୨୦୫୦ ବେଳକୁ ପୃଥିବୀ ବ୍ୟାପି ହୋଇପାରେ ସୁନାମି, ବୁଡିପାରେ ଅନେକ ସ୍ଥଳ ଭାଗ

କେନ୍ୟୁଜ୍(ବ୍ୟୁରୋ): ମାଡି ଆସୁଛି ଜଳ ପ୍ରଳୟ । ଚଳିତ ଶତାବ୍ଦୀର ମଧ୍ୟ ଭାଗ ଆଡକୁ ପୃଥିବୀର ଅନେକ ସ୍ଥଳଭାଗ ବୁଡିଯିବ। ଏଭଳି ଭବିଷ୍ୟବାଣୀ ଶୁଣାଇଛି କ୍ଲାଇମେଟ୍‌ ସେଣ୍ଟ୍ରାଲ ନାମକ ସଂସ୍ଥା । ୨୦୫୦ ମସିହା ବେଳକୁ ଭୂଭାଗ ଆଡକୁ ସମୁଦ୍ର ମାଡ଼ି ଆସିବ । ପୃଥିବୀର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ୨୦୫୦ ବେଳକୁ ଏହା ଉଦବେଗଜନକ ସ୍ଥିତିରେ ଥିବ । ଗ୍ଲାସିଅର ତରଳି ସମୁଦ୍ର ପତ୍ତନ ବୃଦ୍ଧି ପାଇବ । ଅଧିକାଂଶ ସମୁଦ୍ରତଟ ଅଞ୍ଚଳ ବୁଡିଯିବ । ରିପୋର୍ଟ ଅନୁଯାୟୀ ଏବେ ବସବାସ କରୁଥିବା ୩୦୦ ମିଲିଅନ ଲୋକଙ୍କ ଘର ପାଣିରେ ଡୁବିଯିବ । ଏଥିରେ ୬ଟି ଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ । ଏଗୁଡିକ ହେଉଛନ୍ତି ଚୀନ୍‌, ବାଂଲାଦେଶ, ଭାରତ, ଭିଏତନାମ, ଇଣ୍ଡୋନେସିଆ ଓ ଥାଇଲାଣ୍ଡ। ଭାରତର ସ୍ଥାନ ୩ ନମ୍ବରରେ ରହିଛି। ଏହି ରିପୋର୍ଟ ମୁତାବକ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେବ । ବାଲେଶ୍ୱର , ଭଦ୍ରକ, କଟକ, ପୁରୀ, ଗଂଜାମର ଅନେକ ଉପକୂଳ ଅଞ୍ଚଳ ଜଳମଗ୍ନ ହେବ । ସବୁଠୁ ଅଧିକ ପ୍ରଭାବିତ ହେବେ ବାଲେଶ୍ୱର ଓ ଭଦ୍ରକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.