ନାଚିବା ଭୂତ ଏମିତି ସବାର ହେଲା ଯେ ସାର୍ଟ ଖୋଲି ଟ୍ରାଫିକ୍‌ ପୋଷ୍ଟରେ ଚଢ଼ିଗଲେ ଯୁବକ; ଦେଖନ୍ତୁ ଭାଇରାଲ ଭିଡିଓ

ମଜା ମସ୍ତି କରିବା ବେଳେ କିଛି ଲୋକ ସ୍ଥାନ, କାଳ, ପାତ୍ର କିଛି ବି ଦେଖିନଥାନ୍ତି। ଯେଉଁଠି ଯେଉଁ ଅବସ୍ଥାରେ ଥାନ୍ତି ସେଠାରେ ହିଁ ଖୁସି ମନରେ ନାଚିଥାନ୍ତି। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଟ୍ରାଫିକ୍‌ ପୋଷ୍ଟରେ ଚଢ଼ି ଡ୍ୟାନ୍ସ କରୁଥିବା ଦେଖାଯାଇଛି, ଯାହା ଦେଖି ରାସ୍ତାରେ ଯାଉଥିବା ଲୋକେ ବି ବିସ୍ମିତ ହୋଇଯାଇଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by IDIOTIC SPERM (@idiotic_sperm)

ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ଫାଙ୍କା ଥିବା ଟ୍ରାଫିକ୍‌ ପୋଷ୍ଟରେ ଚଢ଼ି ଯାଉଛନ୍ତି। ତାଙ୍କ ଦେହରେ ସାର୍ଟ ବି ନାହିଁ। ସେ କେବଳ ଏକ ଗାମୁଛା ପିନ୍ଧିଛନ୍ତି। ସେଠାରେ ସେ ଖୁବ୍‌ ମସ୍ତିରେ ଡ୍ୟାନ୍ସ କରୁଛନ୍ତି। ତାଙ୍କୁ ଦେଖି ବାଇକ୍‌ରେ ଯାଉଥିବା ଲୋକ ବି ହସୁଛନ୍ତି। ତେବେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ହିଁ ଏହି ବ୍ୟକ୍ତିଙ୍କ ଡ୍ୟାନ୍ସିଂ ଭିଡିଓକୁ ସୁଟିଂ କରିଛନ୍ତି। ଏହି ଭିଡିଓରେ ସେ ପଞ୍ଜାବୀ ଗୀତ ‘ଗଡି ତେ ନା ଚଢ଼ ଦି’ ଏଡିଟ୍‌ କରି ସେୟାର କରିଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ idiotic_sperm ଆକାଉଣ୍ଟରୁ ଏହି ଭିଡିଓଟି ସେୟାର କରାଯାଇଛି। ଭିଡିଓକୁ ଏବେ ଯାଏଁ ୩.୮୬ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ତେବେ ଭିଡିଓଟି ବିହାରର ବୋଲି ଭିଡିଓରେ ଲେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.