ଧାର୍ମିକ ସହିତ ମକର ସଂକ୍ରାନ୍ତିର ରହିଛି ବୈଜ୍ଞାନିକ ମହତ୍ତ୍ୱ, ଜାଣନ୍ତୁ ସେ ବାବଦରେ

ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ପ୍ରାୟତଃ ଜାନୁଆରୀ ମାସ ୧୪ ତାରିଖକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଧାର୍ମିକ ରୀତି ଅନୁଯାୟୀ ଏହି ସଂକ୍ରାନ୍ତିର ତ ଅନେକ ମହତ୍ତ୍ୱ ରହିଛି । କିନ୍ତୁ ଜାଣନ୍ତିକି ଏହି ଦିନର ଯେତିକି ଧାର୍ମିକ ମହତ୍ତ୍ୱ ରହିଛି ସେତିକି ଅଧିକ ବୈଜ୍ଞାନିକ କାରଣ ବି ରହିଛି । ଆଜି ଆମେ ଆପଣଙ୍କୁ ମକର ସଂକ୍ରାନ୍ତିର ବୈଜ୍ଞାନିକ ମହତ୍ତ୍ୱ ବାବଦରେ କହିବାକୁ ଯାଉଛୁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଯେବେ ମକର ରାଶିରେ ପ୍ରବେଶ କରନ୍ତି ସେହି ଦିନ ହିଁ ମକର ସଂକ୍ରାନ୍ତି ପଡିଥାଏ । ଆସନ୍ତୁ ଏହି ଦିନର ଅନ୍ୟ ସବୁ ବିଶେଷତା ବିଷୟରେ ଜାଣି ରଖିବା:

– ମକର ପରଠାରୁ ଦିନ ଅଧିକ ଲମ୍ବା ହେବା ସହିତ ରାତି ଛୋଟ ହେବାକୁ ଲାଗିଥାଏ । ସାଧାରଣତଃ ଶୀତ ଦିନେ ରାତି ଦୀର୍ଘ ହୋଇଥାଏ ଆଉ ଦିନ ଛୋଟ ହୋଇଥାଏ । ଆଉ ମଧ୍ୟ ଏହି ଦିନ ଠାରୁ ଶୀତର ପ୍ରକୋପ ବି ଧୀରେ ଧୀରେ କମିବାକୁ ଲାଗିଥାଏ ।

makar sankranti

– ବୈଜ୍ଞାନିକ କାରଣ ଅନୁଯାୟୀ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ଥଣ୍ଡାର ପ୍ରକୋପ ଧୀରେ ଧୀରେ କମି ବାକୁ ଲାଗିଥାଏ ।

– ପରମ୍ପରା ଅନୁଯାୟୀ ଏହି ଦିନରେ ଖେଚୁଡ଼ି, ରାଶି, ଗୁଡ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖିଆ ଯାଇଥାଏ । ରାଶି ଓ ଗୁଡରେ ପ୍ରସ୍ତୁତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରୀ ହୋଇଥାଏ । ଏହା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।

– ଆଉ ମଧ୍ୟ ଖେଚୁଡ଼ି ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ । ଫଳରେ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ ।

– ମକର ପରେ ଭାରତର ନଦୀ ଗୁଡିକରେ ବାଷ୍ପନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଯାହା ଅନେକ ପ୍ରକାରର ରୋଗକୁ ଭଲ କରିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.