା ରାଜ୍ୟରୁ ଆଡଭାନ୍ସ କୋର୍ସ କରିଥିଲେ। ସେହିଦିନଠାରୁ ସେ ଆଉ ପଛକୁ ଫେରିନାହାନ୍ତି ।

ନିଜର ବିଚକ୍ଷଣ ପ୍ରତିଭା ପାଇଁ ଗାଁ ମାଟିରେ ମିଶୁଥିବା ଉପାଦାନକୁ ନେଇ ସେ ଏକ ଅନନ୍ୟ ଶିଳ୍ପୀର ପରିଚୟ ଦେଇଛି । ଫୁଲତୋଡାରୁ ଆରମ୍ଭ କରି ଫୁଲ ଝାଡ଼ୁ ଯାଏଁ ବାଉଁଶ ଓ ବେତରେ ବିଭିନ୍ନ ସାମଗ୍ରୀ ତିଆରି ସହିତ ଭଳିକି ଭେଳି ଅଳଙ୍କାର ଏବଂ ତା ସହିତ ବିଭିନ୍ନ ଜୀବଜନ୍ତୁମାନଙ୍କ ଚିତ୍ର ଆଙ୍କନ୍ତି ସରୋଜିନୀ। ଓଡିଶା ଶିଳ୍ପୀ ମହାସଂଘରୁ ଏପରି ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି।

woman

ସରକାରୀ କାର୍ଯ୍ୟକ୍ରମଗୁଡିକରେ ଗୋପାଳପୁର, ବାଲେଶ୍‌ର, ପୁରୀ, ଖୁର୍ଲା, ଖାନ ନଗର, ଶୋମନାଥପୁର, ହଳଦୀପଦା ଆଦି ରାଜ୍ଯର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରେ ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଆ ଆଦି ରାଜ୍ୟରେ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଦେଇଛନ୍ତି । ତାଙ୍କ ହାତ ତିଆରି ବେତ ଓ ବାଉଁଶ ଜିନିଷ ଗୁଡିକ ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗାଲୋର ପ୍ରଭୁତି ଅଞ୍ଚଳରେ ପ୍ରଦର୍ଶନରେ ସ୍ଥାନ ପାଇଥାଏ । ତାଙ୍କ ମତରେ ମହିଳା ଅବଳା ଓ ଦୁର୍ବଳ ନୁହେଁ, ଆଜିର ନାରୀକୁ ସୁନ୍ଦର ପ୍ଲାଟଫର୍ମଟିଏ ଦରକାର, ଯାହା କରିଆରେ ସେ ନିଜର ବହୁମୁଖା ପ୍ରତିଭାକୁ ପ୍ରସ୍ଫୁଟିତ କରିବା ସହ ସମାଜର ମଙ୍ଗଳ ପାଇଁ ନେଇପାରିବ ପ୍ରମୁଖ ଭୂମିକା ।

ମାଆଙ୍କ ଆର୍ଶିବାଦରୁ ଏ ସବୁ ବେତ ଓ ବାଉଂଶ ର୍ନିମିତ ଦ୍ରବ୍ୟର ଚାହିଦା ରାଜ୍ୟ ଓ ରାଜ୍ୟ ବାହାରେ ରହିଥିବାରୁ ନିଜ ପୁଞ୍ଜିରେ ଆରମ୍ଭ କରିଥିଲେ ଏହି ବ୍ୟବସୟ । ଏତିକିରେ ବସି ଯାଇ ନାହାନ୍ତି ସେ ସରକାରଙ୍କ ମାଧ୍ୟମରେ ଗୁରୁ ଶିଷ୍ୟ ପରମ୍ପରାରେ ୧୫ରୁ ୨୦ ଜଣ ମହିଳା ଓ ଝିଅ ପିଲାମାନଙ୍କୁ ନିଜ ଘରେ ପ୍ରଶିକ୍ଷଣ ଦେଉଛନ୍ତି । ସରୋଜିନାଙ୍କ ମତରେ ପ୍ରତ୍ୟେକ ମହିଳା ଘରର ଦୈନଦିନ କାମ ବ୍ୟତୀତ ଅନ୍ୟ କିଛି କାମ କରି ରୋଜଗାରକ୍ଷମ ହେବା ଉଚିତ୍ । କିନ୍ତୁ ତାଙ୍କ ପାଖରେ ୧୫ରୁ ଊର୍ଦ୍ଧ୍ଵ ମହିଳା ଓ ପୁରୁଷଙ୍କୁ ପ୍ରଶିକ୍ଷକ ଦେଉଥିବା ବେଳେ ଗୋଟିଏ ଭଲ ଘର ନଥିବାରୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯଥାଶିଘ୍ର ଗୋଟିଏ ଘର ଦେବାକୁ ।

bamboo

ନିଜ କାମ ପାଇଁ ସେରୋଜିନୀ ଯିଏ କି ସମାଜରେ ଏକ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଏବେ ଏହି କଳା କାରୁକାର୍ଯ୍ୟ ଜିଲ୍ଲା ଠାରୁ ରାଜ୍ୟ ପ୍ରଶାସନିକ ସ୍ତରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଜିଲ୍ଲାପାଳ ମଧ୍ୟ ଏହି ସ୍ଥାନ ପରିଦର୍ଶନ କରି ସରୋଜିନୀ ଙ୍କୁ ଉତ୍ସାହିତ କରିଛନ୍ତି। ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ରାଜ୍ୟ କଳାକାର ସଙ୍ଘର କର୍ମକର୍ତ୍ତା ମାନେ ଏହି ସ୍ଥାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାରିଗର ସହାୟତା ପ୍ରଦାନ କରି ମହିଳାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ସିମୁଳିଆରେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛି ଏହି ସରୋଜିନୀଙ୍କ ବାଉଁଶ କାରିଗର କେନ୍ଦ୍ର। ଯେଉଁଥିରେ କାମ କରି ମହିଳା ମାନେ ହୋଇପାରିଛନ୍ତି ରୋଜଗାରକ୍ଷମ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.