ଆଜି ସାବିତ୍ରୀ ବ୍ରତ: ଜାଣନ୍ତୁ, କ’ଣ ସେବନ କଲେ ମହିଳାଙ୍କୁ ମିଳିବ ଅଖଣ୍ଡ ସୌଭାଗ୍ୟବତୀ ହେବା ଆଶୀର୍ବାଦ

ଆଜି ସଧବାଙ୍କ ପର୍ବ ସାବିତ୍ରୀ ବ୍ରତ। ବିଶ୍ୱାସ ରହିଛି ଯେ ଆଜିର ଦିନରେ ଦେବୀ ସାବିତ୍ରୀ ସ୍ୱାମୀ ସତ୍ୟବାନ୍‌ଙ୍କ ଜୀବନ ବଞ୍ଚାଇବାକୁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ। ସେ ନିଷ୍ଠା ଓ ଭକ୍ତି ବଳରେ ଯମରାଜଙ୍କ ଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ। ଏଣୁ ଏହି ଦିନକୁ ମନେ ପକାଇବାକୁ ସବୁ ସଧବା ଆଜିର ଦିନରେ ଅତି ନିଷ୍ଠାର ସହ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ କରିଥାନ୍ତି। ସବୁ ହିନ୍ଦୁ ମହିଳାଙ୍କ ପାଇଁ ଏହା ଏକ ବିଶେଷ ପର୍ବ। ସଧବା ନାରୀ ଆଜି ପ୍ରାତଃରୁ ଉଠି ସ୍ନାନ ସାରି ବଟ ବୃକ୍ଷକୁ ପୂଜା କରି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଥାନ୍ତି।

ଅଖଣ୍ଡ ସୌଭାଗ୍ୟବତୀ ଓ ପୁତ୍ରବତୀ ହେବାକୁ କାମନା କରି ରଖାଯାଉଥିବା ଏହି ବ୍ରତକୁ ଅଧିକାଂଶ ସଧବା ମହିଳା କରିଥାନ୍ତି। ଆଜି ମହିଳାମାନେ ଷୋହଳ ଶୃଙ୍ଗାର କରି ବିଧି ବିଧାନ ମୁତାବକ ପୂଜା, ଅର୍ଚ୍ଚନା ଓ ଆରତୀ କରିଥାନ୍ତି।

ବ୍ରତରେ କ’ଣ ଖାଇବେ ମହିଳା:

ସାବିତ୍ରୀ ବ୍ରତ ରଖୁଥିବା ମହିଳା ସକାଳୁ ଉଠି ସ୍ନାନ କରିବା ପରେ କିଛି ବି ଭୋଜନ କରି ନଥାନ୍ତି। ଏମିତି କି ପାଣି ଟୋପେ ବି ପିଇନଥାନ୍ତି। ପୂରା ନିଷ୍ଠା ଓ ଭକ୍ତିର ସହ ବ୍ରତ ପାଳନ କରିଥାନ୍ତି। ସାବିତ୍ରୀ ବ୍ରତରେ ମହିଳାମାନେ ଘରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ମିଠା, ଫଳ, କାକୁଡ଼ି, ସେଓ, ତରଭୁଜ, ସପୁରୀ, ଆମ୍ବ, ପଣସ, ଭିଜା ଚଣା ଆଦିକୁ ଭୋଗ କରିଥାନ୍ତି। ବ୍ରତ ରଖିବା ବେଳେ ମହିଳା ମାନେ କୌଣସି ଜିନିଷ ସେବନ କରିନଥାନ୍ତି।

ଯେଉଁ ସବୁ ଦ୍ରବ୍ୟକୁ ପୂଜା କରି ମହିଳାମାନେ ଘରକୁ ଆଣିଥାନ୍ତି ସନ୍ଧ୍ୟାରେ ବ୍ରତ ଭାଙ୍ଗିବା ପରେ ପରିବାର ସହ ମିଶି ତାହାକୁ ସେବନ କରିଥାନ୍ତି। ଯେଉଁମାନେ ପୂରା ଦିନ ଉପବାସ ରଖିପାରନ୍ତି ନାହିଁ, ସେମାନେ ସାବିତ୍ରୀ ବ୍ରତରେ ସାଗୁ ପଣା, ଦହି ସରବତ, ଫଳ ରସ ଆଦି ସେବନ କରିଥାନ୍ତି। ସାବିତ୍ରୀ ବ୍ରତ ଦିନ ମହିଳାମାନେ ସାଧାରଣତଃ ରନ୍ଧା ଖାଦ୍ୟ ଖାଇନଥାନ୍ତି।

Also Read: ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୁଣି ଶୋକର ଛାୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷୀୟା ମଡେଲ ସରସ୍ୱତୀଙ୍କ ମୃତଦେହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.